Indus Valley Times

ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଗଂଜେଇ ଗଛ ନଷ୍ଟ

 Breaking News

ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଗଂଜେଇ ଗଛ ନଷ୍ଟ

December 12
23:23 2020


କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୨/୧୨-ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ବୌଦ୍ଧଥାନା ଅନ୍ତର୍ଗତ ଆମ୍ବଝରୀ ପଂଚାୟତର ଗଣ୍ଡିସର ଓ ସୁନାଝରୀ ଗ୍ରାମର ଆଭ୍ୟନ୍ତରିଣ ଜଙ୍ଗଲ ମଧ୍ୟରେ ହୋଇଥିବା ଗଂଜେଇ ଚାଷ ଉପରେ ଚଢାଉ କରି ୬୩ ଏକର ଜମିରେ ହୋଇଥିବା ୧ ଲକ୍ଷ ୮୯ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଥିଲା । ଯାହାରକି ଆନୁମାନିକ ବଜାର ମୂଲ୍ୟ ୧୮ କୋଟି ୯୦ ଲକ୍ଷ ଟଙ୍କା ହେବ । ଚଢାଉରେ ମାଜିଷ୍ଟ୍ରେଟ ଭାବରେ ସତ୍ୟଜିତ ମହାପାତ୍ର, ଅବକାରୀ ଇନିସପେକ୍ଟର ବିଜୟ ଧରୁଆ, ରମେଶ ଚନ୍ଦ୍ର ମହାନ୍ତି, କିଶୋର ମୁଖୀ, ରୂପେଶ ମୁଖୀ,ପ୍ରିୟଜନ କହଁର, ନବିନ ଡାଙ୍ଗ, ଅଂଜଳି ଅମାତ ପ୍ରମୁଖ ସାମିଲଥିଲେ ।

ବୌଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ ସଂଗ୍ରହାଳୟ ପାଇଁ ପ୍ରସ୍ତୁତି ଜୋରଦାର
ବୌଦ୍ଧ,୧୨/୧୨- ବୌଦ୍ଧଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ପୂରୁଣା କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଆରମ୍ଭ ହେବାକୁ ଯାଉଥିବା ଜିଲ୍ଲା ସଂଗ୍ରହାଳୟର ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ପ୍ରଥମେ ଏଠାରେ ରାଜାଙ୍କ କଚେରୀ ଚାଲୁଥିବା ବେଳେ ବୌଦ୍ଧ ଉପଖଣ୍ଡର ମାନ୍ୟତା ପାଇବା ପରେ ସେଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚାଲୁଥିଲା । ୧୯୯୪ ମସିହା ୨ ତାରିଖରେ ବୌଦ୍ଧ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବା ପରେ ଏହି କୋଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା । ଜିଲ୍ଲାପାଳଙ୍କ ନୂତନ କୋଠା ସ୍ଥାପନ ହେବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସେଠାକୁ ଚାଲିଯାଇଥିଲା । ପରେ ଏହି ପୂରୁଣା କୋଠାରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା । ହେଲେ ଏହି ଶହେ ବର୍ଷର ପୂରୁଣା କୋଠାରେ ଜିଲ୍ଲା ସଂଗ୍ରହାଳୟ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ଗ୍ରହଣ କରାଯିବା ପରେ ସେଠାରେ ଚାଲୁଥିବା କାର୍ଯ୍ୟାଳୟ ଗୁଡିକୁ ତୁରନ୍ତ ଖାଲି କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୋଠାରେ ଏହି କାର୍ଯ୍ୟାଳୟ ଗୁଡିକର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ସଂଗ୍ରହାଳୟରେ ବୌଦ୍ଧର ପ୍ରାଚୀନ କୀର୍ତ୍ତରାଜୀ ଗୁଡିକ ସଂଗ୍ରହ କରିବା ପାଇଁ ଓ ସାଇତି ରଖିବା ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀମାନେ ଲାଗିପଡିଛନ୍ତି । ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ ରାଜବାଟୀର ପଞ୍ଚବଖରୀ ପେଲେସକୁ ଯାଇ ରାୟ କୃତିବାସ ଦେଓଙ୍କ ଠାରେ ରହିଥିବା ପ୍ରାଚୀନ କିର୍ତ୍ତୀରାଜିକୁ ସଂଗ୍ରହ କରିବା ପାଇଁ ତାଙ୍କ ସହିତ ଆଲୋଚନା କରିଛନ୍ତି । ଶ୍ରୀ ଦେଓ ତାଙ୍କ ଠାରେ ଥିବା ପ୍ରାଚୀନ କୀର୍ତ୍ତି ଗୁଡିକୁ ସଂଗ୍ରହାଳୟକୁ ପ୍ରଦାନ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ସେହିପରି ରାଜ ପରିବାରର ରାୟ ସଂଜିବ କୁମାର ଦେଓ ରାଜ ବଂଶାବଳୀ ଓ ରାଜା ବ୍ୟବହାର କରୁଥିବା ସୁବର୍ଣ୍ଣ ଆଛାଦିତ ପେନସିଲ ସଂଗ୍ରାହଳୟ ନିମନ୍ତେ ଦାନ କରିଥିଲେ । ଏହି ଅବସରରେ ଜିଲ୍ଲାବାସୀଙ୍କ ଠାରେ ରହିଥିବା କୀର୍ତ୍ତିରାଜୀ ଗୁଡିକୁ ଏହି ସଂଗ୍ରହାଳୟକୁ ଦାନ କରିବା ପାଇଁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।ଏହି ସଂଗ୍ରହାଳୟରେ ପ୍ରାଚୀନ କଳା, ଲୋକନୃତ୍ୟ, କିର୍ତ୍ତିରାଜୀ ଫୋଟଚିତ୍ର ସହ ପ୍ରାଚୀନ ଲୋକବାଦ୍ୟ, ବ୍ୟବହୃତ ଜିନିଷ, ପୋଥି, ଆଭୁଷଣ, ତଥା ରାଜ ଦରବାରରେ ବ୍ୟବହୃତ ଜିନିଷ, ପ୍ରଚୀନ ମୂର୍ତ୍ତି, ପୁସ୍ତକ, ମୁଦ୍ରା, ଲୋକକଳା ଏପରି ଅନେକ ଲୁକାୟିତ ତଥା ବିଲୟ ହେବାକୁ ଯାଉଥିବା ଜିନିଷ ସ୍ଥାନିତ କରାଯିବ । ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ଜିଲ୍ଲା ମହୋତ୍ସବ ପାଇଁ ଅନୁମତି ସରକାର ଦେଉନଥିବା ଯୋଗୁଁ ଅନ୍ୟାନ କାର୍ଯ୍ୟକ୍ରମସହ ଜିଲ୍ଲା ସଂଗ୍ରହାଳୟର ମଧ୍ୟ ଶୁଭାରମ୍ଭ ମୁଖ୍ୟମନ୍ତ୍ରୀଙ୍କ କରକମଳରେ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରଚେଷ୍ଟା ଚାଲିଛି । ଏହି ସଂଗ୍ରହାଳୟରେ ଯେଉଁବ୍ୟକ୍ତି ନିଜର ସାଇତା ପ୍ରାଚୀନ ଜିନିଷ ପ୍ରଦାନ କରିବେ ତାଙ୍କ ନାମ ସେହି ଜିନିଷରେ ପ୍ରଦର୍ଶନ କରାଯିବା ସହ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଶୁଭେଛାପତ୍ର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ବୌଦ୍ଧର ରାଜା ପରିବାର, ବିଭିନ୍ନ ଗ୍ରାମର ଗଉନ୍ତିଆ, ରାଜାଙ୍କ କ୍ଲବ, ତଥା ଅନ୍ୟାନ ସ୍ଥାନରୁ ଅନେକ ପ୍ରାଚୀନ ସଂଗୃହିତ ଜିନିଷ ଉଦ୍ଧାର କରାଯିବାର ଉଦ୍ୟମ ଚାଲିଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930