Indus Valley Times

ଅପହରଣର ୫ଦିନ ପରେ ମିଳିଲା ସ୍ୱାତିର ମୃତ ଦେହ

 Breaking News

ଅପହରଣର ୫ଦିନ ପରେ ମିଳିଲା ସ୍ୱାତିର ମୃତ ଦେହ

December 15
15:11 2020

ନୟାଗଡ ୧୫।୧୨: ନୟାଗଡ ରଣପୁର ଅନ୍ତର୍ଗତ ବଧିପାଟଣାର ନିଖୋଜ ଶିଶୁ ସ୍ବାତୀର ମୃତଦେହ ଉଦ୍ଧାର ହୋଇଛି । ନିଖୋଜ ହେବାର ୫ ଦିନ ପରେ ୩ ବର୍ଷ ଶିଶୁ କନ୍ୟା ସ୍ବାତୀର ମୃତଦେହ ଏକ ପୋଖରୀରେ ଭାସୁଥିବା ବେଳେ ଦେଖି ପୋଲିସକୁ ଖବର ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ, ବଧିପାଟଣା ଅଞ୍ଚଳର ସ୍ବାତୀ ଗତ ୧୧ ତାରିଖ ଦିନ ନିଖୋଜ ହୋଇଯାଇଥିଲା । ୫ ଦିନ ପରେ ମଙ୍ଗଳବାର ଘର ବାଡିପଟ ପୋଖରୀରୁ ସ୍ବାତୀର ମୃତଦେହ ଉଦ୍ଧାର ହୋଇଛି । କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ରଣପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟା ନା ଦୁର୍ଘଟଣା ତାହା ସ୍ପଷ୍ଟ ହୋଇନାହିଁ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031