Legatus

୪ କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ସହ ୫ଟି ଦେଶୀ ବନ୍ଧୁକ ଜବତ

 Breaking News

୪ କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ସହ ୫ଟି ଦେଶୀ ବନ୍ଧୁକ ଜବତ

୪ କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ସହ ୫ଟି ଦେଶୀ ବନ୍ଧୁକ ଜବତ
April 23
12:19 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୩/୪: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ବାଲିଗୁଡା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡା ଜଙ୍ଗଲରୁ ୪ କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ବେଆଇନ୍ ଗଞ୍ଜେଇ ଜବତ କରିଛି ବାଲିଗୁଡ଼ା ପୋଲିସ।
ଘଟଣା ସ୍ଥଳରୁ ୪୦ କ୍ବିଣ୍ଟାଲ୍ ୬୫୦ ଗ୍ରାମ୍ ଗଞ୍ଜେଇ ସହ ୫ଟି ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ କାହାକୁ ଗିରଫ କରିବାରେ ସକ୍ଷମ ହୋଇନଥିବା ଜଣାପଡ଼ିଛି ।
ପ୍ରକାରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ଅଞ୍ଚଳରେ ପୋଲିସ୍ ପେଟ୍ରୋଲିଂ କଡାକଡି କରାଯାଇଛି ।
ଏଭଳି ସ୍ଥିତିରେ ଚୋରା ଚାଲାଣ ପାଇଁ ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡା ଜଙ୍ଗଲରେ ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ମାଫିଆ ମାନେ ଗଛିତ ରଖିଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ପୋଲିସ୍ ।
ଘଟଣାକୁ ନେଇ ବାଲିଗୁଡ଼ା ଥାନା କେସ୍ ନଂ ୧୦୩/୨୦୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ମାଫିଆଙ୍କୁ ଧରିବା ପାଇଁ ଜାଲ ବିଛାଇଥିବା ବିଷୟ ବାଲିଗୁଡ଼ା ଏସଡିପିଓ ରାହୁଲ ଗୋଏଲ୍ ସୂଚନା ଦେଇଛନ୍ତି ।
ଲଭ, ସେକ୍ସ, ଧୋକ୍କା : ଫେରାର ବିବାହିତ ଯୁବକକୁ ଭୁବନେଶ୍ୱରରୁ ବାନ୍ଧିଲା ପୋଲିସ
ବାଲିଗୁଡା,୨୩/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ସ୍ଥାପନ କରି ଗର୍ଭବତୀ କରି ଫେରାର ଥିବା ବିବାହିତ ଯୁବକଙ୍କୁ ବ୍ରାହ୍ମଣୀଗାଁ ପୋଲିସ ଭୁବନେଶ୍ୱରରୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଯୁବକ ଜଣକ ଉକ୍ତ ଥାନା ଅଞ୍ଚଳର ସାନୁ ପାତ୍ର ବୋଲି ଥାନା ଅଧିକାରୀ ଚିରଞ୍ଜିବୀ ବେହେରା କହିଛନ୍ତି।
ଅଭିଯୁକ୍ତ ବିବାହିତ ହୋଇଥିବା ବେଳେ ତାଙ୍କର ୨ଟି ସନ୍ତାନ ରହିଥିବା ପୋଲିସ କହିଛି। ସାନୁଙ୍କ ନାମରେ ମାର୍ଚ୍ଚ ୧୮ରେ ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା ।
ଏତଲା କୁ ଭିର୍ତ୍ତି କରି ପୋଲିସ ଏକ କେସ୍ ନଂ ୩୦/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା ଓ ସାନୁ ଗିରଫ ଭୟରେ କୌଣସି ସୂତ୍ରରୁ ଖବର ପାଇ ରାଜ୍ୟ ବାହାରକୁ ଚାଲିଯାଇଥିଲେ।
ପୋଲିସ ସାନୁଙ୍କ ଫୋନ ଟ୍ରାକ୍ କରି ଧରିବାକୁ ଉଦ୍ୟମ କରି ରାଜ୍ୟ ବାହାରକୁ ଯିବାକୁ ବାହାରିଥିଲେ। ତେବେ ସାନୁ ପୁଣି ଭୁବନେଶ୍ୱର ଫେରିଆସିଥିବା ପୋଲିସ ଜାଣିବା ପରେ ଭୁବନେଶ୍ୱର ଯାଇ ଧରିବାରେ ସଫଳ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31