Legatus

ଆଉ ନାହାନ୍ତି ଟେଲି ପରଦାର ଲୋକପ୍ରିୟ ଧାରାବାହିକ ’ଉଡାନ’ ଫେମ୍ ଅଭିନେତ୍ରୀ କବିତା ଚୌଧୁରୀ ନାହାନ୍ତି

 Breaking News

ଆଉ ନାହାନ୍ତି ଟେଲି ପରଦାର ଲୋକପ୍ରିୟ ଧାରାବାହିକ ’ଉଡାନ’ ଫେମ୍ ଅଭିନେତ୍ରୀ କବିତା ଚୌଧୁରୀ ନାହାନ୍ତି

ଆଉ ନାହାନ୍ତି ଟେଲି ପରଦାର ଲୋକପ୍ରିୟ ଧାରାବାହିକ ’ଉଡାନ’ ଫେମ୍ ଅଭିନେତ୍ରୀ କବିତା ଚୌଧୁରୀ ନାହାନ୍ତି
February 16
18:44 2024

ବମ୍ବେ,୧୬/୨: ଆଉ ନାହାନ୍ତି ଟେଲି ପରଦାର ଲୋକପ୍ରିୟ ଧାରାବାହିକ ’ଉଡାନ’ ଫେମ୍ ଅଭିନେତ୍ରୀ କବିତା ଚୌଧୁରୀ। ହୃଦଘାତରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଅଭିନେତ୍ରୀଙ୍କ ଭଣଜା ଅଜୟ ସୟାଲ ଏନେଇ ସୂଚନା ଦେଇଛନ୍ତି। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ମନୋରଞ୍ଜନଜଗତରେ ଶୋକର ଛାୟା ଖେଳିଯାଇଛି ।
କବିତା କର୍କଟ ରୋଗରେ ପୀଡିତ ଥିଲେ। କିଛି ଦିନ ତଳେ ହୃଦଘାତର ଶିକାର ହୋଇ ସେ ଅମୃତସରର ପାର୍ବତୀ ଦେବୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଶୁକ୍ରବାର ଅମୃତସରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।
୧୯୮୯ରେ ’ଉଡାନ’ ଶୋ’ ରିଲିଜ ହୋଇଥିଲା। କବିତା ଏହି ଶୋ’ରେ ଆଇପିଏସ ଅଧିକାରୀ କଲ୍ୟାଣୀ ସିଂ ଭୂମିକାରେ ଅଭିନୟ କରିଥିଲେ । ସେ ଏହି ଶୋ’ର ନିର୍ଦ୍ଦେଶନା ଦେଇଥିଲେ । ଶୋ’ଟି ତାଙ୍କ ଭଉଣୀ କାଞ୍ଚନ ଚୌଧୁରୀ ଭଟ୍ଟାଚାର‌୍ୟ୍ୟଙ୍କ ଜୀବନୀ ଉପରେ ଆଧାରିତ ଥିଲା ଯିଏ କିରଣ ବେଦୀଙ୍କ ପରେ ଦ୍ୱିତୀୟ ମହିଳା ଆଇପିଏସ ଅଧିକାରୀ ହୋଇଥିଲେ ।
କବିତା ତାଙ୍କ ଶୋ’ ’ଉଡାନ’ ମାଧ୍ୟମରେ ମହିଳା ସଶକ୍ତିକରଣର ଏକ ଉଦାହରଣ ପାଲଟିଥିଲେ। ଏଥିସହ ୧୯୮୦ ଏବଂ ୧୯୯୦ ଦଶକରେ ପ୍ରସିଦ୍ଧ ସର୍ଫ ବିଜ୍ଞାପନରେ ଲଳିତାଜୀଙ୍କ ଭୂମିକାରେ ଅଭିନୟ କରି ସେ ଲୋକପ୍ରିୟ ହୋଇଥିଲେ।
କହିରଖୁଛୁ, କରେନା କାଳରେ ଦୁରଦର୍ଶନରେ ଉଡ଼ାନର ପୁନଃପ୍ରସାରଣ କରାଯାଇଥିଲା। ଉକ୍ତ ସମୟରେ ସ୍ମୃତି ଇରାନୀ ଶୋ’ର ପ୍ରଶଂସା କରିଥିଲେ। ଏପରିକି କିଛି ଲୋକଙ୍କ ପାଇଁ ଏହା କେବଳ ଧାରାବାହିକ ହୋଇଥାଇପାରେ ହେଲେ ତାଙ୍କ ପାଇଁ ଏକ ଆହ୍ବାନ ଥିଲା ବୋଲି କହିଥିଲେ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930