Indus Valley Times

ଆଂଚଳିକ ଆଦିବାସୀ ଉନ୍ନୟନ ପରିଷଦ ମୁଣ୍ଡାପଡା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ;ଦାବି ପୂରଣ ନ ହେଲେ ଭୋଟ ବର୍ଜନ

 Breaking News

ଆଂଚଳିକ ଆଦିବାସୀ ଉନ୍ନୟନ ପରିଷଦ ମୁଣ୍ଡାପଡା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ;ଦାବି ପୂରଣ ନ ହେଲେ ଭୋଟ ବର୍ଜନ

December 30
22:24 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୦/୧୨:ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବୌଦ୍ଧଜିଲ୍ଲା ସଂରକ୍ଷଣ ଆସନ ତାଲିକା ପ୍ରକାଶ ପାଇଛି । ହେଲେ ଏହି ସଂରକ୍ଷଣ ତାଲିକାରେ ସରପଂଚ ପଦବି ଆସନ ପାଇଁ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ସୁବିଧା ଦିଆଯାଇନାହିଁ । ଯାହାକୁ ନେଇ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ସଂରକ୍ଷଣ ତାଲିକା ସଂଶୋଧନ ପାଇଁ ଦାବି ହେଲାଣି । ବୌଦ୍ଧବ୍ଲକର ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ଆସନ ଉଚ୍ଛେଦର ପୂର୍ନବିଚାର ପାଇଁ ବୁଧବାର ଆଂଚଳିକ ଆଦିବାସୀ ଉନ୍ନୟନ ପରିଷଦ ମୁଣ୍ଡାପଡା ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରକୁ ଜିଲ୍ଲା ପଂଚାୟତ ଅଧିକାରୀ ଗ୍ରହଣ କରିଛନ୍ତି । ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଗତ ୨୬ ତାରିଖରେ ପ୍ରକାଶିତ ସରପଂଚ ପଦ ପାଇଁ ଆସନ ସଂରକ୍ଷଣ ତାଲିକାରେ ବୌଦ୍ଧବ୍ଲକର ଗୋଟିଏ ଗ୍ରାମ ପଂଚାୟତ ମଧ୍ୟ ଆଦିବାସୀଙ୍କ ପାଇଁ ଆସନ ସଂରକ୍ଷଣ କରାଯାଇ ନାହିଁ । ଯାହାକି ସେମାନଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଛି । ଯଦି ତାଲିକାର ପୁର୍ନ ବିଚାର କରାନଯାଉ । ତାହାହେଲେ ଆମ୍ଭେମାନେ ରାଜରାସ୍ତାକୁ ଓହ୍ଲାଇବା ସଙ୍ଗେ ସଙ୍ଗେ ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନି ଦେଇଛନ୍ତି । ତେଣୁ ଏହି ସ୍ପର୍ଶକାତର ବିଷୟ ଭାବେ ବିବେଚନା କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପରିଷଦ ପକ୍ଷରୁ ଦାବିକରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ପରିଷଦର ସଭାପତି ଗୋବିନ୍ଦ ଝାଙ୍କର, ସଂପାଦକ ପ୍ରେମାନନ୍ଦ ନାୟକ, ଯୁବସମାଜସେବୀ ଧର୍ମୁଧର ପୋଢ ପ୍ରମୁଖ ଉପସ୍ଥିତଥିଲେ ।
ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଆନ୍ତଃ ମହାବିଦ୍ୟାଳୟ ଇଂରାଜୀ ପାଠଚକ୍ର
ବୌଦ୍ଧ,୩୦/୧୨: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଇଂରାଜୀ ବିଭାଗ ଓ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକର ଇଂରାଜୀ ବିଭାଗ ସହଯୋଗରେ ଏକ ଆନ୍ତ ମହାବିଦ୍ୟାଳୟ ଇଂରାଜୀ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପାଠଚକ୍ରରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପକ ସଂଜିବ କୁମାର ନାୟକ ସଭାପତିତ୍ୱ କରିଥିବାବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ ।
ଇଂରାଜୀ ଅଧ୍ୟାପିକା ଶୁଭଙ୍କରୀ ବଡମାଳୀ ଅତିଥି ପରିଚୟ ପ୍ରଦାନ କରିଥିଲେ । : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଇଂରାଜୀ ସମ୍ମାନର ୩୫ ଜଣ ଛାତ୍ରଛାତ୍ରୀ ଓ ଭୈରବୀ ଡ୍ରିଗୀ ମହାବିଦ୍ୟାଳୟର ୪୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ ପ୍ରାୟ ୨୦ ଟି ସନ୍ଦର୍ଭକୁ ପାଠ କରିଥିଲେ । ଭୈରବୀ ଡ୍ରିଗୀ ମହାବିଦ୍ୟାଳୟର ଇଂରାଜୀ ବିଭାଗର ମୁଖ୍ୟ ଡ. ପ୍ରମୋଦ କୁମାର ମହାପାତ୍ର ଫେମିନିଜିମ ଉପରେ ଆଲୋଚନା କରି ନାରୀମାନଙ୍କର ଅଧିକାର ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ଉକ୍ତ ପାଠଚକ୍ରରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ପ୍ରଶଂସାପତ୍ରର ଅର୍ଥରାଶିକୁ ପ୍ରାଣୀ ଚିକିତ୍ସକ ଡା. ପ୍ରିୟବ୍ରତ ବେହେରା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଇଂରାଜୀ ବିଭାଗର ଅଧ୍ୟାପିକା ବେନଜିର ଓ ଲକ୍ଷ୍ମଣ ମେହେରଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ । ସ୍ମୃତି ଅଗ୍ରୱାଲା ଓ ବିଶ୍ୱଜିତ ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଅଧ୍ୟାପକ ଲକ୍ଷ୍ମଣ ମେହେର ଧନ୍ୟବାଦ ପ୍ରଦାନ କରିଥିଲେ ।
ବୌଦ୍ଧ ଅତିରିକ୍ତ ଜ଼ିଲ୍ଲାପାଳ ଙ୍କ ରାମକୃଷ୍ଣ ବାଳାଶ୍ରମ ପରିଦର୍ଶନ
ବୌଦ୍ଧ,୩୦/୧୨: ହରଭଙ୍ଗା ବ୍ଲକ ବୀରନରସିଂହପୁର ସ୍ଥିତ ରାମ କୃଷ୍ଣ ବାଳା ଶ୍ରମ କୁ ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା ତ୍ରୟ ମାସିକ ପରିଦର୍ଶନ କରିଛନ୍ତି । ରାମକୃଷ୍ଣ ବାଳାଶ୍ରମ ର ସମସ୍ତ ରେକର୍ଡ ପତ୍ର ଯାଞ୍ଚ କରିବାସହ ବାଳାଶ୍ରମ ର ଅନ୍ତେବାସୀ ମାନଙ୍କ ସହ ମିଶି ସେମାନଙ୍କ ପାଠପଢା, ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ । ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ସହିତ ଭଲ ପାଠ ପଢି ଭଲ ମଣିଷ ହେବା ପାଇଁ ସେମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ବାଳାଶ୍ରମ ର ଦଶମ ଶ୍ରେଣୀ ଛାତ୍ରୀ ପଦ୍ମିନୀ ମଲ୍ଲିକ ନିଜେ ସୁନ୍ଦର ଗୀତଟିଏ ଗାଇବା ସହ ନିଜ ହାତ ରେ ଅଙ୍କିଥିବା ଚିତ୍ର ଗୁଡିକୁ ଦେଖାଇଥିଲା । ଶ୍ରୀମତୀ ଦଳବେହେରା ପଦ୍ମିନୀ କୁ ପ୍ରଶଂସା କରିଥିଲେ । ବାଲାଶ୍ରମରେ ଅନ୍ତେବାସୀଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଖାଦ୍ୟ ତାଲିକା ଦେଖିବା ସହ ରୋଷେଇ ଗୃହ, ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର, ଭଣ୍ଡାର ଗୃହ, ଡର୍ମିଟରୀ, ଛାତ୍ରଛାତ୍ରୀ ଙ୍କ ଶୌଚାଳୟ ବୁଲି ଦେଖିଥିଲେ , ବାଳାଶ୍ରମ ରେ ୬୦ଜଣ ଅନ୍ତେବାସୀ ଥିଲେ ଏବଂ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିଲା ।ଏହି ପରିଦର୍ଶନ ସମୟରେ ଅଧ୍ୟକ୍ଷ, ଶିଶୁ ମଙ୍ଗଳ ସମିତି, ସାକ୍ଷୀ ଗୋପାଳ ପ୍ରଧାନ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍ଲିକ, ସାମାଜିକ କର୍ମୀ ସହଦେଵ ନାୟକ, ସମ୍ପାଦକ, ରାମକୃଷ୍ଣ ବାଳାଶ୍ରମ ନବୀନ ଚନ୍ଦ୍ର ବଘାର, ପରାମର୍ଶଦାତା ପ୍ରବୀଣ କୁମାର ହୋତା, ସୁପାରିନଟେଣ୍ଡେଣ୍ଟ ଜୟଶ୍ରୀ ସରାଫ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଏବଂ ବାଳାଶ୍ରମ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ ,ପରେ ପରେ ଅଧିକାରୀ ମାନେ ନୂତନ ଭାବେ ନିର୍ମିତ ହେଉଥିବା ବାଳ ସ୍ବଧାର ଗୃହ ର ସ୍ୱତନ୍ତ୍ର ଗୃହ ଏବଂ ପର‌୍ୟ୍ୟବେକ୍ଷଣ ଗୃହ ବୁଲି ଦେଖିଥିଲେ କ୍ଷ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031