Indus Valley Times

ଅଫିସ୍ ଅଫ୍ ପ୍ରଫିଟ୍ ଅଭିଯୋଗରୁ ମୁକ୍ତ ହେଲେ ୨୨ ବିଜେଡି ବିଧାୟକ, ସ୍ପଷ୍ଟ କଲେ ଭାରତୀୟ ନିର୍ବାଚନ ଆୟୋଗ

 Breaking News

ଅଫିସ୍ ଅଫ୍ ପ୍ରଫିଟ୍ ଅଭିଯୋଗରୁ ମୁକ୍ତ ହେଲେ ୨୨ ବିଜେଡି ବିଧାୟକ, ସ୍ପଷ୍ଟ କଲେ ଭାରତୀୟ ନିର୍ବାଚନ ଆୟୋଗ

ଅଫିସ୍ ଅଫ୍ ପ୍ରଫିଟ୍ ଅଭିଯୋଗରୁ ମୁକ୍ତ ହେଲେ ୨୨ ବିଜେଡି ବିଧାୟକ, ସ୍ପଷ୍ଟ କଲେ ଭାରତୀୟ ନିର୍ବାଚନ ଆୟୋଗ
November 10
11:33 2021

ଭୁବନେଶ୍ବର ୧୦/୧୧ : ବିଭିନ୍ନ ଜିଲ୍ଲା କମିଟି ଏବଂ ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ୨୨ ବିଜେଡି ବିଧାୟକ ସମ୍ବିଧାନର ଅନୁଚ୍ଛେଦ ୧୯୧(୧)(ଏ) ଆଧାରରେ ଅଯୋଗ୍ୟ ନୁହନ୍ତି ବୋଲି ଭାରତୀୟ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ।
ମଙ୍ଗଳବାର ଆୟୋଗଙ୍କ ୱେବ୍ସାଇଟରେ ଏହି ସୂଚନା ଦିଆଯାଇଛି । ୨୨ ବିଜେଡ଼ି ବିଧାୟକ ଅଫିସ୍ ଅଫ୍ ପ୍ରଫିଟ୍ ଅଥବା ଲାଭଜନକ ପଦବୀରେ ରହିଥିବା ନେଇ ଅଭିଯୋଗ ହୋଇଥିଲା । ଆଇନଜୀବୀ ସମରେନ୍ଦ୍ର ବେଉରାଙ୍କ ଦ୍ବାରା ଏହି ସବୁ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ନିକଟରେ ଏକାଧିକ ଆବେଦନ ହୋଇଥିଲା ।
ଏହାପରେ ରାଜ୍ୟପାଳ ଇସିଆଇ ପୋଲ୍ ପ୍ୟାନେଲ୍ଙ୍କ ମତ ଲୋଡ଼ିଥିଲେ। ଗତ ଅକ୍ଟୋବର ୧୩ରେ ପୋଲ୍ ପ୍ୟାନେଲ୍ ତାଙ୍କ ମତ ରାଜ୍ୟପାଳଙ୍କୁ ଜଣାଇଛନ୍ତି । ବୈଧାନିକ ଆଇନ ଆଧାରରେ ୨୨ ବିଧାୟକଙ୍କ ମଧ୍ୟରୁ ‘ଅଫିସ୍ ଅଫ୍ ପ୍ରଫିଟ୍’ ପଦବୀରେ ୨୦ଜଣ ଅଯୋଗ୍ୟ ନୁହନ୍ତି ।
ଅନ୍ୟ ଦୁଇ ଜଣ ଭୂପିନ୍ଦର ସିଂହ ଓ ଅନନ୍ତ ନାରାୟଣ ଜେନା ବିଧାୟକ ହେବା ପୂର୍ବରୁ ସେମାନଙ୍କ ପଦବୀରୁ ଇସ୍ତଫା ଦେଇଥିଲେ ବୋଲି ତାଙ୍କ ମତରେ ପ୍ୟାନେଲ ଉଲ୍ଲେଖ କରିଛନ୍ତି । ଏହି ଦୁଇ ବିଧାୟକଙ୍କ ଇସ୍ତଫା ଷୋଡ଼ଶ ବିଧାନସଭା ଗଠନ ପୂର୍ବରୁ ଗ୍ରହଣ କରିନିଆଯାଇଥିଲା ବୋଲି କୁହାଯାଇଛି ।
ପୋଲ ପ୍ୟାନେଲ୍ ମତକୁ ଆଧାର କରି ରାଜ୍ୟପାଳ ଅକ୍ଟୋବର ୨୨ରେ ୮ ପୃଷ୍ଠାର ଆଦେଶ ଜାରି କରିଥିଲେ । ଯେଉଁଥିରେ ସେ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାଖଲ କରାଯାଇଥିବା ଆବେଦନଗୁଡ଼ିକର କୌଣସି ଆଧାର ନଥିବା କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930