Legatus

ଅତିରିକ୍ତ ସହକାରୀ ଦେବତ୍ତର କମିଶନରଙ୍କ ବାଲିଗୁଡା ଗ୍ରସ୍ତ : ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାର ସମୀକ୍ଷା

 Breaking News

ଅତିରିକ୍ତ ସହକାରୀ ଦେବତ୍ତର କମିଶନରଙ୍କ ବାଲିଗୁଡା ଗ୍ରସ୍ତ : ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାର ସମୀକ୍ଷା

ଅତିରିକ୍ତ ସହକାରୀ ଦେବତ୍ତର କମିଶନରଙ୍କ ବାଲିଗୁଡା ଗ୍ରସ୍ତ : ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାର ସମୀକ୍ଷା
November 24
11:00 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୨୪/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡାର ସର୍ବ ପୁରାତନ ଶ୍ରୀଜଗନ୍ନାଥ ମନ୍ଦିରକୁ ଅତିରିକ୍ତ ସହକାରୀ ଦେବୋତ୍ତର କମିଶନର ବ୍ରହ୍ମପୁର ,ସିଦ୍ଧାର୍ଥ ଶଙ୍କର ଜେନା ଶୁକ୍ରବାର ଦିନିକିଆ ଗ୍ରସ୍ତ କରି ମନ୍ଦିର ନିରୀକ୍ଷଣ କରି ଫେରିଛନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିରରେ ପହଞ୍ଚି ମନ୍ଦିର ର ମେନେଜିଂ ଟ୍ରଷ୍ଟି ଟି. ଶ୍ରୀନିବାସ ରାଓ ଏବଂ ମଧୁସୂଦନ ଦାସ ତାଙ୍କୁ ମନ୍ଦିର ପରିସର ବୁଲାଇ ଦେଖାଇଥିଲେ ।
ବିଭିନ୍ନ ପାର୍ଶ୍ଵ ଦେବାଦେବୀ ପୀଠ ବୁଲି ଦେଖିବା ସହ ଶ୍ରୀଜଗନ୍ନାଥ ଙ୍କ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ପରିସର ରେ ନୂତନ ଯଜ୍ଞ ମଣ୍ଡପ, କଲ୍ୟାଣ ମଣ୍ଡପ, ଭୋଜନ ମଣ୍ଡପ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ତଦାରଖ କରିବା ସହ ପ୍ରତିଷ୍ଠା ମହୋତ୍ସବ ପାଳନ କିଭଳି ରହିଥିଲା
ସେ ସମ୍ପର୍କରେ ଟ୍ରଷ୍ଟ ସଦସ୍ୟ ଙ୍କ ସହ ଆଲୋଚନା କରିଥିଲେ। ବର୍ଷ ତମାମ ମନ୍ଦିର କିଭଳି ପରିଚାଳନା ହେଉଛି, ଆୟବ୍ୟୟ ର ହିସାବ କିତାବ ସମ୍ପର୍କ ରେ ବିଭିନ୍ନ ନଥି ପତ୍ର ଯାଞ୍ଚ କରିଥିଲେ।
ଅତିରିକ୍ତ ସହକାରୀ ଦେବୋତ୍ତର କମିଶନର ଶ୍ରୀ ଜେନା ମନ୍ଦିର ପରିସର ରେ ପୂଜା ପାଉଥିବା ଦେବା ଦେବୀ ଙ୍କ ପୂଜା ନୀତି ବିଧି ଅନୁସାରେ ନିଷ୍ଠାର ସହ ସମ୍ପାଦନ କରିବା, ସ୍ୱଚ୍ଛତା ବଜାୟ ରଖିବା ପାଇଁ ଟ୍ରଷ୍ଟି ମାନଙ୍କୁ ପରାମର୍ଶ ଦେଇଛନ୍ତି।
ଶ୍ରୀ ସତ୍ୟସାଇ ବାବାଙ୍କ ୯୯ ତମ ଜନ୍ମ ବାର୍ଷିକୋତ୍ସବ ପାଳିତ
ବାଲିଗୁଡା,୨୪/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ଶ୍ରୀ ସତ୍ୟସାଇବାବାଙ୍କ ୯୯ ତମ ଜନ୍ମ ବାର୍ଷିକୋତ୍ସବ ସ୍ଥାନୀୟ ସାଇବିହାର ଠାରେ ପାଳିତ ହୋଇଯାଇଛି ।
ସମିତି ର ଆବାହକ ରାଜେନ୍ଦ୍ର କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟୁଷରେ ଓଁକାର, ସୁପ୍ରଭାତମ, ନଗର ସଂକୀର୍ତନ ଆୟୋଜନ ହୋଇଥିଲା ।
ଏନେଇ ମନ୍ଦିର ପରିସରରେ ସଫେଇ କାର‌୍ୟ୍ୟକ୍ରମ, ପ୍ରଶାନ୍ତି ପତାକା ଉତ୍ତୋଳନ, ଷୋଡ଼ ଶୋପଚାର ପୂଜା ଓ ହୋମ କାର‌୍ୟ୍ୟକ୍ରମ ଯଥାରିତି ନୀତି ନୁଯାୟୀ ହୋଇଥିଲା ଓ ପରେପରେ ସତ୍ୟସାଇଙ୍କ ଫୋଟୋ ଚିତ୍ର କୁ ଏକ ସୁସଜ୍ଜିତ ରଥ ରେ ସମଗ୍ର ନଗର ପରିକ୍ରମା କରାଯାଇଥିଲା ।
ଏହି ଅବସରରେ ନାରାୟଣୀ ମାନଙ୍କୁ ରନ୍ଧା ଖାଦ୍ୟ ପୁଡିଆ ବଣ୍ଟନ କରିବା ସହିତ ଅନ୍ନ ପ୍ରସାଦ ର ବ୍ୟବସ୍ଥା ଚରାଯାଇଥିଲା ।
ପରେ ପରେ ଅସହାୟ ଦୀନ ଦୁଃଖୀ ଲୋକ ମାନଙ୍କୁ ଲୁଗାପଟା ସହିତ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା । ସେବାଗ୍ରାମ, ପୋଷ୍ୟଗ୍ରାମ, ରୋଗୀ ମାନଙ୍କ ଘରକୁ ଯାଇ ବାବାଙ୍କ ଫୋଟୋ, ବିଭୁତି ଓ ପ୍ରସାଦ ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ଲିଖିତ ଜପ ପରେ ପରେ ୯୯ ଗୋଟି ଦୀପ ପ୍ରଜ୍ଜଳନ କରାଯାଇ ବେଦ ପାଠ ସହିତ ଭଜନ କରି ସାଇଝୁଲା ରେ ଝୁଲାଇ କେକ କଟା ଯାଇଥିଲା ଶେଷରେ ବାଳବିକାଶ ପିଲାଙ୍କ ଦ୍ବାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ବାଳବିକାଶ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରି ମଙ୍ଗଳ ଆରତୀ କରି ସମାପନ କରାଯାଇଥିଲା ।
ଗଞ୍ଜେଇ ସହ କାର୍ ଜବତ: ୨ ଗିରଫ
ବାଲିଗୁଡ଼ା,୨୪/୧୧: କନ୍ଧମାଳ ଜିଲା ବାଲିଗୁଡ଼ା ଅବକାରୀ ବିଭାଗ ଗଞ୍ଜେଇ ଚୋରାଚାଲାଣ ବେଳେ ଚଢାଉ କରି କାର୍ ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନାନୁଯାୟୀ, ଅବକାରୀ ବିଭାଗ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ପ୍ରକାରେ ସୂଚନା ପାଇ ସାରଙ୍ଗଡ଼ ଥାନା ଅନ୍ତର୍ଗତ ବନ୍ଧଗୁଡ଼ା ଛକରେ ଜଗିଥିଲେ।
ଏହି ସମୟରେ ଗୋଟିଏ ଧଳା ରଙ୍ଗର ଏକ କାର୍ ଓଡି ୦୨ ସିଏନ୍ ୦୪୩୩ ଆସୁଥିବା ଦେଖି କାର୍ ଯାଞ୍ଚ କରିବା ବେଳେ ଏହା ଭିତରୁ ୨୩ କେଜି ଗଞ୍ଜେଇ ବାହାରିଥିଲା କ୍ଷ କାର୍ ଓ ଗଞ୍ଜେଇକୁ ଜବତ କରିଥିବା ବେଳେ କାର୍ ଭିତରେ ଥିବା ଦୁଇ ଗଞ୍ଜେଇ ଚାଲାଣକାରୀ ଯୁବକ ଫିରିଙ୍ଗିଆ ଅଞ୍ଚଳର ଅଭୟ ପର୍ଶୁରାମ ମହାରଣା(୨୦) ଓ ଶଙ୍କରାଖୋଲ ଅଞ୍ଚଳର ବିକୁ ଦିଗାଳ(୨୦) କୁ ଗିରଫ କରି କେଶ ନଂ. ୭୨/୨୪ ପ୍ରକାରେ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଥିବା
ନେଇ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ଏହ ଚଢ଼ାଉରେ ଓଆଇସି ସୁମିତ୍ର ଦଳେଇ, ଏସ୍‌ଆଇ ଏନ୍‌.ତିରୁପତି ରାଓ ଓ ଭବାନୀ ଶଙ୍କର ସେଠୀ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦଯାପିତ
ବାଲିଗୁଡ଼ା, ୨୪/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ମହୋତ୍ସବ ସ୍ଥାନୀୟ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଦୁଇ ଦିନ ଧରି ଚାଲିବା ପରେ ଉଦଯାପିତ ହୋଇଯାଇଛି।
ପ୍ରଥମ ଦିବସର ଉଦଘାଟନୀ ସମାରୋହରେ ବାଲିଗୁଡ଼ା ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ କ୍ରୀଡ଼ାର ଶୁଭାରମ୍ଭ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡ଼ାର ମହତ୍ୱ ବିଷୟରେ ଆଲୋକପାତ କରାଇଥିଲେ ।
ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ସୁଧାଂଶୁ ମୋହନ ପତି, ସମ୍ପାଦକ ତୀର୍ଥବାସୀ ଘଡାଇଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳନା ପାଇଁଁ ମାର୍ଗଦର୍ଶନ କରିଥିଲେ।
ବିଦ୍ୟାଳୟର ପ୍ରଧାନ ଆଚାର‌୍ୟ୍ୟ ଶିଶିର କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆଚାର୍ଯ୍ୟା ମମତା ମହାରଣା କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ।
ଏଥିରେ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ , ଆଚାର୍ଯ୍ୟା ଓ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟାକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।
ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଦ୍ବିତୀୟ ଦିନ ଅପରାହ୍ନରେ ଉଦଯାପିତ ହୋଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଉପଖଣ୍ଡର ଡେପୁଟି କଲେକ୍ଟର ଧିରଜ କୁମାର ପାତ୍ର ଯୋଗଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଧାଂଶୁ ମୋହନ ପତି,ସମ୍ପାଦକ ତୀର୍ଥବାସୀ ଘଡ଼ାଇ ,ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ, ଉପସଭାପତି ଦଣ୍ଡପାଣି ଭୂୟାଁ, କୋଷାଧ୍ୟକ୍ଷ ସୁବାଷ ଚନ୍ଦ୍ର ଦିଗାଳ ଓ ସଦସ୍ୟା ସୋନିଆ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସଭାକାର୍ଯ୍ୟ ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାୟ ୧୨୦ ଟି ପ୍ରତିଯୋଗିତାରେ ୫୦୦ ଶିଶୁ ଭାଗନେଇଥିଲେ । ସେଥିରେ କୃତିତ୍ୱ ଅର୍ଜନ କରିଥିବା ଶିଶୁମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଶେଷରେ କ୍ରୀଡ଼ା ମହୋତ୍ସବର ମଶାଲ ଜ୍ୟୋତି ନିର୍ବାପିତ କରାଯାଇ ରାଷ୍ଟ୍ରଗୀତ ବନ୍ଦେ ମାତରଂ ଗାନ କରି ମହୋତ୍ସବ ସମାପ୍ତ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31