Indus Valley Times

ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ‘ହାମୁନ’

 Breaking News

ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ‘ହାମୁନ’

ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ‘ହାମୁନ’
October 24
14:51 2023

ଭୁବନେଶ୍ବର,୨୪/୧୦ : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ହାମୁନ ଏକ ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୨୧ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗରେ ଗତି କରୁଛି । ମଙ୍ଗଳବାର ସକାଳ ସାଢେ ୫ଟା ସୁଦ୍ଧା ଏହା ପାରାଦୀପଠାରୁ ୨୩୦ କିଲୋମିଟର ପୂର୍ବ,ଦକ୍ଷିଣ-ପୂର୍ବ ଦିଗରେ ଥିଲା ।
ଏହା କ୍ରମଶଃ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ୨୫ ଅକ୍ଟୋବର ସକାଳ ସାଢେ ୫ଟା ବେଳେ ବାଂଲାଦେଶର ଖେପୁପାରା ଓ ଚିଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବ ଓ ୭୦ କିଲୋମିଟର ବେଗରେ ଝଟକା ଲାଗିବାର ସମ୍ଭାବନା ରହିଛି ।
ଏହି ବାତ୍ୟା ହାମୁନ ଭାରତୀୟ ଉପକୂଳ ସହ ସମାନ୍ତରାଳ ଗତିରେ ସମୁଦ୍ର ମଧ୍ୟରେ ଗତି କରୁଥିବାରୁ ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ତେବେ ଏହାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।
ସେହିପରି ଗାଙ୍ଗେୟ ପଶ୍ଚିମବଙ୍ଗ ଅଂଚଳରେ ମଧ୍ୟ ବର୍ଷା ହେବ । ତେବେ ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ ଓ ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବ । ଏହି କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031