Indus Valley Times

ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ତିନି ମୃତ, ବନ ବିଭାଗ କର୍ତ୍ତୃପକ୍ଷଙ୍କ ଦେଖା ନାହିଁ

 Breaking News

ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ତିନି ମୃତ, ବନ ବିଭାଗ କର୍ତ୍ତୃପକ୍ଷଙ୍କ ଦେଖା ନାହିଁ

ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ତିନି ମୃତ, ବନ ବିଭାଗ କର୍ତ୍ତୃପକ୍ଷଙ୍କ ଦେଖା ନାହିଁ
January 07
10:26 2023

ଅନୁଗୋଳ,୭/୧: ହାତୀ ଆକ୍ରମଣରେ ୩ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ। ମୃତକ ହେଲେ ଛେଳିଆପଡ଼ାର ସୁବାସ ବିଶ୍ୱାଳ, ଅଙ୍ଗାରବନ୍ଧର ଅନିରୋଦ୍ଧ ସାହୁ ଓ ବାରସିଙ୍ଗାର ରମେଶ ଚନ୍ଦ୍ର ସାହୁ।
ଆଜି ସକାଳେ ସୁବାସ, ଅନିରୋଦ୍ଧ ଓ ରମେଶ ବଗିଚାରେ କାମ କରୁଥିଲେ। ଏହି ସମୟରେ ଏକ ଦନ୍ତା ହାତୀ ବଗିଚା ଭିତରକୁ ପଶି ଆସିଥିଲା। ଉଭୟଙ୍କୁ ଆକ୍ରମଣ କରିଥିଲା।
ଉଭୟ ଦନ୍ତା ଆକ୍ରମଣରୁ ରକ୍ଷା ପାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବଞ୍ଚି ପାରି ନଥିଲେ। ଉଭୟଙ୍କୁ ଦନ୍ତା ଦଳି ଦେଇଥିଲା। ପରିବାର ଲୋକେ ଖବର ପାଇ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରୁଛି।
ବିଭିନ୍ନ ସ୍ଥାନରେ ହାତୀ ପଲ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସି ଘର ଭାଙ୍ଗିବା ଦେବା ସହ ଜିନିଷ ପତ୍ର ନଷ୍ଟ କରୁଛନ୍ତି। ଏହାସହ ହାତୀ ଆକ୍ରମଣରେ କେତେକ ଲୋକଙ୍କ ଜୀବନ ମଧ୍ୟ ଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031