Indus Valley Times

ଅସହ୍ୟ ହେଲା ଋଣ ଭାର: ଆତ୍ମହତ୍ୟା କଲେ ଟ୍ରକ୍ ମାଲିକ!

 Breaking News

ଅସହ୍ୟ ହେଲା ଋଣ ଭାର: ଆତ୍ମହତ୍ୟା କଲେ ଟ୍ରକ୍ ମାଲିକ!

ଅସହ୍ୟ ହେଲା ଋଣ ଭାର: ଆତ୍ମହତ୍ୟା କଲେ ଟ୍ରକ୍ ମାଲିକ!
October 07
10:40 2022

ତେଲକୋଇ, ୭/୧୦: ଋଣ ଭାର ସହି ପାରିଲେ ନାହିଁ, ଶେଷରେ ଜୀବନ ହାରିଲେ ଟ୍ରକ ମାଲିକ। ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଛାମୁଣ୍ଡା ଗ୍ରାମରେ।
ସୂଚନା ଅନୁଯାୟୀ, ଛାମୁଣ୍ଡା ଗ୍ରାମର ସ୍ବର୍ଗତ ଦୁଃଖୀଶ୍ୟାମ ମହାକୁଡ଼ଙ୍କ ପୁଅ ମୁକୁନ୍ଦ ମହାକୁଡ଼ ରୋଜଗାର ପାଇଁ ସେ ଏକ ୧୨ଚକିଆ ଟ୍ରକ କିଣି ଚଳାଉଥିଲେ। ସବୁ ଠିକଠାକ ଥିଲା, କିନ୍ତୁ କିଛି ମାସ ହେଲାଣି ମାଇନ୍ସ ଚାଲୁ ନ ଥିବାରୁ ଟ୍ରକ ଚାଲି ପାରୁନଥିଲା। ଏହାଫଳରେ ଟ୍ରକରୁ କୌଣସି ରୋଜଗାର ହୋଇପାରୁନଥିଲା। ଏହାଫଳରେ ମୁକୁନ୍ଦ ଚାପରେ ଥିଲେ। ଅନ୍ୟପଟେ ଯେଉଁ ସଂସ୍ଥାରୁ ଋଣ ଆଣି ଟ୍ରକ କିଣିଥିଲେ ସେହି ସଂସ୍ଥା ବାରମ୍ବାର କିସ୍ତି ପାଇଁ ତାଗିଦ କରୁଥିଲା, ଏପରିକି ତାଙ୍କର ଜାଗାବାଡ଼ି ବିକ୍ରି କରି କିଛି ଋଣ ଶୁଝିଥିଲେ।
ଏବେ ବି ଋଣ ସଂସ୍ଥା ପୁଣି ତାଗିଦ କରୁଥିଲା। ଅନ୍ୟ ଉପାୟ ନପାଇ ନିଜ ଘରଆଗରେ ଥିବା ବିଦ୍ୟୁତ ଖୁଣ୍ଟ ତାରରେ ମୁକୁନ୍ଦ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଆଜି ସକାଳୁ ତାଙ୍କୁ ଝୁଲୁଥିବା ଅବସ୍ଥାରେ ଲୋକେ ଦେଖିଥିଲେ। ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031