Indus Valley Times

ଅନ୍ତିମ ସଂସ୍କାର ସାରି ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲା ୪ ପୁଲିସ କନଷ୍ଟେବଳଙ୍କ ଜୀବନ

 Breaking News

ଅନ୍ତିମ ସଂସ୍କାର ସାରି ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲା ୪ ପୁଲିସ କନଷ୍ଟେବଳଙ୍କ ଜୀବନ

August 23
19:46 2021

ବିଶାଖାପାଟଣା,୨୩/୮ : ଅନ୍ତିମ ସଂସ୍କାର ସାରି ଫେରୁଥିଲେ। ଆଉ ଦୁର୍ଘଟଣାରେ ଚାଲିଗଲା ୪ ପୁଲିସ୍ କନଷ୍ଟେବଳଙ୍କ ଜୀବନ। ଆଜି ଏମିତି ଏକ ଦୁଃଖଦ ଘଟଣା ଘଟିଛି ଶ୍ରୀକାକୁଲମ ଜିଲ୍ଲାର ଇଚ୍ଛାପୁର – ଶ୍ରୀକାକୁଲମକୁ ସଂଯୋଗ କରୁଥିବା ୫ ନମ୍ବର ଜାତୀୟ ରାଜପଥରେ।
ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଆନ୍ଧ୍ରପ୍ରଦେଶ ରାଜ୍ୟ ପୁଲିସର ୪ ଜଣ ସଶସ୍ତ୍ର ରିଜର୍ଭ ପୁଲିସ୍ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, କନଷ୍ଟେବଳମାନେ ଓଡ଼ିଶା – ଆନ୍ଧ୍ରପ୍ରଦେଶ ସୀମାନ୍ତରେ ରହିଥିବା ଇଚ୍ଛାପୁରମ ନିକଟରେ ଏକ ଆର୍ମି ଯବାନଙ୍କ ଅନ୍ତିମ ସଂସ୍କାର ରୀତିନୀତିରେ ଯୋଗଦେବା ପରେ ଶ୍ରୀକାକୁଲମ ସହରର ଜିଲ୍ଲା ମୁଖ୍ୟାଳୟକୁ ଫେରୁଥିଲେ।
ସେମାନେ ପାଲାସା ପାଖାପାଖି ହୋଇଥିବା ବେଳେ ହଠାତ୍ ସେମାନଙ୍କ ବୋଲେରୋ ଗାଡ଼ିର ଆଗ ପଟ ଟାୟାର ଫାଟି ଯାଇଥିଲା। ଯାହା ଫଳରେ ଗାଡ଼ିଟି ରାସ୍ତା ଡିଭାଇଡରକୁ ଧକ୍କା ଦେଇଥିଲା। ଯାହା ଫଳରେ ଗାଡ଼ିଟି ରାସ୍ତାର ଆରପାର୍ଶ୍ୱକୁ ଖସି ପଡ଼ିଥିଲା।
ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟକ୍କ ବୋଲେରୋଙ୍କୁ ଜୋରଦାର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ୪ଜଣ କନଷ୍ଟେବଳଙ୍କ ମୃତ୍ୟୁ ଘଟିଥିଲା।
ସୂଚନା ପାଇ ପାଲାସା ପୁଲିସ ଥାନାର କର୍ମଚାରୀ ମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶ୍ରୀକାକୁଲମ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031