Legatus

ଅଷ୍ଟାଦଶ ବୌଦ୍ଧ ପୁସ୍ତକମେଳା ଉଦଜାପିତ

 Breaking News

ଅଷ୍ଟାଦଶ ବୌଦ୍ଧ ପୁସ୍ତକମେଳା ଉଦଜାପିତ

December 09
17:08 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୯/୧୨: ସ୍ଥାନୀୟ କଚେରୀ ପଡିଆଠାରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍‌୍ ବୌଦ୍ଧ ଦ୍ୱାରା ଗତ ୩ ତାରିଖଠାରୁ ଆୟୋଜିତ ହୋଇଥିବା ଅଷ୍ଟାଦଶ ବୌଦ୍ଧ ପୁସ୍ତକମେଳା ଇତି ମଧ୍ୟରେ ଉଦଜାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥିଭାବେ ସୁସାହିତ୍ୟିକା ଗାୟତ୍ରୀ ସରାଫ, ଓ-ଟିଭିର ଏଡିଟର ବବିତା ସ୍ୱାଇଁ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରବିନାରାୟଣ ତ୍ରିପାଠୀ ଯୋଗଦେଇଥିଲେ ।
ଜର୍ଣ୍ଣାଲିଷ୍ଟ ଫୋରମ୍‌ ସଭାପତି ଦିବ୍ୟଶଙ୍କର ରାଉତ, ସାଧାରଣ ସଂପାଦକ ଯୁଗଳ କିଶୋର ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନେ ମା’ ଭୈରବୀ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଫୋରମ୍‌ର ଆବାହକ ସତ୍ୟଜିତ୍ କୁମାର ପଣ୍ଡା ମଂଚ ପରିଚାଳନା କରିଥିଲେ । ପୁସ୍ତକମେଳା ମଞ୍ଚରେ ଜର୍ଣ୍ଣାଲିଷ୍ଟ ଫୋରମ୍‌୍‌ର ସ୍ମରଣିକା ‘ବୌଦ୍ଧ ବାର୍ତ୍ତାବହ’ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ରାଜ୍ୟସ୍ତରରେ ବିଶେଷ ସଫଳତା ହାସଲ କରିଥିବା ଓ-ଟିଭିର ବରିଷ୍ଠ ମହିଳା ସାମ୍ବାଦିକା ବବିତା ସ୍ୱାଇଁଙ୍କୁ ଚଳିତଥର ବାର୍ତ୍ତାବହ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ସେହିପରି ସାହିତ୍ୟ କ୍ଷେତ୍ରରେ ରାଜ୍ୟସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ଗାୟତ୍ରୀ ସରାଫଙ୍କୁ ପୁସ୍ତକମେଳା ଅବସରରେ ବନମାଳୀ ପାଣିଗ୍ରାହୀ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଏଥି ସହିତ ଜିଲ୍ଲାସ୍ତରରେ ସାମ୍ବାଦିକତା କ୍ଷେତ୍ରରେ ମୁଦ୍ରିତ ଗଣମାଧ୍ୟମରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ ଭାଗବତ ମେହେର, ବୈଦ୍ୟୁତିକ ଗଣମାଧ୍ୟମରେ ଅବଦୁଲ ମହସିନ ଖାନଙ୍କୁ ପୁସ୍ତକମେଳା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ସାହିତ୍ୟ କ୍ଷେତ୍ରରେ ସତ୍ୟନାରାୟଣ ସାହୁ ଓ ସମାଜସେବା କ୍ଷେତ୍ରରେ ବୌଦ୍ଧଜିଲ୍ଲା ପ୍ରାଣୀ କଲ୍ୟାଣ ମଞ୍ଚକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପୁରୁଣାକଟକର ମେଧାବୀ ଛାତ୍ର ସୁରଜ କୁମାର ବୋଷଙ୍କୁ ସମ୍ବଦ୍ଧର୍କିତ କରାଯାଇଥିବାବେଳେ ତୀରନ୍ଦାଜରେ ଜାତୀୟ ସ୍ତରରେ କୃତିତ୍ତ୍ୱ ଅର୍ଜନ କରିଥିବା ବୌଦ୍ଧର ସୁରଜ ମେହେର, କ୍ରିଷ୍ଣାମୟୀ ମହାକୁଡ ଓ ଟେନିସା ମେହେରଙ୍କୁ ମେମୋଣ୍ଟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ପୁସ୍ତକମେଳା ମଞ୍ଚରେ ରମେଶ ମେହେରଙ୍କ ଲିଖିତ ଶିଶୁ କିଶୋର ଗଳ୍ପ ‘ମା’ର ପଣତ ଅମୂଲ ମୂଲ’ପୁସ୍ତକ ମଧ୍ୟ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂଗୀତ ସଂଧ୍ୟାରେ ଆର୍‌.କେ ରକଷ୍ଟାର ସମ୍ବଲପୁରୀ ମେଲୋଡି ରୁକୁ ସୁନା ଓ ସାଥୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବହୁସଂଖ୍ୟାରେ ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ବହିଷ୍ଟଲ ଗୁଡିକରେ ପ୍ରବଳ ଭିଡଜମାଇ ନିଜ ପସନ୍ଦ ମୁତାବକ ବହି କିଣୁଥିବା ବେଳେ ଖାଦ୍ୟ ଷ୍ଟଲମାନଙ୍କରୁ ସୁସ୍ୱାଦୁ ଖାଦ୍ୟର ମଜା ନେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା ।
ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବରେ ବୌଦ୍ଧର ଅଭିଷେକ ସିଂ
ବୌଦ୍ଧ,୯/୧୨: କୋଣାର୍କ ଠାରେ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୌଦ୍ଧ ସହର ବାବୁସାହିର ଅଭିଷେକ ସିଂ ଯୋଗଦାନ କରିଥିଲେ ।
ଏହି ପ୍ରତିଯୋଗୀତାରେ ପ୍ରାୟ ୭ଟି ଦେଶର ପ୍ରାୟ ୧୪୫ ଜଣ ବାଲୁକା ଶିଳ୍ପି ଭାଗ ନେଇଥିଲେ । ସେ ପ୍ରଥମ ଦିନ କୋଣାର୍କ ମନ୍ଦିର ଦ୍ୱିତୀୟ ଦିନରେ ଜୈବ ପର୍ଯ୍ୟଟନ, ତୃତୀୟ ଦିନରେ ମହିଳା ସଶକ୍ତି କରଣ, ଚତୁର୍ଥ ଦିନରେ ଜଳବାୟୁ ପରିବର୍ତ୍ତନ ଓ ପଂଚମ ଦିନରେ ପାତାଳୀ ଶ୍ରୀକ୍ଷେତ୍ର ଉପରେ ବାଲୁକା କଳା ପ୍ରଦର୍ଶନ କରି ପ୍ରଶଂସିତ ହୋଇଥିଲେ ।
ଆଲୋଚନା ଚକ୍ର :ଅଷ୍ଟାଦଶ ପୁସ୍ତକ ମେଳାରେ ଓଡିଶା ପର‌୍ୟ୍ୟଟନ ମାନଚିତ୍ରରେ ବୌଦ୍ଧଜିଲ୍ଲା
ବୌଦ୍ଧ,୯/୧୨: : ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ କଚେରୀ ଖେଳ ପଡିଆ ଠାରେ ଆୟୋଜିତ ପୁସ୍ତକ ମେଳରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରଦୋଷ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଐତିହାସିକ ବୌଦ୍ଧଜିଲ୍ଲା ଓଡିଶା ପର‌୍ୟ୍ୟଟନ ମାନଚିତ୍ରରେ ଅବଦାନ ସମ୍ପର୍କରେ ଆଲୋଚନା ହୋଇଥିଲା ।
ଗବେଷକ ବିଶ୍ୱେଶ୍ୱର ପୃଷ୍ଟି ବୌଦ୍ଧଜିଲ୍ଲାରେ ସର୍ବ ପୁରାତନ କୀର୍ତ୍ତିରାଜୀ, ବୈଷ୍ଣବ, ଶୈବ, ଶାକ୍ତ, ବୌଦ୍ଧ, ମହିମା ଧର୍ମ ଉପରେ ଆଲୋଚନା କରିଥିଲେ । ପ୍ରଚାର ପ୍ରସାର ଅଭାବରୁ ବୌଦ୍ଧଜିଲ୍ଲାରେ ରହିଥିବା ପର୍ଯ୍ୟଟନ ସ୍ଥଳିର ବିକାଶ ହୋଇପାରି ନାହିଁ । ଅଧ୍ୟାପକ ଲଳିତ କୁମାର ମେହେର ପର‌୍ୟ୍ୟଟନ କ୍ଷେତ୍ରର ବିକାଶ ହେଲେ ଅର୍ଥନୈତିକ ବିକାଶ ଘଟିବ, ଆଧ୍ୟାତ୍ମିକ, ପ୍ରାକୃତିକ, ସାଂସ୍କୃତିକ ପର୍ଯ୍ୟଟନ କ୍ଷେତ୍ର ଜିଲ୍ଲାରେ ଭରପୁର ରହିଛି । ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ରବୀନ୍ଦ୍ର କୁମାର କହଁର ଯୋଗଦାନ କରି ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସମସ୍ତଙ୍କର ଉଦ୍ୟମ ଆବଶ୍ୟକତା ରହିଛି ବୋଲି ଉପସ୍ଥାପନା କରିଥିଲେ ।
କ୍ଲବର ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସାମ୍ବାଦିକ ଫୋରମ ତରଫରୁ ସମ୍ପାଦକ ଯୁଗଳ ସାମଲ ଅତିଥିମାନଙ୍କୁ ସ୍ମାରକୀ ପ୍ରଦାନ କରିଥିଲେ । ଏଥିରେ ବୁଦ୍ଧିଜୀଵି, ଶିକ୍ଷାବିତ, ଲେଖକ ଓ ସାମ୍ବାଦିକମାନେ ଯୋଗ ଦେଇଥିଲେ ।
ଜିଲ୍ଲାର ବିଭିନ୍ନ ମହା ବିଦ୍ୟାଳୟରେ ଯୁବ ଓଡିଶା କାର୍ଯ୍ୟକ୍ରମ ଉଦଜାପିତ
ବୌଦ୍ଧ,୯/୧୨: ବୌଦ୍ଧ ସ୍ଥିତ ଆଦର୍ଶ ଡିଗ୍ରୀ ମହା ବିଦ୍ୟାଳୟରେ ନୂଆ-ଓ, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଜାପିତ ହୋଇ ଯାଇଛି । ଏହି ଅବସରରେ ରାଜ୍ୟ ଜଙ୍ଗଲ ପରିବେଶ, ପଞ୍ଚାୟତିରାଜ, ସୁଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସଂପର୍କରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ କରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର, ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ଡ. ସୁବର୍ଣ୍ଣା ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ । ମହା ବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର କୁମାର ସାହୁ ବିବରଣୀ ପାଠ କରିଥିବାବେଳେ ଏହି ଯୁବ ଓଡିଶା କାର୍ଯ୍ୟକ୍ରମର ନୋଡାଲ ଅଫିସର ପ୍ରମୋଦ କୁମାର ମେହେର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଏହି କାର୍ଯ୍ୟକ୍ରମ ଜରିଆରେ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ବିଭାଗ ମୁଖ୍ୟ ଶୁଭକାନ୍ତ ସ୍ୱାଇଁଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସାମିଲ ହୋଇଥିଲେ । ସେହିପରି ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ମଧ୍ୟ ଏହି ଯୁବ ଓଡିଶା କାର୍ଯ୍ୟକ୍ରମ ଉଦଜାପିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ଶ୍ରୀ ଅମାତ ଯୋଗଦେଇ ଯୁବ ଓଡିଶା କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରିବାସହ ଲୋପ ପାଇ ଯାଉଥିବା ପାରମ୍ପାରିକ କଳା ସଂସ୍କୃତି କୁ ଉଦଜାପିତ କରି ପାରିବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଏନ.ଏ.ସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଡି.ଭି. ମଦନ ମୋହନ ପାତ୍ର, କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଗୀତାଞ୍ଜଳୀ ମହାପାତ୍ର, ମହା ବିଦ୍ୟାଳୟର ଏହି କାର୍ଯ୍ୟକ୍ରମର ସଂଯୋଜକ ଡ. ସୁଜତା ସାହୁ, କାର୍ଯ୍ୟକ୍ରମ ପରିଚାଳିକା ପ୍ରଣତି ପରିଡା ପ୍ରମୁଖ ମଂଚାସୀନ ଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ବୀବରଣୀ ପାଠ କରିଥିବାବେଳେ ଅଧ୍ୟପିକା ଅମ୍ରିତା ମହାପାତ୍ର ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ମହା ବିଦ୍ୟାଳୟର ବିଭିନ୍ନ ପ୍ରତି ଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରା ଯାଇଥିବାବେଳେ ସମସ୍ତ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା କାର୍ଯ୍ୟକ୍ରମରେ ସାମିଲ ରହିଥିଲେ । ପରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31