Indus Valley Times

ଆଇସିଏସଇ ୧୦ମ ଶ୍ରେଣୀରେ ନୂଆପଡା ଟପ୍ପର ସୃଷ୍ଟି ବଂଶଲ

 Breaking News

ଆଇସିଏସଇ ୧୦ମ ଶ୍ରେଣୀରେ ନୂଆପଡା ଟପ୍ପର ସୃଷ୍ଟି ବଂଶଲ

ଆଇସିଏସଇ ୧୦ମ ଶ୍ରେଣୀରେ ନୂଆପଡା ଟପ୍ପର ସୃଷ୍ଟି ବଂଶଲ
July 14
10:00 2020

ନୂଆପଡ଼ା,୧୪।୭: ଚଳିତ ବର୍ଷ ଆଇସିଏସଇ ୧୦ଶ୍ରେଣୀ ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି। ଏଥିରେ ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ସୃଷ୍ଟି ବଂଶଲ ୯୪ପ୍ରତିଶତ ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ତେବେ ଟପ୍ପର ହେବା ଖବର ଶୁଣି ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଛା ଦେବା ସହ ଅଭିନନ୍ଦନ ଜଣାଇଛନ୍ତି ।
ସୃଷ୍ଟି ଵଂଶଲ ନୂଆପଡା ଜିଲ୍ଲାର ଖରିଆର ରୋଡ଼ର ନବଜ୍ୟୋତି ବିଦ୍ୟାଳୟରେ ପାଠ ପଢୁଥିଲେ । ଏହି ବିଦ୍ୟାଳୟରେ ସେ ପ୍ରଥମରୁ ଦଶମ ପର‌୍ୟ୍ୟନ୍ତ ପାଠପଢି ଆସୁଥିଲେ । ତେବେ ଚଳିତ ବର୍ଷ ସୃଷ୍ଟି ଆଇସିଏସଇ ୧୦ଶ୍ରେଣୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୯୪ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି । ଜିଲ୍ଲା ପାଇଁ ସେ ଗୌରବ ଆଣିଛନ୍ତି ବୋଲି ସାଧାରଣଲୋକେ କହୁଛନ୍ତି । ତେବେ ଆଗୀମା ଦିନରେ ସେ ଆଇଏଏସ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ଖୁବ୍ ପାଠପଢିବା ସହ କଠିନ ପରିଶ୍ରମ କରିବାକୁ ସୃଷ୍ଟି କହିଛନ୍ତି ।
ଖରିଆର ରୋଡ଼ ନିବାସୀ ସୃଷ୍ଟି ବଂଶଲଙ୍କ ବାପା ଭରତ ବଂଶଲ ଓ ମା କବିତା ବଂଶଲ ବେଶ ଖୁସି ଜାହିର କରିଛନ୍ତି । ସେହିପରି ଜିଲ୍ଲାର ଅଗ୍ରୱାଲ ସମାଜ ମଧ୍ୟରେ ଖୁସିର ଲହରୀ ଖେଳିଯାଛି ବୋଲି ଖରିଆର ରୋଡ଼ ଅଗ୍ରୱାଲ ସମାଜ ମହିଳା ମଣ୍ଡଳର ସଭାପତି ସୁଷମା ଗୁପ୍ତା କହିଛନ୍ତି । ସୃଷ୍ଟି ପିଲାଦିନୁ ଭଲ ପାଠପଢିବା ସହ କଠିନ ପରିଶ୍ରମ କରିଥାନ୍ତି । ପାଠ ପ୍ରତି ତାଙ୍କର ରୁଚି ରହିଥିବା ବେଳେ ସେ ଆଗାମୀ ଦିନରେ ଭଲ ପାଠପଢି ଦକ୍ଷତା ଓ ଜନକଲ୍ୟାଣ ଅଫିସର ହୋଇ ଜନସାଧରଣଙ୍କ ପାଇଁ କାମ କରିବେ ବୋଲି ସ୍ୱପ୍ନ ରଖିଛନ୍ତି। ଖରିଆର ରୋଡ଼ ନବଜ୍ୟୋତି ବିଦ୍ୟାପୀଠର ଶିକ୍ଷକ ଓ ଶିକ୍ଷୟତ୍ରୀ ମଧ୍ୟ ସୃଷ୍ଟିଙ୍କୁ ଶୁଭେଛା ଜଣାଇଛନ୍ତି ।

-News7

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031