Indus Valley Times

ଆଇନଜୀବୀ ପେଶାରୁ ଅର୍ଚ୍ଚନା ନାଗ ନିଲମ୍ବିତ, ମିଥ୍ୟା ତଥ୍ୟ ଦେଇ ପରିଷଦରେ କରାଇଥିଲେ ପଞ୍ଜୀକରଣ

 Breaking News

ଆଇନଜୀବୀ ପେଶାରୁ ଅର୍ଚ୍ଚନା ନାଗ ନିଲମ୍ବିତ, ମିଥ୍ୟା ତଥ୍ୟ ଦେଇ ପରିଷଦରେ କରାଇଥିଲେ ପଞ୍ଜୀକରଣ

ଆଇନଜୀବୀ ପେଶାରୁ ଅର୍ଚ୍ଚନା ନାଗ ନିଲମ୍ବିତ, ମିଥ୍ୟା ତଥ୍ୟ ଦେଇ ପରିଷଦରେ କରାଇଥିଲେ ପଞ୍ଜୀକରଣ
September 17
20:35 2025

ଭୁବନେଶ୍ୱର, ୧୭/୯ : ଚର୍ଚ୍ଚିତ ମହିଳା ଆଇନଜୀବୀ ଅର୍ଚ୍ଚନା ନାଗଙ୍କୁ ଏକ ଶକ୍ତ ଝଟକା ଲାଗିଛି । ମିଥ୍ୟା ତଥ୍ୟ ଦେବା ଅଭିଯୋଗରେ ତାଙ୍କ ଆଇନଜୀବୀ ଲାଇସେନ୍ସକୁ ସାମୟିକ ଭାବେ ରଦ୍ଦ କରାଯାଇଛି । ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପରିଷଦ ତରଫରୁ ଏହି ନିଆଯାଇଛି ।
ଅର୍ଚ୍ଚନା ନାଗ ଓକିଲାତି ପେଶା ପାଇଁ ପଞ୍ଜୀକରଣ କରିଥିଲେ । ପଞ୍ଜୀକରଣ ଫର୍ମରେ ନିଜ ବିରୁଦ୍ଧରେ ଥିବା ଅପରାଧିକ ମାମଲା ଏବଂ ବ୍ୟବସାୟକୁ ନେଇ ଭ୍ରମାତ୍ମକ ତଥ୍ୟ ଦେଇଥିଲେ ।
ଅର୍ଚ୍ଚନାଙ୍କ ପଞ୍ଜୀକରଣ ଫର୍ମରେ ୧୪, ୧୫, ୧୬, ୧୭, ୨୦(ଖ) ରେ ସେ ଉଲ୍ଲେଖ କରିଥିଲେ ଯେ ବିରୁଦ୍ଧରେ କୌଣସି ଫୌଜଦାରୀ ମାମଲା ନାହିଁ କିମ୍ବା ସେ କୌଣସି ବ୍ୟବସାୟ ବୃତ୍ତିରେ ସଂପୃକ୍ତ ନାହାନ୍ତି। ପରେ ଜଣାପଡ଼ିଥିଲା ଯେ ତାଙ୍କ ବିରୁଦ୍ଧରେ ଏକାଧିକ ଫୌଜଦାରୀ ମାମଲା ରହିଛି । ଏହା ସହିତ ଦୁଇଟି କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ଏ ସବୁ ସାମ୍ନାକୁ ଆସିଥିଲା ।
ଗତ ୧୪ ତାରିଖରେ ହୋଇଥିବା ସାଧାରଣ ବୈଠକରେ ସମ୍ପୃକ୍ତ ଅର୍ଚ୍ଚନା ନାଗଙ୍କୁ ଆଇନଜୀବୀ ପେଶାରୁ ନିଲମ୍ବନ କରାଯିବା ସହିତ ତାଙ୍କ ବିରୁଦ୍ଧରେ ବିହିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930