Indus Valley Times

ଅଘୋଷିତ ବିଦ୍ୟୁତ କାଟ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ, ଲାଇନ୍ କାଟିଲେ ଯାଇପାରନ୍ତି ଜେଲ୍

 Breaking News

ଅଘୋଷିତ ବିଦ୍ୟୁତ କାଟ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ, ଲାଇନ୍ କାଟିଲେ ଯାଇପାରନ୍ତି ଜେଲ୍

ଅଘୋଷିତ ବିଦ୍ୟୁତ କାଟ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ, ଲାଇନ୍ କାଟିଲେ ଯାଇପାରନ୍ତି ଜେଲ୍
April 09
19:47 2026

ଭୁବନେଶ୍ୱର, ୯/୪ : ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମି କ୍ଷେତ୍ରରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ସହର ଏବଂ ତାର ଆଖପାଖ ଅଞ୍ଚଳରେ ନିରବର୍ଚ୍ଛିନ ବିଦ୍ୟୁତ୍ ସରବରାହ ପାଇଁ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ଓପିଟିସିଏଲ୍ ଗ୍ରୀଡ଼ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ଟି ଗ୍ରୀଡ୍ ସବଷ୍ଟେସନ୍ ଏବଂ ୮ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ୍ ଲାଇନର ଲୋକାର୍ପଣ କରିଛନ୍ତି । ଭୁବନେଶ୍ୱର ବିଦ୍ୟୁତ୍ ଶକ୍ତି ବ୍ୟବସ୍ଥାର ସମ୍ପ୍ରସାରଣ ପାଇଁ ଲୋକାର୍ପିତ ଏହି ଗ୍ରୀଡ଼୍ ୬୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ।
ଏହି ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭୁବନେଶ୍ୱର ବିଦ୍ୟୁତ୍ ସରବରାହ ବ୍ୟବସ୍ଥା ସାଧାରଣସ୍ତରରୁ ବିଶ୍ୱସ୍ତରୀୟ ହେବ । ଆଜି ରାଜଧାନୀବାସିନ୍ଦାଙ୍କ ପାଇଁ ଏକ ଐତିହାସିକ ଦିନ ।
ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଉପମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି । ଓପିଟିସିଏଲ୍ ମାତ୍ର ଏକ ବର୍ଷ ମଧ୍ୟରେ ଏହି ଉପଲବ୍ଧି ହାସଲ କରିଥିବାରୁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ପୂର୍ବରୁ ୧୯୮୯ ମସିହାରେ ସ୍ଥାପିତ କେବଳ ଚନ୍ଦକା ଗ୍ରୀଡ୍ ସବଷ୍ଟେସନ୍ ଉପରେ ଭୁବନେଶ୍ୱର ବାସିନ୍ଦା ନିର୍ଭରଶୀଳ ଥିଲା । ଯଦି ଚନ୍ଦକାରୁ ଥରେ ବିଦ୍ୟୁତ କଟ୍ଅଫ୍ ହୁଏ ତେବେ ପୁରା ଭୁବନେଶ୍ୱର ଅନ୍ଧାର ହୋଇଯାଏ । କିନ୍ତୁ ୩୬ ବର୍ଷ ପରେ ଏହି ସମସ୍ୟା ଦୂର ହୋଇଛି ।
ବାଲିଅନ୍ତା, ସତ୍ୟନଗର, ନୟାପଲ୍ଲୀ ଏବଂ ଏସସିବି ମେଡ଼ିକାଲ କଲେଜରେ ନୂତନ ୪ଟି ସବଷ୍ଟେସନ ଉଦଘାଟିତ ହୋଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ନୟାପଲ୍ଲୀ ସବଷ୍ଟେସନର ଉଦଘାଟନ କରିଥିଲେ । ଏହା ଦ୍ୱାରା ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳର ୨୨ ଲକ୍ଷ ଉପଭୋକ୍ତା ନିରନ୍ତର ଏବଂ ଗୁଣାତ୍ମକ ବିଦ୍ୟୁତ ସେବା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରକୁ ଟାର୍ଗେଟ୍ କରିଛନ୍ତି । ଗତ ସରକାରର ଗ୍ରୀଡ୍ ସବଷ୍ଟେସନ ପାଇଁ କାର୍ଯ୍ୟ ହାତକୁ ନେଇଥିଲେ କିନ୍ତୁ ରାଜନୈତିକ ଇଚ୍ଛାଶକ୍ତି ନ ଥିବାରୁ ଏହାକୁ କାର୍ଯ୍ୟକାରୀ କରିପାରିନଥିଲେ ।
୨୪ ବର୍ଷରେ ଗୋଟିଏ ମାତ୍ର ଗ୍ରୀଡ୍ ସବଷ୍ଟେସନ୍ କରିପାରିନଥିଲେ । କିନ୍ତୁ ଏ ସରକାର ଆସିବାର ମାତ୍ର ଏକ ବର୍ଷ ମଧ୍ୟରେ ଏହା ସଫଳ ହୋଇଛି । ଏହା ହେଉଛି ବିଜେପି ସରକାରର କଥା ଦେଇ କଥା ରଖିବାର ଦୃଢ଼ ସଂକଳ୍ପ ।
ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, ଓପିଟିସିଏଲ୍ ସିଏମଡି ଭାସ୍କର ଜ୍ୟୋତି ଶର୍ମା ଓ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀଯୁକ୍ତ ଅମୃତ ଋତୁରାଜ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930