Indus Valley Times

ଅଜଣା ଗାଡ଼ି ଧକ୍କାରେ ସ୍କୁଟି ଚାଳକ ଗୁରୁତର

 Breaking News

ଅଜଣା ଗାଡ଼ି ଧକ୍କାରେ ସ୍କୁଟି ଚାଳକ ଗୁରୁତର

ଅଜଣା ଗାଡ଼ି ଧକ୍କାରେ ସ୍କୁଟି ଚାଳକ ଗୁରୁତର
November 21
21:54 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଲୁଣିସରା ଗ୍ରାମ ନିକଟରେ ୫୭ ନଂ ଜାତୀୟ ରାଜପଥ ରେ ଏକ ଅଜଣା ଗାଡ଼ି ଧକ୍କାରେ ସ୍କୁଟି ଚାଳକ ଗୁରୁତର ହୋଇଛନ୍ତି। ମହିପୁର ର ବିଶ୍ବମ୍ବର ପ୍ରଧାନ ତାଙ୍କ ସ୍କୁଟି ଗାଡ଼ି  ନଂ ( ଓଡ଼ି ୨୫ ଡି ୨୧୪୧)   ଆସୁଥିବା ବେଳେ ଲୁଣିସରା ଗ୍ରାମ ନିକଟସ୍ଥ ୫୭ ନଂ ଜାତୀୟ ରାଜପଥ ରେ ଏକ ଅଜଣା ଗାଡ଼ି ସ୍କୁଟି କୁ ଧକ୍କା ଦେଇ ଚାଲିଯାଇଥିଲା।ସ୍କୁଟି ଚାଳକ ଘଟଣା ସ୍ଥଳରେ ଗୁରୁତର ହେବା ସହ ତାଙ୍କର ହାତ ଗୋଡ଼ ଭାଙ୍ଗିଯିବା ସହ ମୁଣ୍ଡରୁ ପ୍ରବଳ ରକ୍ତପାତ ହେଉଥିଲା।ଖବର ପାଇ ନୂଆଗାଁ ଅଗ୍ନିଶମ ବିଭାଗ ଦ୍ଵାରା ସ୍କୁଟି ଚାଳକ ଙ୍କୁ  ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା। ସେଠାରେ ଅବସ୍ଥା ସଙ୍କଟା ପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର  ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା ସୂଚନା ମିଳିଛି।ତେବେ ଏହି ଅଜଣା ଗାଡ଼ି ସମ୍ପର୍କରେ କିଛି ଜଣା ପଡିନଥିବା ଜଣାପଡିଛି।ତେବେ ଯେଉଁ ଭଳି ଭାବେ ନୂଆଗାଁ ବ୍ଲକ୍ ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ ଉପରେ କ୍ଷୀପ୍ର  ଗତିରେ ଯାନ ବାହନ ଯାତାୟାତ ହେଉଛି ତାହା ଯାତ୍ରୀ ମାନଙ୍କ ପାଇଁ ଏବଂ ଜନସାଧାରଣ ଙ୍କ ପାଇଁ ବିପଦ ପୂର୍ଣ୍ଣ ହୋଇପଡିଛି।ତେଣୁ ଏହି ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣ ରେ ଦାବୀ ହେଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031