Legatus

‘ଅନୁପମା’ ଫେମ୍ ନିତେଶ ପାଣ୍ଡେଙ୍କ ଦେହାନ୍ତ, ୫୧ ବର୍ଷରେ ଦୁନିଆକୁ କହିଲେ ଅଲବିଦା

 Breaking News

‘ଅନୁପମା’ ଫେମ୍ ନିତେଶ ପାଣ୍ଡେଙ୍କ ଦେହାନ୍ତ, ୫୧ ବର୍ଷରେ ଦୁନିଆକୁ କହିଲେ ଅଲବିଦା

‘ଅନୁପମା’ ଫେମ୍ ନିତେଶ ପାଣ୍ଡେଙ୍କ ଦେହାନ୍ତ, ୫୧ ବର୍ଷରେ ଦୁନିଆକୁ କହିଲେ ଅଲବିଦା
May 24
11:54 2023

ମୁମ୍ବାଇ,୨୪/୫: ‘ଓମ୍ ଶାନ୍ତି ଓମ୍’ ଏବଂ ‘ଅନୁପମା’ରେ ଅଭିନୟ କରିଥିବା ଅଭିନେତା ୫୦ ବର୍ଷିୟ ନୀତେଶ ପାଣ୍ଡେଙ୍କର ଦେହାନ୍ତ ହୋଇଯାଇଥିବା କଥା ତାଙ୍କ ଭିଣୋଇ ସିଦ୍ଧାର୍ଥ ନାଗର ଗଣମାଧ୍ୟମକୁ କହିଛନ୍ତି।
ରାତି ପ୍ରାୟ ୨ଟା ବେଳେ ପ୍ରଚଣ୍ଡ ହୃଦ୍ଘାତ ହେବାକ୍ଷଣି ତାଙ୍କର ମୃତ୍ୟୁ ଘଟିଥିବା କଥା କୁହାଯାଉଛି। ହୋଟେଲ୍ରୁ ତାଙ୍କର ଶବ ଉଦ୍ଧାର କରାଯାଇଛି। ନାଶିକ ନିକଟ ଇଗତପୁରୀରେ ସୁଟିଙ୍ଗ୍ ପାଇଁ ସେ ଆସିଥିଲେ।
୯୦ ଦଶକରେ ମଞ୍ଚରେ ଅଭିନୟ କରିଥିବା ନୀତେଶ ପାଣ୍ଡେ ଟେଲିଭିଜନ୍ ଓ ଚଳଚ୍ଚିତ୍ରରେ ଜଣେ ସୁପରିଚିତ ଅଭିନେତା ଭାବେ ସୁଖ୍ୟାତି ଅର୍ଜନ କରିଥିଲେ। ମଞ୍ଚ ଅଭିନୟ ପରେ ସେ ସ୍ବଳ୍ପ ଦିନ ଧରି ପ୍ରସାରିତ ଟେଲିଭିଜନ୍ ସୋ’ ‘ତେଜସ୍’ରେ ଜଣେ ଗୁଇନ୍ଦା ଚରିତ୍ରରେ ଅଭିନୟ କରିଥିଲେ।
‘ଅସ୍ତିତ୍ବଟ୍ଟ ଏକ୍ ପ୍ରେମ୍ କାହାନୀ’, ‘ମଞ୍ଜିଲେଁ ଅପ୍ନୀ ଅପ୍ନୀ’, ‘ସାୟା’, ‘ଦୁର୍ଗେଶ ନନ୍ଦିନୀ’ ଏବଂ ‘ଜୁସ୍ତଜୂ’ ଭଳି ‘ସୋ’ରେ ମଧ୍ୟ ସେ ଅଭିନୟ କରିଥିଲେ। ଅଳ୍ପଦିନ ପୂର୍ବେ ‘ଅନୁପମା’ରେ ଧୀରଜ କୁମାର ଚରିତ୍ରରେ ତାଙ୍କ ଅଭିନୟ ଦେଖାଯାଇଥିଲା। ସେହିପରି, ‘ଇଣ୍ଡିଆୱାଲି ମା’ରେ ବି ସେ ଚମତ୍କାର ଅଭିନୟ କରିଛନ୍ତି।
ଏହାଛଡ଼ା, ‘ବଧାଇ ଦୋ’, ‘ସାଦି କେ ସାଇଡ୍ ଇଫେକ୍ଟସ୍’, ‘ଦବଙ୍ଗ-୨’ ଏବଂ ‘ରେଙ୍ଗୁନ୍’ ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ। ତାଙ୍କର ସର୍ବୋତ୍ତମ ଚଳଚ୍ଚିତ୍ର ଭୂମିକା ରହିଛି ଶାହାରୁଖ ଖାନ୍ଙ୍କ ‘ଓମ୍ ଶାନ୍ତି ଓମ୍’ ଏବଂ ‘ଖୋସ୍ଲା କା ଘୋସ୍ଲା’ ଚଳଚ୍ଚିତ୍ରରେ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930