Indus Valley Times

ଅବ୍ୟବସ୍ଥା ଘେରରେ ବୌଦ୍ଧ ଦୈନିକ ବଜାର : ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଖାଉଟି, ଚାଷୀ ଓ ବ୍ୟବସାୟୀମାନେ

 Breaking News

ଅବ୍ୟବସ୍ଥା ଘେରରେ ବୌଦ୍ଧ ଦୈନିକ ବଜାର : ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଖାଉଟି, ଚାଷୀ ଓ ବ୍ୟବସାୟୀମାନେ

ଅବ୍ୟବସ୍ଥା ଘେରରେ ବୌଦ୍ଧ ଦୈନିକ ବଜାର : ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଖାଉଟି, ଚାଷୀ ଓ ବ୍ୟବସାୟୀମାନେ
July 04
20:59 2021

କମ୍ଭୁଧର କ୍ଷେତିଙ୍କ ରିପୋଟ
ବୌଦ୍ଧ,୪/୭ : ବୌଦ୍ଧ ସଦର ମହକୁମାରେ ଥିବା ଦୈନିକ ବଜାରରେ ଅବ୍ୟବସ୍ଥା ଦେଖାଦେଇ ଥିବା ଯୋଗୁଁ ଖାଉଟି,ଚାଷୀ ଓ ବ୍ୟବସାୟୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଥମେ ସହରର ବାହାରିପଡା ଠାରେ ଟିଣ ଛପର ଘର ଓ ସେଡ କରାଯାଇ ସେଠାରେ ଦୈନିକ ବଜାର ବସୁଥିଲା । ପରବର୍ତ୍ତି ସମୟରେ ଜନସଂଖ୍ୟା ଓ ବ୍ୟବସାୟୀଙ୍କ ସଂଖ୍ୟା ବଢିବା ଯୋଗୁଁ ବ୍ୟବସାୟୀମାନେ ସେଠାରେ ରାସ୍ତା କଡରେ ବସି ବ୍ୟବସାୟ ଆରମ୍ଭ କଲେ । ଭୈରବୀ ଛକ ଠାରୁ ପୋଲିସ ଥାନା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଦୈନିକ ବଜାର ବସୁଥିଲା । ବ୍ୟବସାୟୀମାନେ ଖରା ବର୍ଷାରେ ରାସ୍ତା କଡରେ ନିଜର ପସରା ମେଳାଇ ବ୍ୟବସାୟ କରୁଥିଲେ । ଯାହାଫଳରେ ସ୍ଥାନୀୟ ଲୋକ ଓ ସେହି ରାସ୍ତା ଦେଇ ଚଳ ପ୍ରଚଳ କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସାରାଦେଶରେ କୋଭିଡ ମହାମାରୀ ଯୋଗୁଁ ଜିଲ୍ଲା ପ୍ରଶାସନ ଓ ବୌଦ୍ଧଗଡ ଏନଏସି ପକ୍ଷରୁ କୋଭିଡ ସଂକ୍ରମଣକୁ ଆଶଙ୍କା କରି ଗତ ବର୍ଷ ଠାରୁ ସହରର ବୁଦ୍ଧଦେବ ମନ୍ଦିର ନିକଟ ଛାପାଖାନା ପଡିଆ,ବସଷ୍ଟାଣ୍ଟ,ମାଳିସାହି.ଗାନ୍ଧୀଛକ, ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅସ୍ଥାୟୀ ଭାବରେ ଦେନିକ ବଜାର ବସା ଯାଉଥିଲା । ବର୍ତ୍ତମାନ ସହରର ଛାପାଖାନା ପଡିଆ ଓ ମାଳିସାହି ଠାରେ ୫୭ ନମ୍ବର ଜାତୀୟ ରାଜପଥ କଡରେ ଦୈନିକ ବଜାର ବସୁଛି । ହେଲେ ଏହି ସ୍ଥାନରେ ଅନେକ ସମସ୍ୟା ରହିଥିବା ବ୍ୟବସାୟୀମାନେ ଅଭିଯୋଗ କରୁଛନ୍ତି । ବିଶେଷ କରି ବ୍ୟବସାୟୀମାନେ ଟାଣ ଖରାରେ ବସି ବିକ୍ରି କରୁଥିବା ବେଳେ ବର୍ତ୍ତମାନ ବର୍ଷା ଋତୁ ଯୋଗୁଁ ବର୍ଷା ହେଲେ ପାଣି କାଦୁଅରେ ସେମାନଙ୍କ ପସରା ମେଲାଇବାକୁ ପଡୁଛି । ଦୋକାନ ଖୋଲିବା ପରେ ଯଦି ବର୍ଷା ହେଉଛି । ତାହାହେଲେ ସେମାନେ ରହିବା ପାଇଁ ବ୍ୟବସ୍ଥା ନ ଥିବା ଯୋଗୁଁ କେଉଁଠିକି ଯିବେ ତାହାକୁ ନେଇ ଚିନ୍ତାରେ ପଡିଯାଉଛନ୍ତି । ଏପରିକି ବାଧ୍ୟ ହୋଇ ବ୍ୟବସାୟୀମାନେ ବର୍ଷାରେ ଭିଜି ବାକୁ ପଡୁଛି ବୋଲି ବ୍ୟବସାୟୀମାନେ ଅଭିଯୋଗ କରୁଛନ୍ତି । କିଛି ସ୍ଥାନୀୟ ବ୍ୟବସାୟୀମାନେ ଜରିପାଲ ଟାଣି ସେମାନଙ୍କ ଦୋକାନ ଖୋଲୁଥିବା ବେଳେ ଦୂରଦୂରାନ୍ତରରୁ ଆସୁଥିବା ଚାଷୀ ଓ ବ୍ୟବସାୟୀମାନେ କିନ୍ତୁ ଖରା ବର୍ଷାରେ ଖୋଲା ଆକାଶ ତଳେ ସେମାନଙ୍କ ବ୍ୟବସାୟ ପସରା ଖୋଲୁଛନ୍ତି । ବୌଦ୍ଧ ଦୈନିକ ବଜାରକୁ ପ୍ରତିଦିନ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବ୍ୟବସାୟୀ ଓ ଚାଷୀମାନେ ଆସି ସେମାନଙ୍କ ପସରା ମେଲାଇବା ସହିତ ପୋଡଶୀ ଅନୁଗୁଳ, ସୋନପୁର, କନ୍ଧମାଳ ଜିଲ୍ଲାର ବ୍ୟବସାୟୀ ଓ ଚାଷୀମାନେ ସେମାନଙ୍କ ପରିବା ପତ୍ର ଓ ଅନ୍ୟାନ ଜିନିଷ ଆଣି ବିକ୍ରି କରିଥାନ୍ତି । ଏପରିସ୍ଥଳେ ପ୍ରଶାସନ ଚାଷୀ ଓ ବ୍ୟବସାୟୀମାନେ ଯେପରି ସୁରୁଖୁରୁରେ ସେମାନଙ୍କ ଜିନିଷ ବିକ୍ରି କରି ପାରିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ଦାବି ହେଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031