Indus Valley Times

ଅଗ୍ନିବୀରଙ୍କ ପାଇଁ ମୋହନ ସରକାରଙ୍କ ବଡ଼ଘୋଷଣା: ଚାକିରିରେ ୧୦% ସଂରକ୍ଷଣ,ବୟସ ୫ବର୍ଷ କୋହଳ

 Breaking News

ଅଗ୍ନିବୀରଙ୍କ ପାଇଁ ମୋହନ ସରକାରଙ୍କ ବଡ଼ଘୋଷଣା: ଚାକିରିରେ ୧୦% ସଂରକ୍ଷଣ,ବୟସ ୫ବର୍ଷ କୋହଳ

ଅଗ୍ନିବୀରଙ୍କ ପାଇଁ ମୋହନ ସରକାରଙ୍କ ବଡ଼ଘୋଷଣା: ଚାକିରିରେ ୧୦% ସଂରକ୍ଷଣ,ବୟସ ୫ବର୍ଷ କୋହଳ
July 26
21:59 2024

ଭୁବନେଶ୍ୱର,୨୬/୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା କରିଛନ୍ତି ।
ଏହାସହିତ ‘ଅଗ୍ନିବୀର’ଙ୍କ ପାଇଁ ରାଜ୍ୟର ସବୁ ୟୁନିଫର୍ମ ସେବାରେ ନିଯୁକ୍ତି ପାଇଁ ୧୦ପ୍ରତିଶତ ପର‌୍ୟ୍ୟନ୍ତ ସଂରକ୍ଷଣ ଓ ବୟସସୀମାରେ ମଧ୍ୟ ୫ବର୍ଷ କୋହଳ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଯୁଗାନ୍ତକାରୀ ଯୋଜନା ହେଉଛି ‘ଅଗ୍ନିବୀର ଯୋଜନା’ । ଏହି ଯୋଜନା ଆମର ଅଗ୍ନିବୀରମାନେ ସେନାବାହିନୀରେ ଦକ୍ଷ ପ୍ରଶିକ୍ଷଣ ପାଇଁ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଗ୍ୟତା ହାସଲ କରଇଛନ୍ତି ।
ରାଜ୍ୟ ସରକାର ଓଡ଼ିଶା ୟୁନିଫର୍ମ ସେବା(ପୁଲିସ ଓ ଅନ୍ୟାନ୍ୟ ସେବା)ରେ ସେମାନଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାର ଯେଉଁ ଅଗ୍ନିବୀରମାନେ ସେନାବାହିନୀରେ ଭର୍ତ୍ତି ହୋଇ ନ ଥିବେ, ସେମାନଙ୍କୁ ରାଜ୍ୟର ସବୁ ୟୁନିଫର୍ମ ସେବାରେ ନିଯୁକ୍ତିରେ ୧୦ପ୍ରତିଶତ ପର‌୍ୟ୍ୟନ୍ତ ସଂରକ୍ଷଣ ଦିଆଯିବ । ଏହାସହିତ ସେମାନଙ୍କ ବୟସସୀମା ମଧ୍ୟ ୫ବର୍ଷ କୋହଳ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30