Indus Valley Times

ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ୍ କଟକଣା ଲାଗୁ : ରାଜ୍ୟରେ ଆରମ୍ଭ ହେବ ବସ୍ ଚଳାଚଳ

 Breaking News

ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ୍ କଟକଣା ଲାଗୁ : ରାଜ୍ୟରେ ଆରମ୍ଭ ହେବ ବସ୍ ଚଳାଚଳ

ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ୍ କଟକଣା ଲାଗୁ : ରାଜ୍ୟରେ ଆରମ୍ଭ ହେବ ବସ୍ ଚଳାଚଳ
July 15
15:01 2021

ଭୁବନେଶ୍ବର ୧୫/୭ : ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ୍ ଜରିଆରେ ନୂଆ ଗାଇଡଲାଇନ୍ ନେଇ ସୂଚନା ଦେଇଛନ୍ତି । ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ କୋଭିଡ୍ କଟକଣା ଲାଗୁ କରାଯାଇଛି । ଆସନ୍ତା ୨ ସପ୍ତାହ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ୍ ଲାଗୁ କରାଯାଇଛି । ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ କୋଭିଡ ନିୟମ କଡାକଡି ଭାବେ ପାଳନ ହେବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
କାଟାଗୋରୀ-ଏ ରେ ଥିବା ୨୦ ଜିଲ୍ଲାଗୁଡିକରେ ସକାଳ ୬ଟାରୁ ରାତି ୮ଟା ଯାଏଁ ଖୋଲା ରହିବ । କାଟାଗୋରୀ-ବି ରେ ଥିବା ୧୦ ଜିଲ୍ଲାରେ ସକାଳ ୬ଟା ରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ଖୋଲା ରହିବ । ରାଜ୍ୟରେ ଜାରି ରହିବ ନାଇଟକର୍ଫ୍ୟୁ । ରାଜ୍ୟରେ ଆରମ୍ଭ ହେବ ବସ ଚଳାଚଳ । ପାର୍ଲର, ସେଲୁନ୍ ଆସନ୍ତାକାଲି ଠାରୁ ଖୋଲା ହେବ । ଆଉଟ ଡୋର ଏବଂ ଇନ୍ ଡୋର ଶୁଟିଂ ଆରମ୍ଭ ହେବ । ସିନେମା ହଲ ବନ୍ଦ ରହିବ । କାଟାଗୋରୀ-ଏ ଜିଲ୍ଲାରେ ଥିବା ୨୦ ଜିଲ୍ଲାରେ ସଟ୍ଡାଉନ୍ ନିୟମ ଲାଗୁ ହେବ ନାହିଁ । କେବଳ କାଟାଗୋରୀ-ବିରେ ଥିବା ୧୦ ଜିଲ୍ଲାରେ ଜାରି ରହିବ ସପ୍ତାହାପ୍ତ ସଟ୍ଡାଉନ୍ । ଏହା ସହିତ ରାଜ୍ୟରେ ଜିମ୍ ଖୋଲାଯିବ । ପାର୍କ, ସପିଂ ମଲ ଏବଂ ସିନେମା ହଲ ବନ୍ଦ ରହିବ । ଆନ୍ତରାଜ୍ୟ ବସ ଚଳାଚଳ ବନ୍ଦ ରହିବ । ଆସନ୍ତା ୨୫ ତାରିଖ ଯାଏଁ ପୁରୀକୁ ବସ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031