Legatus

ଅନ୍ୟ ଜାତିରେ ଦ୍ବିତୀୟ ବିବାହ କରିଥିଲେ ବାପା, ଏବେ ଶବ ସଂସ୍କାର ପାଇଁ ଆସୁନି ପୁଅ

 Breaking News

ଅନ୍ୟ ଜାତିରେ ଦ୍ବିତୀୟ ବିବାହ କରିଥିଲେ ବାପା, ଏବେ ଶବ ସଂସ୍କାର ପାଇଁ ଆସୁନି ପୁଅ

March 25
18:53 2024

ବୀରମହାରାଜପୁର, ୨୫/୩: ଦେଶ ସ୍ବାଧୀନତା ପ୍ରାପ୍ତିକୁ ସାତ ଦଶନ୍ଧି ବିତିଯାଇଛି। କିନ୍ତୁ ଆମ ସମାଜରୁ କୁସଂସ୍କାର ଯାଇନାହିଁ। ବାପାଙ୍କ ମୃତ୍ୟୁ ପରେ ଶବକୁ ଅନ୍ତିମ ସଂସ୍କାର କରିବା ପାଇଁ ଗ୍ରାମବାସୀଙ୍କୁ ପୁଅ ୨୦ ହଜାର ଟଙ୍କା ମାଗିଛି, ଯେଉଁ ଟଙ୍କାରେ ସେ ଜାତିଭାଇଙ୍କୁ ଭୋଜିଭାତ ଦେଇ ଖୁସି କରାଇବ।
କିନ୍ତୁ ଏହି ରାଶି ନମିଳିବାରୁ ସେ ବାପାଙ୍କ ମୃତଦେହକୁ ସ୍ପର୍ଶ କରିନାହାନ୍ତି। ଶେଷରେ ସମାଜସେବୀମାନେ ୮ ଘଣ୍ଟା ପରେ ଶବକୁ ଅନ୍ତିମ ସଂସ୍କାର କରିଛନ୍ତି।
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅଧୀନ ଚିଙ୍ଗିରାନାଲି ଗାଁରେ ସୋମବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ବେଦ ପଧାନ (୯୦)।
ସୁବଳୟା ଥାନା ଅଧୀନ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁରୁବୁଡ଼ାର ବାସିନ୍ଦା ତଥା ୨ ପୁଅ ଓ ୨ ଝିଅର ବାପା ବେଦ ପଧାନ ଚିଙ୍ଗିରାନାଲିର ସୁମିତ୍ରା ଚଉଲିଆ (୮୦)ଙ୍କୁ ପ୍ରାୟ ୪୦ ବର୍ଷ ପୂର୍ବରୁ ଦ୍ବିତୀୟ ବିବାହ କରିଥିଲେ।
ସୁମିତ୍ରା ପୂର୍ବରୁ ପୂଜାରୀ ଚଉଲିଆ(୮୫)ଙ୍କୁ ପ୍ରଥମ ବିବାହ କରିଥିଲେ। ବେଦ ପଧାନଙ୍କୁ ସୁମିତ୍ରା ଦ୍ବିତୀୟ ବିବାହ କରିବା ପରେ ଉଭୟ ପରିବାରର ଲୋକେ ଅମଙ୍ଗ ହୋଇଥିଲେ ଏବଂ ସେମାନଙ୍କର ସହିତ ଆଉ ସଂପର୍କ ରଖି ନଥିଲେ। ଏପରିକି ସୁମିତ୍ରାଙ୍କ ମା’ଘର ଲୋକେ ସେହି ସମୟରେ ଶୁଦ୍ଧି ହୋଇଯାଇଥିଲେ।
ତେବେ ଚିଙ୍ଗିରାନାଲି ଗାଁର ୨ ଜଣ ଭଦ୍ରବ୍ୟକ୍ତି ଋଷି ପଧାନଙ୍କୁ ତାଙ୍କ ବାପାଙ୍କ ମୃତଦେହ ଆଣି ଅନ୍ତିମ ସଂସ୍କାର କରିବାକୁ ନିବେଦନ କରିଥିଲେ। କିନ୍ତୁ ଋଷି ପଧାନ କହିଥିଲେ- ବାପାଙ୍କ ଶବ ଅନ୍ତିମ ସଂସ୍କାର କଲେ ଜାତି-ଭାଇ ବାସନ୍ଦ କରିବେ। ସେଥି ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ।
ଏଥି ପାଇଁ ଯଦି ୨୦ ହଜାର ଟଙ୍କା ଦେବେ ତା’ହେଲେ ମୁଁ ବାପାଙ୍କ ମୃତଦେହ ନେଇ ଅନ୍ତିମ ସଂସ୍କାର କରିବି। ଏହା ପରେ ଗାଁ ଲୋକେ ତା ପରେ ହତାଶ ହୋଇ ଫେରିଯାଇଥିଲେ।
ଘଟଣା ସଂପର୍କରେ ସୂଚନା ପାଇ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ୬ ଜଣ ସମାଜସେବୀ ତଥା ହେଲ୍ପ ଟୁ ଅଦର (ଏଚ୍ଟୁଓ) ସଂସ୍ଥାର ସୃଜନ ପଣ୍ଡା, ପ୍ରଦୀପ ମେହେର, ଟିଟୁ ପାଣିଗ୍ରାହୀ, ହରିଶଙ୍କର ଭୋଇ, ଅଂଶୁ ପ୍ରକାଶ ହୋତା ଓ ବିଭୂତି ଭୂଷଣ ତ୍ରିପାଠୀ ଅପରାହ୍ଣରେ ଚିଙ୍ଗିରାନାଲି ପହଞ୍ଚି ଦେବ ପଧାନଙ୍କ ଅନ୍ତିମ ସଂସ୍କାର କରିଛନ୍ତି। କିନ୍ତୁ ମର ଶରୀରକୁ ଦାହ କରିବା ପାଇଁ ପୁଅ, ଝିଅ ଓ ସଂପର୍କୀୟମାନେ କେହି ପାଖକୁ ନଆସିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31