Indus Valley Times

ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ

 Breaking News

ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ

ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ
June 20
16:14 2024

ଭୁବନେଶ୍ୱର,୨୦/୬: ପାଣିପାଗ ବିଭାଗର ସୂଚନାକୁ ଆଧାର କରି ରାଜ୍ୟ ସରକାର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଜୁନ୍ ୨୧ ଯାଏ ସକାଳ ୬ଟା ୩୦ରୁ ୧୦ଟା ୩୦ ପର‌୍ୟ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ୨୨ତାରିଖଠାରୁ ସମସ୍ତ ବିଦ୍ୟାଳୟ ସ୍ବାଭାବିକ ଭାବେ ପରିଚାଳନା କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସୂତ୍ରରୁ ପ୍ରକାଶ।
ସୂଚନାଯୋଗ୍ୟ, ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ସ୍କୁଲ ଖୋଲା ରହିବ କି ନାହିଁ ଏନେଇ ନିଷ୍ପତ୍ତି ନେବାକୁ ସବୁ ଜିଲାର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ସରକାର।
ତେବେ ଖରାଛୁଟି ପରେ ମଙ୍ଗଳବାର ଅର୍ଥାତ୍ ଜୁନ୍ ୧୮ରେ ସ୍କୁଲ ଖୋଲା ହୋଇଥାଆନ୍ତା। ମାତ୍ର ସରକାରଙ୍କ ନିର୍ଦ୍ଦେଶ ପରେ ପୁଣି କେତେକ ଜିଲାରେ ସ୍କୁଲ ବନ୍ଦ କରିବାକୁ ଘୋଷଣା କରାଯାଇଥିଲା।
ଏହି ନିର୍ଦ୍ଦେଶ ଅନୁଯାୟୀ, ଜିଲାପାଳମାନେ ନିଜ ନିଜ ଜିଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ପ୍ରଥମରୁ ଦାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ୨୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଥିବା ବେଳେ ଶୁକ୍ରବାର ପର୍ଯ୍ୟନ୍ତ ଏହାକୁ ପୁଣି ବଢ଼ାଇ ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930