Indus Valley Times

ଅଶାନ୍ତ ପୁଣି ବିଜେବି କଲେଜ, ୩ ଛାତ୍ରଙ୍କୁ ଗୋଡାଇ ଗୋଡାଇ ହାଣିଲେ ଅଣଛାତ୍ର

 Breaking News

ଅଶାନ୍ତ ପୁଣି ବିଜେବି କଲେଜ, ୩ ଛାତ୍ରଙ୍କୁ ଗୋଡାଇ ଗୋଡାଇ ହାଣିଲେ ଅଣଛାତ୍ର

ଅଶାନ୍ତ ପୁଣି ବିଜେବି କଲେଜ, ୩ ଛାତ୍ରଙ୍କୁ ଗୋଡାଇ ଗୋଡାଇ ହାଣିଲେ ଅଣଛାତ୍ର
April 22
16:41 2023

ଭୁବନେଶ୍ବର,୨୨/୪: ରାଜ୍ୟର ରାଜଧାନୀ ଭୁବନେଶ୍ବରର ପୁରାତନ ଓ ପ୍ରତିଷ୍ଠିତ କଲେଜ ‘ବକ୍ସି ଜଗବନ୍ଧୁ ବିନାୟକ ସ୍ବୟଂଶାସିତ ମହାବିଦ୍ୟାଳୟ’ରେ ପୁଣି ଥରେ ଅଶାନ୍ତିର ବାତାବରଣ ଦେଖାଯାଇଛି।
ବିଜେବି କଲେଜ ପରିସରରେ ଶନିବାର ପୁଣି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୩ ଜଣ ଛାତ୍ରଙ୍କୁ ୧୫ ଅଣଛାତ୍ର ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିବା ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ୩ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ବିଜେବି କଲେଜର ଆମ୍ବେଦକର ହଷ୍ଟେଲର ୩ ଜଣ ଛାତ୍ରଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। କ୍ରିକେଟ ଖେଳକୁ ନେଇ କଲେଜ ପରିସରରେ ଏହି ମହାଭାରତ ହୋଇଛି। ଛାତ୍ରମାନେ ସକାଳୁ କ୍ରିକେଟ ଖେଳୁଥିବା ବେଳେ ଅଣଛାତ୍ର ଖେଳିବା ପାଇଁ ସେଠାକୁ ଆସିଥିଲେ।
ଅଣଛାତ୍ରମାନେ ମଧ୍ୟ ଛାତ୍ରମାନଙ୍କ ସହିତ କ୍ରିକେଟ ଖେଳିବାକୁ କହିଥିଲେ। କିନ୍ତୁ ବିଜେବି କଲେଜର ଛାତ୍ରମାନେ ମନା କରିବାରୁ ସେମାନଙ୍କ ସହିତ ଅଣଛାତ୍ରମାନେ ଗଣ୍ଡଗୋଳ କରିଥିଲେ। ଏହି ଘଟଣାରେ ବଡ଼ଗଡ଼ ପୁଲିସ କିଛି ଅଣଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନାଯୋଗ୍ୟ, ଗତ ୧୬ ତାରିଖ ରାତିରେ ବିଜେବି କଲେଜ ପଛପଟରେ ଇଣ୍ଟିଗ୍ରେଟେଡ଼ ଏମ୍ବିଏ ଛାତ୍ର ଶାଶ୍ବତ ପଣ୍ଡାଙ୍କୁ କିଛି ଯୁବକ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଶାଶ୍ବତଙ୍କୁ କାଚ ବୋତଲରେ ଆକ୍ରମଣ ହୋଇଥିଲା। ଗୁରୁତର ଶାଶ୍ବତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ବଡ଼ଗଡ଼ ପୁଲିସ ଏହି ଘଟଣାରେ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେହିପରି ଜାନୁଆରି ପ୍ରଥମ ସପ୍ତାହରେ ବିଜେବି କଲେଜ ରାଗିଂ ଘଟଣାରେ ବଡ଼ଗଡ଼ ଥାନା ପୁଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅଭିଯୁକ୍ତ ଅନ୍ୟ ୩ ନାବାଳକଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରିଥିଲା ଅପରପକ୍ଷେ କଲେଜ କର୍ତ୍ତୃପକ୍ଷ ମଧ୍ୟ କାର‌୍ୟ୍ୟାନୁଷ୍ଠାନ ସ୍ବରୂପ ଏହି ୪ଛାତ୍ରଙ୍କୁ କଲେଜରୁ ନିଲମ୍ବନ କରିଦେଇଥିଲା। ଏ ସଂପର୍କରେ କଲେଜ ପକ୍ଷରୁ ବିଧିବଦ୍ଧ ଭାବେ ନୋଟିସ୍ ଜାରି କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031