Indus Valley Times

ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ନିଷିଦ୍ଧାଞ୍ଚଳରୁ ୪ଟି ବେଆଇନ ଟ୍ରଲର ଜବତ

 Breaking News

ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ନିଷିଦ୍ଧାଞ୍ଚଳରୁ ୪ଟି ବେଆଇନ ଟ୍ରଲର ଜବତ

January 31
10:34 2022

କୋଣାର୍କ ୩୧/୧: ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ନିଷିଦ୍ଧାଞ୍ଚଳରୁ ୪ଟି ବେଆଇନ ଟ୍ରଲର ଜବତ ହୋଇଛି । ଏଥିରେ ୩୨ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖିଛି ଅସ୍ତରଙ୍ଗ ନୂଆଗଡ ତଟରକ୍ଷୀ ବାହିନୀ ।
ସୂଚନାଯୋଗ୍ୟ ଯେ, ଅଲିଭ କଇଁଛଙ୍କ ଅଣ୍ଡାଦାନ ସମୟ ହୋଇଥିବାରୁ ସମୁଦ୍ର ଭିତରୁ ମାଛ ଧରିବା ପାଇଁ ଟ୍ରଲରଗୁଡିକୁ ବାରଣ କରାଯାଇଥିଲା । କିନ୍ତୁ କିଛି ଟ୍ରଲର ମାଲିକ ଚୋରାରେ ନିଷିଦ୍ଧାଞ୍ଚଳରୁ ବେଆଇନ ଭାବେ ମାଛ ଧରୁଥିବା ନେଇ ପାଟ୍ରୋଲିଂ କରୁଥିବା ସମୟରେ ଖବର ପାଇଁ ଅସ୍ତରଙ୍ଗ ତଟରକ୍ଷୀ ବାହିନୀ, ବନ ବିଭାଗ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ମିଳିତ ଚଢ଼ାଉ କରିଥିଲା ।
ଚଢାଉ ବେଳେ ୪ଟି ଟ୍ରଲର ସହିତ ୩୨ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଏପଟେ ଏହି ୪ଟି ଟ୍ରଲର ଭିତରୁ ଗୋଟିଏ ବାଲେଶ୍ବର ଅଞ୍ଚଳର ଥିବାବେଳେ ଅନ୍ୟ ୩ଟି ପାରାଦୀପର ବୋଲି ଜଣାପଡିଛି । ଏହି ଟ୍ରଲର ଭିତରେ ବିପୁଳ ପରିମାଣର ମାଛ ଥିବାର ସୂଚନା ମିଳିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031