Indus Valley Times

ଅଗ୍ନିଶମ ବାହିନୀରେ ସାମିଲ ହୋଇପାରନ୍ତି ମହିଳା, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା

 Breaking News

ଅଗ୍ନିଶମ ବାହିନୀରେ ସାମିଲ ହୋଇପାରନ୍ତି ମହିଳା, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା

November 27
21:05 2024

ଭୁବନେଶ୍ଵର,୨୭/୧୧ : ରାଜ୍ୟ ସରକାର ଆଜି ୯୪୧ ଜଣ ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ।
ଓୟୁଏଟି ପରିସରରେ କୃଷି ଶିକ୍ଷା ସଦନରେ ଗୃହ ବିଭାଗ ପକ୍ଷରୁ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି । ଏଥି ସହିତ ଶ୍ରୀ ମାଝୀ ନବନିଯୁକ୍ତ ପ୍ରାର୍ଥୀଙ୍କୁ ସମ୍ବୋଧିତ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ମାସ ପୂର୍ବରୁ ରାଜ୍ୟ ସରକାର ୧୬,୦୦୯ ଜଣଙ୍କୁ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେଇଥିଲେ । ଆମେ ଆମର ପ୍ରତିଶ୍ରୁତି ପୂରଣ କରୁଛୁ ।
ରାଜ୍ୟକୁ କିଭଳି ଭାବେ ପୁଞ୍ଜି ଆସିବ ଏବଂ ନୂଆ ଶିଳ୍ପ ପ୍ରତିଷ୍ଠା ହେବ, ସେଥିପାଇଁ ଅହରହ ଉଦ୍ୟମ ଜାରି ରଖିଛୁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗ ଦର୍ଶନରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି । ଏହାକୁ ସଫଳ ରୂପ ଦେବା ପାଇଁ ଜନସାଧାରଣଙ୍କର ସହଯୋଗ ଦରକାର।
ଓଡ଼ିଶାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଶିଳ୍ପ ନିବେଶ ମାଧ୍ୟମରେ ରାଜ୍ୟକୁ ବିକଶିତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।
ରାଜ୍ୟ ସରକାର ନିକଟରେ ଦିଲ୍ଲୀ, ମୁମ୍ବାଇ, ସିଙ୍ଗାପୁରରେ ବିଶ୍ବର ଜଣାଶୁଣା ଉଦ୍ୟୋଗୀମାନଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଶିଳ୍ପୋଦ୍ୟୋଗୀମାନେ ପ୍ରତିଶ୍ରୁତି ଦେଇଛନ୍ତି ।
ମହିଳାମାନଙ୍କୁ ଅଗ୍ନିସେବାରେ ସାମଲ କରିବାକୁ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମାନ ମତ ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଫାୟାର ମ୍ୟାନ୍ ନାମ ପରିବର୍ତ୍ତନ କରି ଫାୟାର୍ ଫାଇଟର୍ ରଖିଲେ ଉଭୟ ପୁରୁଷ ଏବଂ ମହିଳା ଏଥିରେ ସାମିଲ ହୋଇ ପାରିବେ । ଏ ନେଇ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ହୋଇଥିବା ଶ୍ରୀଯୁକ୍ତ ମାଝୀ କହିଛନ୍ତି ।
ଶ୍ରୀମତୀ ପ୍ରଭାତୀ ପରିଡ଼ା ମଧ୍ୟ ଅଗ୍ନିଯୋଦ୍ଧାଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ସୈନ୍ୟ ବିଭାଗ, ନୌସେନା ଏବଂ ଆକାଶରେ ଉଡ଼ିବା ପାଇଁ ସବୁ ଜାଗାରେ ଝିଅମାନଙ୍କୁ ସୁଯୋଗ ମିଳିଲାନି ତାହା ହେଲେ ଅଗ୍ନିସେବାରେ ଏକଚାଟିଆ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।
ତେବେ ଆଗାମୀ ଦିନରେ ଝିଅମାନଙ୍କୁ ଅଗ୍ନି ବିଭାଗରେ ମଧ୍ୟ ସମାନ ସୁଯୋଗ ମିଳିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930