Indus Valley Times

ଅଭିଆରା ଫାଉଣ୍ଡେସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

 Breaking News

ଅଭିଆରା ଫାଉଣ୍ଡେସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଅଭିଆରା ଫାଉଣ୍ଡେସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
August 07
11:28 2026

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୭/୮ : ଖରେସ୍ରୋତା, ତନ୍ତୀଘାଇ, ବ୍ରାହ୍ମଣୀ ନଦୀ ରେ ବନ୍ୟା ଆସିବା ଫଳରେ ବରୀ ନିର୍ବାଚନ ମଣ୍ଡଳୀର ବହୁ ପଞ୍ଚାୟତ ଗୁଡିକ ବନ୍ୟା ଘେରରେ ରହିଥିଲା।
ଫଳରେ ଲୋକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।ଅଭିଆରା ଫାଉଣ୍ଡେସନ ମୁମ୍ବାଇ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ।
ବରୀ ନିର୍ବାଚନମଣ୍ଡଳୀର ଭଅଁରା, ରାଇପୁର, ପୋଡ଼ପଡା, ମହମ୍ମଦଜମାପୁର, ମାଳଦା, ଆନନ୍ଦପୁର ସମେତ ବହୁ ସ୍ଥାନରେ ବନ୍ୟା ବିପନ୍ନଙ୍କ ସହିତ ଅସହାୟ ଲୋକଙ୍କୁ ଫାଉଣ୍ଡେସନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ମହାନ୍ତି, ସାମାଜିକ କର୍ମୀ ବିଶ୍ୱଭୂଷଣ ଜେନା, ବ୍ରଜକିଶୋର ସାହୁ, ନରେନ୍ଦ୍ର ସାହୁ, ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଅଭିମନ୍ୟୁ ମଲ୍ଲିକ, ଦିଲ୍ଲୀପ କୁମାର ଦାସଙ୍କ ସମେତ ଫାଉଣ୍ଡେସନ କର୍ମକର୍ତ୍ତା ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031