Indus Valley Times

ଅଗ୍ନିଶମ ଡିଜିଙ୍କ ନାମରେ ହ୍ବାଟସଅପରେ ଫେକ ଆକାଉଣ୍ଟ

 Breaking News

ଅଗ୍ନିଶମ ଡିଜିଙ୍କ ନାମରେ ହ୍ବାଟସଅପରେ ଫେକ ଆକାଉଣ୍ଟ

July 21
16:09 2022

ଭୁବନେଶ୍ୱର, ୨୧/୭ : ସାଇବର ଲୁଟେରାଙ୍କ ଟାର୍ଗେଟରେ ଅଗ୍ନିଶମ ଡିଜି । ଫେକ୍ ହ୍ୱାଟସାପ୍ ଆକାଉଣ୍ଟ ଖୋଲି ମାଗୁଛନ୍ତି ଟଙ୍କା । ମେଡିକାଲ ବାହାନା କରି ପରିବାର ଓ ପରିଚିତ ଲୋକଙ୍କ ପାଖକୁ ଯାଉଛି ମେସେଜ୍ ।
ଖବର ଅନୁଯାୟୀ, ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ନାଁରେ ଫେକ୍ ହ୍ୱାଟସାପ୍ ଆକାଉଣ୍ଟ ଖୋଲିଛନ୍ତି ସାଇବର ଲୁଟେରା ।
ଯାହାଫଳରେ ଅଗ୍ନିଶମ ଡିଜିଙ୍କ ଫେକ୍ ଆକାଉଣ୍ଟରୁ ପରିଚିତ ଲୋକ ଓ ପରିବାର ସଦସ୍ୟଙ୍କୁ ଯାଉଛି ମେସେଜ୍ । ଆଉ ଏହି ମେସେଜ୍ରେ ମେଡିକାଲ ବାହାନା କରି ମାଗୁଛନ୍ତି ଟଙ୍କା ।
ତେବେ ଅଗ୍ନିଶମ ଡିଜି ଏସଂପର୍କରେ ଜାଣିବା ପରେ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଛନ୍ତି । ଘଟଣାର ତଦନ୍ତ କରି ଦୋଷୀଙ୍କୁ ଖୋଜି ବାହାର କରିବାକୁ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଅଗ୍ନିଶମ ଡିଜି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031