Indus Valley Times

ଅବପାତରେ ପରିଣତ ହେଲା ଲଘୁଚାପ

 Breaking News

ଅବପାତରେ ପରିଣତ ହେଲା ଲଘୁଚାପ

ଅବପାତରେ ପରିଣତ ହେଲା ଲଘୁଚାପ
December 21
12:43 2024

ଭୁବନେଶ୍ୱର, ୨୧/୧୨ : ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହା ଘଣ୍ଟା ପ୍ରତି ୭ କିଲୋମିଟର ଗତିରେ ପୂର୍ବ ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଏହା ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୬୦୦ କିଲୋମିଟର ଦୂରରେ ରହିଛି। ଏହି ଅବପାତଟି ଆସନ୍ତା ୧୨ ଘଣ୍ଟା ଭିତରେ ଦୁର୍ବଳ ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଲଘୁଚାପ ପ୍ରଭାବରେ ଗତକାଲିଠୁ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ବି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ୨୪ ଘଣ୍ଟାରେ ଖୋର୍ଦ୍ଧାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଖୋର୍ଦ୍ଧାରେ ସର୍ବାଧିକ ୭୫ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଜଗତସିଂହପୁର ୬୧.୨, ପାରାଦୀପ ୬୧.୧, ଗୋପାଳପୁର ୫୮.୬ ମିମି ପାରଳାଖେମୁଣ୍ଡି ୫୩ ମିଲିମିଟର ବର୍ଷା ହୋଇଛି। ସେହିଭଳି ଛତ୍ରପୁରରେ ୫୧.୮, ଭୁବନେଶ୍ୱର ୫୧.୬, ନୟାଗଡ଼ ୪୯, ପୁରୀ ୪୦.୫ , ରାୟଗଡ଼ାରେ ୩୫.୬, କଟକ ୩୩.୪ ଏବଂ ଦାରିଙ୍ଗିବାଡ଼ି ୩୦ ମିମି ବର୍ଷା ରେକର୍ଡ କରାଯାଇଛି।
ରାଜ୍ୟରେ ଟ୍ୱିନ୍ ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ପାରାଦୀପରେ ଗତକାଲିଠୁ ଲଘୁଚାପଜନିତ ବର୍ଷା ଲାଗିରହିଛି। ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। କିଛି କିଛି ସ୍ଥାନରେ ପାଣି ଜମି ରହିଛି। ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏଥିପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ନେହରୁବଙ୍ଗଳା, ଷଣ୍ଢକୁଦ, ନୂଆବଜାର, ଅଠରବାଙ୍କି ଆଦି ଅଞ୍ଚଳରେ ମାଇକ ବଜାଇ ସତର୍କ ସୂଚନା ଜାରି କରାଯାଇଛି। ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବା ପାଇଁ କୁହାଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି କୂଳକୁ ଫେରି ଆସିବାକୁ ନିବେଦନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930