Indus Valley Times

ଅନ୍ ଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ମାମଲା : ବିଭିନ୍ନ ମହାଦେଶର ଶହେଟି ଦେଶକୁ ଲମ୍ବିଛି ଏହାର ଚେର

 Breaking News

ଅନ୍ ଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ମାମଲା : ବିଭିନ୍ନ ମହାଦେଶର ଶହେଟି ଦେଶକୁ ଲମ୍ବିଛି ଏହାର ଚେର

ଅନ୍ ଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ମାମଲା : ବିଭିନ୍ନ ମହାଦେଶର ଶହେଟି ଦେଶକୁ ଲମ୍ବିଛି ଏହାର ଚେର
November 17
11:38 2021

ଭୁବନେଶ୍ୱର, ୧୭/୧୧: ଅନ୍ଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ମାମଲାରେ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ସିବିଆଇର ଖୋଳତାଡ଼ ଭିତରେ ବିଦେଶୀ ଲିଙ୍କ ଥିବା ପ୍ରମାଣ ମିଳିଛି। ଗୋଟିଏ କି ଯୋଡ଼ିଏ ନୁହଁ, ବିଭିନ୍ନ ମହାଦେଶର ଶହେଟି ଦେଶକୁ ଲମ୍ବିଛି ଏହାର ଚେର। ଏନେଇ ପ୍ରେସ୍ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଛି ସିବିଆଇ।
ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗ ମାମଲାରେ ସିବିଆଇ ୨୩ ଟି ଭିନ୍ନ ଭିନ୍ନ ମାମଲା ରୁଜୁ କରିଛି। ଏହି ଆଧାରରେ ଗତକାଲି ଦେଶର ୧୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ରେଡ୍ କରିଥିଲା ସିବିଆଇ। ଖୋଳତାଡ଼ବେଳେ ଜଣାପଡ଼ିଥିଲା ୫୦ଟି ଗ୍ରୁପରେ ୫ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ଯୌନ ଶୋଷଣ ଭିଡିଓ ସେୟାର କରିଛନ୍ତି।
ଆଉ ଅନେକ ଗ୍ରୁପରେ ରହିଛନ୍ତି ବହୁ ସଂଖ୍ୟକ ବିଦେଶୀ ନାଗରିକ। ଗତକାଲିର ଚଢ଼ଉ ବେଳେ ବହୁତ ସଂଖ୍ୟାରେ ଇଲେ୍ଟ୍ରୋନିକ ଗେଜେଟ୍ ସହ ମୋବାଇଲ୍ ଏବଂ ଲାପଟପକୁ ସିବିଆଇ ଜବତ କରିଛି।
ଗତକାଲି ଓଡ଼ିଶାର ଯାଜପୁର, ଭଦ୍ରକ ଏବଂ ଢେଙ୍କାନାଳ ଜିଲ୍ଲାରେ ସିବିଆଇ ଚଢ଼ଉ କରିଥିଲା। ଭଦ୍ରକ ଜିଲ୍ଲା ଆଗରପଡ଼ା, ଯାଜପୁର ରୋଡ୍ ମସୁଦପୁର ଓ ଢେଙ୍କାନାଳରେ ରେଡ୍ କରି ୩ ଜଣ ଅଭିଯୁକ୍ତଙ୍କଠୁ ପଚରାଉଚରା କରିଛି ସିବିଆଇ।
ସୂଚନାଯୋଗ୍ୟ, ଅନ୍ଲାଇନ ଶିଶୁଙ୍କ ପ୍ରତି ଯୌନ ଶୋଷଣ ନେଇ ଚଳିତ ମାସ ୧୪ ତାରିଖରେ ସିବିଆଇ ପାଖରେ ମାମଲା ଦାଏର ହୋଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031