Indus Valley Times

ଅଢେଇ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କଲା ବୌଦ୍ଧ ପୁଲିସ

 Breaking News

ଅଢେଇ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କଲା ବୌଦ୍ଧ ପୁଲିସ

December 02
22:34 2020

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୨/୧୨: ବୌଦ୍ଧଜିଲ୍ଲାର ଉପାନ୍ତ ଓ ଅଭ୍ୟନ୍ତରିଣ ଅଂଚଳରେ ବ୍ୟାପକ ଭାବରେ ବେଆଇନ ଭାବେ ଗଞ୍ଜେଇ ଚାଷ କରାଯାଉଥିବା ବେଳେ ଆଜି ବୌଦ୍ଧଜିଲ୍ଲା ପୋଲିସ ପକ୍ଷରୁ ଡିଏସପି ଧିରେନ୍ଦ୍ର କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ବୈାଦ୍ଧଥାନା ଅନ୍ତର୍ଗତ ପାଟଳିପଡା ଗ୍ରାମ ନିକଟରେ ଥିବା ୧୧୦ ଏକର ଜଙ୍ଗଲ ଜମି ଉପରେ ଚଡାଉ କରାଯାଇ ପ୍ରାୟ ଅଢେଇ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ଏହି ଚଢାଉରେ ଏସଆଇ ତପନ କୁମାର ସ୍ୱାଇଁ ସମେତ ଅନ୍ୟ କର୍ମଚାରୀମାନେ ସାମିଲଥିଲେ ।
ବୌଦ୍ଧ: କୋଭିଡ୍‌-୧୯ ଟୀକାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ଟାସ୍କ୍‌ଫୋର୍ସ କମିଟି ବୈଠକ ଅନୁଷ୍ଠିତ
ବୌଦ୍ଧ,୨/୧୨: ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ତାଲିମ କେନ୍ଦ୍ର ଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ କୋଭିଡ୍ ଟୀକାକରଣ ନିମନ୍ତେ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ କୋଭିଡ୍ ଟୀକାକରଣର ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି, ଆବଶ୍ୟକୀୟ ତଥ୍ୟର ଆକଳନ ତଥା ଏଥିନିମନ୍ତେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କର ସହଯୋଗ ସଂକ୍ରାନ୍ତରେ ବୈଠକରେ ଆଲୋଚନା କରାଯାଇଥିଲା । ସରକାରଙ୍କ ନିର୍ଦ୍ଦେଶିତ କୋଭିଡ୍ କଟକଣାକୁ ଅବମାନନା କଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରିମାନା ଅଦାୟ କରାଯିବା ସହ ଆବଶ୍ୟକୀୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ଅବଗତ କରାଇଥିଲେ । ବ୍ଲକ୍ ସ୍ତରରେ ପ୍ରତି ୧୫ ଦିନ ଅନ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ମିଟିଂ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଂନିରୀକ୍ଷଣ ଅଧିକାରୀ ଡା. ଅବନୀନ୍ଦ୍ରନାଥ ସାହୁ ବୈଠକରେ କୋଭିଡ୍ ଟୀକାକରଣ ସମ୍ବନ୍ଧୀୟ ବିସ୍ତ୍ରୃତ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ଜିଲ୍ଲାରେ ଏ ଅବସରରେ ସଂପୂର୍ଣ୍ଣ ଟୀକାକରଣର ସ୍ଥିତି, ଧାର୍ଯ୍ୟଲକ୍ଷ୍ୟ ହାସଲ ପାଇଁ ସ୍ୱତନ୍ତ୍ର ଟୀକାକରଣ କରାଯିବା ନେଇ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାପାଳ ଚଳିତ ବର୍ଷ ଜିଲ୍ଲାରେ ହୋଇଥିବା ମାତୃମୃତ୍ୟୁ ଓ ଶିଶୁମୃତ୍ୟୁର ସମୀକ୍ଷା କରିବା ଅବସରରେ ସମସ୍ତ ସରକାରୀ ଡାକ୍ତଖାନାରେ ପ୍ରସବ ନିମନ୍ତେ ଦିଆଯାଉଥିବା ସ୍ୱାସ୍ଥ୍ୟସେବାର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପିସିପିଏନ୍‌ଡିଟି ଆଇନ ଅନ୍ତର୍ଗତ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାରେ ଚାଲୁଥିବା ଅଲ୍‌ଟ୍ରାସାଉଣ୍ଡ୍ କ୍ଲିନିକ୍ ଗୁଡିକର କାର୍ଯ୍ୟକାରିତା, ନିୟମିତ ବ୍ୟବଧାନରେ କ୍ଲିନିକ୍ ଗୁଡିକର ଯାଂଚ୍‌, ପଂଜିକୃତ କ୍ଲିନିକର ନବୀକରଣ, କନ୍ୟାଭୃଣହତ୍ୟା ନିରୋଧ ଆଇନ ସଂପର୍କରେ ଜନସଚେତନତା ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଏନ୍ ସି ଜ୍ୟୋତିରଂଜନ ନାୟକ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୋଷ ମହାପାତ୍ର, ଡା. କିଶୋର ଚନ୍ଦ୍ର ପଟ୍ଟନାୟକ, ଡିପିଏମ୍ ରୂପକ କୁମାର ମହାପାତ୍ର, ସମସ୍ତ ବ୍ଲକର ଚିକିତ୍ସାଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର୍‌, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିରଂଚି ଧରୁଆ, ଜିଲ୍ଲା ପ୍ରଜନନ ଓ ଶିଶୁସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର ତଥା ସ୍ୱାସ୍ଥ୍ୟ ବିଭାଗର ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ବୌଦ୍ଧରେ ଅଭୟକାନ୍ତ ପାଠକ ଲିଙ୍କରେ ଏସସଆଇଟି ନିର୍ଦ୍ଦେଶରେ ଭିଜଲାନ୍ସ ପକ୍ଷରୁ ବନଖଣ୍ଡ କାର୍ଯ୍ୟାଳୟରେ ଖୋଲତାଡ ଆରମ୍ଭ
ବୈାଦ୍ଧ,୨/୧୨: ଆଇଏଫଏସ ଅଧିକାରୀ ତଥା ବୌଦ୍ଧ ବନଖଣ୍ଡର ପୂର୍ବତନ ଡିଏଫଓ ଅଭୟକାନ୍ତ ପାଠକ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେବା ପରେ ତାଙ୍କ ଠକ ସାମ୍ରାଜ୍ୟର ଖୋଲତାଡ ଆରମ୍ଭ କରୁଛି ଏସଆଇଟି । ଏସଆଇଟି ପକ୍ଷରୁ ତାଙ୍କର ଚାକିରୀ ସମୟରେ ଯେଉଁ ଯେଉଁ ସ୍ଥାନରେ କାର୍ଯ୍ୟକରିଥିଲେ ସେହି ସବୁ ସ୍ଥାନ ଗୁଡିକରେ ଯାଂଚ ଚାଲିଛି । ସେ ବୌଦ୍ଧ ବନଖଣ୍ଡ ଡିଭିଜରେ ଦୁଇଥର ଡିଏଫଓ ଭାବରେ କାର୍ଯ୍ୟ କରିଥିବାରୁ ଏସଆଇଟି ନିର୍ଦ୍ଦେଶରେ ବୌଦ୍ଧ ବନଖଣ୍ଡ କାର୍ଯ୍ୟାଳୟରେ ଖୋଳତାଡ କରାଯାଉଛି । ଏସଆଇଟି କଟକଙ୍କ ନିର୍ଦ୍ଦେଶରେ ବୌଦ୍ଧଭିଜଲାନ୍ସ ଇନ୍ସିପେକ୍ଟର ପୁଲସ୍ତି ଛତ୍ରିଆଙ୍କ ନେତୃତ୍ୱରେ ଏକ ଟିମ ବୌଦ୍ଧବନଖଣ୍ଡ କାର୍ଯ୍ୟାଳୟ ଓ ଜିଲ୍ଲାରେ ଥିବା ବିଭିନ୍ନ ବ୍ୟାଙ୍କକୁ ଯାଇ ଘଟଣା ସଂପର୍କରେ ଖୋଲତାଡ ଆରମ୍ଭ କରିଛଛନ୍ତି । ବୌଦ୍ଧଜିଲ୍ଲା ଗଠନ ହେବା ପୂର୍ବରୁ ୧୯୯୧ ରୁ ୯୩ ମସିହା ପର୍ଯ୍ୟନ୍ତ ଡିଏଫଓ ଭାବରେ କାର୍ଯ୍ୟ କରିଥିବା ବେଳେ ଜିଲ୍ଲା ଗଠନ ପରେ ୨୦୦୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ବୌଦ୍ଧ ବନଖଣ୍ଡର ଡିଏଫଓ ଭାବରେ ଦାୟୀତ୍ୱରେ ଥିଲେ । ଏହି ସମୟ ମଧ୍ୟରେ ଏଠାରେ ଥିବା ବ୍ୟାଙ୍କ ଗୁଡିକରେ ତାଙ୍କ ନାମରେ ଏକାଣ୍ଟ ଅଛି କିନାହିଁ, ଯେହେତୁ ଏବେ ଏଟିଏମ ବ୍ୟବସ୍ଥାରୁ ସୁବିଧା ରହିଛି ଯେ କୈାଣସି ସ୍ଥାନରୁ ଟଙ୍କା ଉଠାଣ ଓ ଜମା ହୋଇ ପାରୁଛି ସେଥିପାଇଁ ବ୍ୟାଙ୍କ ଏକାଉଣ୍ଟର ତଥ୍ୟ ମଗାଯାଇଛି । ଏପରିକି ଶ୍ରୀ ପାଠକଙ୍କ ପାନକାର୍ଡ ନକଲ ଓ ମୋବାଇଲ ନମ୍ବର ବ୍ୟାଙ୍କମାନଙ୍କୁ ପ୍ରଦାନ କରାଯାଇଛି । ସେ ଏଠାରେ ଥିବା ସମୟରେ ଦରମା କେତେ ନେଇଛନ୍ତି,ବ୍ୟକ୍ତିଗତ ଫାଇଲର ସଂପୂର୍ଣ୍ଣ ବିବରଣୀ, ବ୍ୟାଙ୍କର ବ୍ୟକ୍ତିଗତ ଋଣ, ଜିପିଏଫ ଋଣ କରିଛନ୍ତିକି ଯଦି କରିଛନ୍ତି କେଉଁ ଉଦ୍ଦେଶ୍ୟରେ କରିଛନ୍ତି,ଗାଡି ମଟର କିଣିଛନ୍ତିକି ଯଦି କିଣିଛନ୍ତି ତାହାହେଲେ ଅନୁମତି ନେଇଛନ୍ତିକି ନାହିଁ ଏନେଇ ସଂପୂର୍ଣ୍ଣ ବିରଣୀପ୍ରଦାନ କରିବାକୁ ଏସଆଇଟି ପକ୍ଷରୁ ତଥ୍ୟ ମଗାଯାଇଛି । ମଙ୍ଗଳବାର ଭିଜଲାନ୍ସ ପକ୍ଷରୁ ଜିଲ୍ଲାରେ ଥିବା ଷ୍ଟେଟ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ଏକ୍ସି ବ୍ୟାଙ୍କ, ଆନ୍ଧ୍ରା ବ୍ୟାଙ୍କ, ୟୁନିଆନ ବ୍ୟାଙ୍କ, ବରୋଦା, ବ୍ୟାଙ୍କ ଅଫ ଇଣ୍ଡିଆ ଆଦି ୧୫ରୁ ଉର୍ଦ୍ଧ୍ୱ ବ୍ୟାଙ୍କକୁ ଯାଇ ତାଙ୍କର ନାମରେ ଏକାଉଣ୍ଟ ଅଛି କି ନାହିଁ ତାହା ଯାଂଚ କରି ରିପୋର୍ଟ ପ୍ରଦାନ କରିବା ପାଇଁ ଏକ ଚିଠି ବ୍ୟାଙ୍କ କତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିବା ଆଜି ବୌଦ୍ଧବନଖଣ୍ଡ କାର୍ଯ୍ୟାଳୟକୁ ଯାଇ ଖୋଲତାଡ ଆରମ୍ଭ କରିଥିଲେ ।
ବୌଦ୍ଧ: କୈଳାଶ ବେହେରା ହେଲେ ଯୁବ ବିଜେଡି ନଗର ସଭାପତି
ବୌଦ୍ଧ,୨/୧୨: ବୌଦ୍ଧଜିଲ୍ଲା ଯୁବ ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣ ହୋଇ ଯାଇଥିବା ବେଳେ ଜିଲ୍ଲା ଯୁବ ବିଜୁ ଜନତା ଦଳର ନଗର ସଭାପତି ଭାବରେ କୈଳାଶ ବେହେରାଙ୍କ ନାମ ଘୋଷଣା କରାଯାଇଛି । ଯୁବ ନଗର ସଭାପତି ଭାବରେ ତାଙ୍କ ନାମ ଘୋଷଣା ହେବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ବୌଦ୍ଧ ସହରରେ ଦଳ କ୍ଷମତା ବୃଦ୍ଧି ପାଇବ ବୋଲି ତାଙ୍କ ସମର୍ଥକମାନେ ଆଶାରଖିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930