Indus Valley Times

ଅଲିମ୍ପିକ୍ସରେ ପଦକ ଜିତି ଭୁବନେଶ୍ୱରରେ ପହଞ୍ଚିଲେ ଅମିତ ରୋହିଦାସ: ଜୋରଦାର ସ୍ବାଗତ

 Breaking News

ଅଲିମ୍ପିକ୍ସରେ ପଦକ ଜିତି ଭୁବନେଶ୍ୱରରେ ପହଞ୍ଚିଲେ ଅମିତ ରୋହିଦାସ: ଜୋରଦାର ସ୍ବାଗତ

August 16
11:23 2024

ଭୁବନେଶ୍ବର,୧୬/୮: ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି ଓଡ଼ିଆ ହକି ଖେଳାଳି ଅମିତ ରୋହିଦାସ। ଭୁବନେଶ୍ବର ମଧ୍ୟ ବିଧାୟକ ବାବୁ ସିଂ ଅମିତଙ୍କୁ ସ୍ବାଗତ କରିଛନ୍ତି।
ଏଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ସମୟରେ ଅମିତ ନିଜର ବ୍ରୋଞ୍ଜ ପଦକ ଦେଖାଇଛନ୍ତି। ଅମିତ ରୋହିଦାସ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଉଭୟଙ୍କର ପ୍ରୟାସ ଯୋଗୁ ଓଡ଼ିଶାରେ ହକି ଖେଳ ଓ ଖେଳାଳିମାନେ ଆଗକୁ ଯିବେ। ଏହାପରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବାର କାର‌୍ୟ୍ୟକ୍ରମ କରହିଛି।
ଅମିତ ରୋହିଦାସ ଏକମାତ୍ର ଓଡ଼ିଆ, ଅଲିମ୍ପିକ୍ସରେ କ୍ରମାଗତ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୂର୍ବରୁ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ବ୍ରୋଞ୍ଜ ଜିତିଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ଭାରତର ସଫଳତାରେ ପ୍ରମୁଖ ଭୂମିକା ବହନ କରିଥିଲେ ଅମିତ। ତେବେ ଗ୍ରେଟ ବ୍ରିଟେନ୍ ବିପକ୍ଷ କ୍ୱାର୍ଟର ଫାଇନାଲ ମୁକାବିଲାରେ ରେଡ୍ କାର୍ଡ ପାଇ ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଥିଲେ।
ଯେଉଁଥିପାଇଁ ସେମିଫାଇନାଲରେ ଖେଳିପାରିନଥିଲେ ଓଡ଼ିଆ ପୁଅ। ଅମିତଙ୍କ ଅନୁପସ୍ଥିତିରେ ଭାରତ ଜର୍ମାନୀ ନିକଟରୁ ହାରି କ୍ରମାଗତ ଫାଇନାଲରୁ ବଞ୍ଚିତ ହୋଇଥିଲେ। ହେଲେ ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ, ସ୍ପେନକୁ ହରାଇ କ୍ରମାଗତ ପଦକ ଜିତିଥିଲା। ଏହି ସଫଳତା ପରେ ଅମିତ ରୋହିଦାସଙ୍କୁ ୪ କୋଟି ଟଙ୍କା ଦେବାକୁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ଭାରତୀୟ ହକି ଦଳର ସମସ୍ତ ଖେଳାଳିଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ଏବଂ ସପୋର୍ଟ ଷ୍ଟାଫଙ୍କୁ ୧୦ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ରାଜ୍ୟ ସରକାର।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031