Indus Valley Times

ଆଇନକୁ କାର୍ଯ୍ୟକାରି କରିବା ନିମନ୍ତେ ବରିଷ୍ଠ ନାଗରିକମାନଙ୍କ ନିବେଦନକୁ ପ୍ରଶାସନିକ ଅଧିକାରୀଙ୍କ ଉପହାସ

 Breaking News

ଆଇନକୁ କାର୍ଯ୍ୟକାରି କରିବା ନିମନ୍ତେ ବରିଷ୍ଠ ନାଗରିକମାନଙ୍କ ନିବେଦନକୁ ପ୍ରଶାସନିକ ଅଧିକାରୀଙ୍କ ଉପହାସ

October 13
21:24 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୧୩/୧୦ : ପର୍ବ ପର୍ବାଣୀରେ ଦେବାଦେବୀଙ୍କ ବିସର୍ଜନ ଓ ବିବାହ ଶୋଭାଯାତ୍ରା ସମୟରେ ସଙ୍ଗୀତ ଓ ନୃତ୍ୟ ଆମ ସାମାଜିକ ଜୀବନର ଅଂଶ ବିଶେଷ ।
ମାତ୍ର ବିଗତ ବର୍ଷ ଗୁଡିକରେ ଛାତିଥରା ଓ ପ୍ରାଣଘାତି ଶବ୍ଦ ସୃଷ୍ଟିକାରୀ “ଡି.ଜେ” ଗାଡି ଯାଉଥିବା ରାସ୍ତାର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ବୟସ୍କ ଓ ଅସୁସ୍ଥ ବ୍ୟକ୍ତି, ରୋଗୀ, ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ଦେଉଥିବା ଯନ୍ତ୍ରଣାକୁ ବିଚାର କରି ଏଥିରୁ ନିବୃତ୍ତ ରହିବା ନିମନ୍ତେ ବରିଷ୍ଠ ନାଗରିକ ମଞ୍ଚ, ଖୋର୍ଦ୍ଧାର ଜନସାଧାରଣ ଓ ବିଶେଷ କରି ଯୁବବର୍ଗଙ୍କୁ ନିବେଦନ କରିବା ସହିତ ଖୋର୍ଦ୍ଧା, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଖୋର୍ଦ୍ଧା ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଶବ୍ଦ ପ୍ରଦୂଷଣ ଆଇନ୍ ଭଙ୍ଗକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲିଖିତ ନିବେଦନ କରିଆସୁଅଛି ।
ଗତ ଗଣେଶ ପୂଜା, ଦୁର୍ଗା ପୂଜା, ଗଜଲକ୍ଷ୍ମୀ ପୂଜାରେ ଖୋର୍ଦ୍ଧା ସହରର ଯେଉଁ ପୂଜା କମିଟିର କର୍ମକର୍ତ୍ତା ବରିଷ୍ଠ ନାଗରିକ ମଞ୍ଚର ନିବେଦନକୁ ବିଚାର କରି ଡିଜେରୁ ନିବୃତ ରହି ପାରମ୍ପରିକ ଭାବରେ ବିସର୍ଜନ ଶୋଭାଯାତ୍ରା କରିଛନ୍ତି ସେମାନଙ୍କୁ ଅଭିନନ୍ଦନ ଜଣାଉଅଛି । ଓଡ଼ିଶା ସରକାରଙ୍କ ମାନ୍ୟବର ପରିବହନ ମନ୍ତ୍ରୀ, ଆଇନ୍ ଭଙ୍ଗକାରି ଡିଜେ ଗାଡି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସତ୍ତ୍ୱେ ରାଜଧାନୀ ଠାରୁ ମାତ୍ର ୨୦ କିଲୋମିଟର ଦୂରରେ ଅବସ୍ଥିତ ଖୋର୍ଦ୍ଧା ସହରରେ ଅବସ୍ଥାପିତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଶବ୍ଦ ପ୍ରଦୂଷଣ ଆଇନ୍ ଭଙ୍ଗକାରିଙ୍କ ବିରଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଓ ନିରବ ଦର୍ଶକ ସାଜିବାକୁ ନେଇ ବରିଷ୍ଠ ନାଗରିକ ମଞ୍ଚ, ଖୋର୍ଦ୍ଧା ଗଭୀର ଚିନ୍ତା ପ୍ରକଟ କରିଅଛି । ଆଜି ମଞ୍ଚର ବୈଠକ ଗୃହରେ ଏକ ଜରୁରୀକାଳିନ ସଭା ଆୟୋଜିତ ହୋଇ ଖୋର୍ଦ୍ଧା ସଦର ମହକୁମାରେ ଅବସ୍ଥାପିତ ବରିଷ୍ଠ ପ୍ରଶାସନିକ ଅଧିକାରୀବୃନ୍ଦ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରୁଅଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031