Legatus

ଅଜଣା ରୋଗକୁ ନେଇ ଆତଙ୍କ ଘଟଣା : ଗାଁରେ ପହଞ୍ଚିଲେ ଡାକ୍ତର ଦଳ

 Breaking News

ଅଜଣା ରୋଗକୁ ନେଇ ଆତଙ୍କ ଘଟଣା : ଗାଁରେ ପହଞ୍ଚିଲେ ଡାକ୍ତର ଦଳ

October 01
11:20 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧/୧୦: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ ଦେଖାଯାଇଛି।
ଏ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖାଯାଇଛି। ଖବର ପାଇ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଭ୍ରାମ୍ୟମାଣ ଚିକିତ୍ସା ଦଳ ଡାକ୍ତର ଅମ୍ବିକା ପ୍ରସାଦ ଶତପଥିଙ୍କ ନେତୃତ୍ୱରେ ଉକ୍ତ ଗାଁରେ ଆକ୍ରାନ୍ତଙ୍କୁ ଚିକିତ୍ସା କରିଛନ୍ତି ।
ଆକ୍ରାନ୍ତ ୧୭ ଜଣଙ୍କୁ ଚିକିତ୍ସା କରାଯାଇ ଏକ ସପ୍ତାହ ପାଇଁ ମାଗଣା ଔଷଧ ପ୍ରଦାନ କରାଯିବା ସହ ସମସ୍ତ ଆକ୍ରାନ୍ତଙ୍କୁ ଜ୍ୱର ସହ ଏଭଳି ହୋଇନାହିଁ। କିଛି ଲୋକଙ୍କୁ ଜ୍ୱର ସହ ଦେହରେ ଘା’ ହୋଇଥିବା ବେଳେ ଆଉ କିଛି ଲୋକଙ୍କୁ ଦେହ କୁଣ୍ଡାଇ ଏଭଳି ହୋଇଛି।
ଏହା ଏକ କୁଣ୍ଡିଆ ରୋଗ। ଏହି ରୋଗ ଏବେ ଚାରିଆଡେ ହେଉଛି। ପୁଣି ସପ୍ତାହ ପରେ ଡାକ୍ତରୀ ଟିମ୍ ଲାଦାମାଲା ଗାଁ ପରିଦର୍ଶନରେ ଆସିବେ। ଲୋକଙ୍କୁ ସଫା ସୁତୁରା ରହିବାକୁ ପରାମର୍ଶ ଦିଆଯାଇଛି। ଦେହରେ କୁଣ୍ଡିଆ ହେବା କ୍ଷଣି ନିକଟସ୍ଥ ଆରୋଗ୍ୟ କେନ୍ଦ୍ରକୁ ଯିବାକୁ ଡାକ୍ତର ଶତପଥି ପରାମର୍ଶ ଦେଇଛନ୍ତି।
ସୂଚନା ଯୋଗ୍ୟ, ଗତ ଏକ ମାସ ହେଲା ଲାଦାମାଲା ଅଞ୍ଚଳରେ ଲୋକଙ୍କୁ ଜ୍ୱର ହେବା ସହ ଦେହରେ ପାଣି ଫୋଟକା ଭଳି ହୋଇ ଫାଟି ଯିବା ପରେ ତାହା ଘା’ ସୃଷ୍ଟି ହେଉଛି। ଏହି ରୋଗ ଯେଉଁ ପରିବାରରେ ହେଉଥିଲା ପରେ ସମସ୍ତ ସଦସ୍ୟଙ୍କୁ ହେଉଥିବା ଜଣାପଡିଛି।
ପୋଲିସ ବାବୁ ବନ୍ଧା ହେଲେ : ମହିଳାଙ୍କୁ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖୁଥିଲେ
ବାଲିଗୁଡା ,୧/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରୁ ନଜରକୁ ଆସିଛି ଏକ ଅଭାବନୀୟ ଘଟଣା।
ଏହି ଥାନାର ପ୍ରାକ୍ତନ ଓଏପିଏଫ ପୁଲିସ ଅଧିକାରୀ ସନ୍ତୋଷ ପ୍ରଧାନ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିବା ପରେ ଅନ୍ତରଙ୍ଗ ସମୟର ଭିଡିଓଙ୍କୁ ଭାଇରାଲ୍ କରିଦେଇଥିଲେ। ଏହାପରେ ମଧ୍ୟ ସେ ଉକ୍ତ ମହିଳାଙ୍କ ଘରେ ପଶି ବିଭିନ୍ନ ଧମକ ଦେଇ ପୁଣିଥରେ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ଉତ୍ତମ ମଧ୍ୟମ କରିବା ପରେ ପୁଲିସ ଜିମା ଦେଇଛନ୍ତି।
ଅନ୍ୟପଟେ ମହିଳାଙ୍କ ଏତଲା ପରେ ବେଲଘର ପୁଲିସ କେସ୍ ନଂ. ୫୯ରେ ଏକ ମାମଲା ରୁଜୁ କରିଥିବା ବେଳେ ବାଲିଗୁଡ଼ା ଥାନା ଇନ୍ସପେକ୍ଟର ସୁଶାନ୍ତ ସାହୁ ଏହି ଅଭିଯୋଗର ତଦନ୍ତ ଭାର ଗ୍ରହଣ କରିଛନ୍ତି। ସନ୍ତୋଷ ଆହତ ଅବସ୍ଥାରେ ତୁମୁଡ଼ିବନ୍ଧ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ସେଠାରୁ ଫେରାର ହୋଇଯାଇଥିଲେ। ଦୀର୍ଘ ୭ ଘଣ୍ଟା ପରେ ସିର୍ଲା ପଞ୍ଚାୟତର ବିରିମିଲା ଗାଁରୁ ପୁଲିସ ତାଙ୍କୁ କାବୁ କରିଥିଲା। ଏନେଇ ଆଉ ଏକ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ବାଲିଗୁଡା : ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ପ୍ରଶିକ୍ଷଣ ଶିବିର ଆୟୋଜନ
ବାଲିଗୁଡା, ୧/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି।ଦୁଇଟି ୟୁନିଟ ପକ୍ଷରୁ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ବରିଷ୍ଠ ପ୍ରାଧ୍ୟାପକ ଲଲାଟେନ୍ଦୁ ଦଳପତି, ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ଼.ବିଭୂତି ଭୂଷଣ ଆଚାର‌୍ୟ୍ୟ, କାର‌୍ୟ୍ୟକ୍ରମ ଅଧିକାରୀ ଦୁଷ୍ମନ୍ତ କୁମାର ଶବର, ଅଧ୍ୟାପିକା ଅରୁନ୍ଧତୀ ପ୍ରଧାନ,ତନୁଶ୍ରୀ ପାତ୍ର ପ୍ରମୁଖ ଯୋଗଦେଇ ସମ୍ଵଳ ବ୍ୟକ୍ତିତ୍ଵ ଭାବେ ତଥ୍ୟ ପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ।
ଆଦିବାସୀ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗରେ ସ୍ଵାଗତ ସମାରୋହ ଆୟୋଜିତ
ବାଲିଗୁଡା,୧/୧୦ :କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ବାଣିଜ୍ୟ ସ୍ରୋତ ପକ୍ଷରୁ ଚଳିତ ବର୍ଷର ସ୍ଵାଗତ ସମାରୋହ ଆୟୋଜିତ ହୋଇଯାଇଛି।
ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଭାଗ ମୁଖ୍ୟ ଅଧ୍ୟାପକ ସରୋଜ କୁମାର ପାଠୀ, ଅଧ୍ୟାପକ ଶ୍ରୀକାନ୍ତ କୁମାର ସାହୁ ସଲାରାମ୍ ମାରାଣ୍ଡି, ଦଣ୍ଡପାଣି ଭୂୟାଁ ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।
+୨ଓ +୩ ପ୍ରଥମ ବର୍ଷ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରାଯାଇଥିଲା। ନୃତ୍ୟ ପରିବେଷଣ ସହ ଛାତ୍ରଛାତ୍ରୀ ମାନେ ସଙ୍ଗୀତ ପରିବେଷଣ କରି ସ୍ୱାଗତ ଜଣାଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31