Indus Valley Times

୬ ଘଣ୍ଟିଆ ଯଶୀପୁର ବନ୍ଦ, ଅଟକି ରହିଛି ଶହ ଶହ ଗାଡି: ଗମନାଗମନ ସମ୍ପୂର୍ଣ୍ଣ ଠପ୍

 Breaking News

୬ ଘଣ୍ଟିଆ ଯଶୀପୁର ବନ୍ଦ, ଅଟକି ରହିଛି ଶହ ଶହ ଗାଡି: ଗମନାଗମନ ସମ୍ପୂର୍ଣ୍ଣ ଠପ୍

୬ ଘଣ୍ଟିଆ ଯଶୀପୁର ବନ୍ଦ, ଅଟକି ରହିଛି ଶହ ଶହ ଗାଡି: ଗମନାଗମନ ସମ୍ପୂର୍ଣ୍ଣ ଠପ୍
August 25
09:31 2023

ଯଶୀପୁର,୨୫/୮: ବାଇପାସ୍ ରାସ୍ତା କାମ ସମ୍ପୂର୍ଣ୍ଣ କରିବା ଓ ମୁଖ୍ୟ ରାସ୍ତାର ମରାମତି ଦାବିରେ ବିଜେପି ପକ୍ଷରୁ ୬ ଘଣ୍ଟିଆ ଯଶୀପୁର ବନ୍ଦ ପାଳନ କରାଯାଉଛି। ଆଜି ସକାଳ ୬ଟାରୁ ଦିନ ୧୨ଟା ଯାଏଁ ବନ୍ଦ ପାଳନ କରାଯାଉଛି।
ମୟୂରଭଞ୍ଜ ଜିଲ୍ଲା ଯଶିପୁରରେ ଦୋକାନବଜାର ବନ୍ଦ ରହିଛି। ଖାଲି ସେତିକି ନୁହେଁ, ଯଶୀପୁର ବାଟଦେଇ କୌଣସି ଯାନବାହନ ଚଳାଚଳ କରୁନାହିଁ। ଏହାଫଳରେ ମୁଖ୍ୟ ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହିଛି।
ବରିଷ୍ଠ ବିଜେପି ନେତା ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ନେତୃତ୍ବରେ ଆଜି ଶତାଧିକ କର୍ମୀ ଯଶିପୁରରେ ବ୍ୟାନର୍ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ବନ୍ଦକୁ ଲୋକଙ୍କ ସ୍ବତଃସ୍ଫୁର୍ତ୍ତ ସମର୍ଥନ ମିଳିଥିବା ଦେଖାଯାଉଛି।
ବିଜେପିର ଅଭିଯୋଗ ଯେ ପ୍ରତିଦିନ ଶହ ଶହ ଲୁହାପଥର ବୋଝେଇ ଟ୍ରକ୍ ଯଶିପୁର ବଜାର ମୁଖ୍ୟ ରାସ୍ତା ଦେଇ ଯାତାୟତ କରୁଥିବା ହେତୁ ରାସ୍ତାରେ ଖାଲଖମା ଦେଖିବାକୁ ମିଳୁଛି। ଏହି କାରଣରୁ ପ୍ରତିଦିନ ଦୁର୍ଘଟଣା ମଧ୍ୟ ଘଟୁଛି। ଏଣେ ବାଇପାସ୍ ରାସ୍ତା କାମ ସମ୍ପୂର୍ଣ୍ଣ କରା ନଯାଇ ଅଧାପନ୍ତରିଆ ଅବସ୍ଥାରେ ଛାଡ଼ିଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031