Indus Valley Times

ଆଉ ନାହାନ୍ତି ସ୍ବନାମଧନ୍ୟ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ୍ ମଜୁମ୍‌ଦାର୍‌

 Breaking News

ଆଉ ନାହାନ୍ତି ସ୍ବନାମଧନ୍ୟ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ୍ ମଜୁମ୍‌ଦାର୍‌

ଆଉ ନାହାନ୍ତି ସ୍ବନାମଧନ୍ୟ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ୍ ମଜୁମ୍‌ଦାର୍‌
January 25
10:49 2026

ଭୁବନେଶ୍ବର, ୨୫/୧ : ଓଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ପରଲୋକ ଘଟିଛି। ୫୪ ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ଅଭିଜିତ୍‌ଙ୍କ ଦେହାନ୍ତ ହୋଇଛି। ସେ ଲିଭର ଜନିତ ରୋଗରେ ପୀଡିତ ହୋଇଥିଲେ। ତାଙ୍କୁ ପ୍ରଥମେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତ ବର୍ଷ ସେପ୍ଟେମ୍ବର ୪ରେ ସଙ୍କଟାପନ୍ନ ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ସେ ଅକ୍ଟୋବର ୨୩ ତାତିଖରୁ ଓଉଟରୁ ବାହାରି ଜେନେରାଲ ମେଡିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ। ଫୁସଫୁସ ସଂକ୍ରମଣରେ ଗୁରୁତର ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏକାଧିକ ରୋଗରେ ମଧ୍ୟ ସଂକ୍ରମଣ ହୋଇଥିଲେ। ସେ କୋମାରେ ରହି ଧିରେ ଧିରେ ସୁସ୍ଥ ହେଉଥିଲେ। ହସ୍ପିଟାଲରୁ ସୁସ୍ଥ ହୋଇ ସେ ଘରକୁ ଫେରିଥିଲେ। ଗତ କାଲି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ସେ କ୍ୟାସେଟ୍ ରେ ସଙ୍ଗୀତ ଦେଇ ଓଡ଼ିଆ ସଙ୍ଗୀତଜଗତରେ ପ୍ରବେଶ କରିଥିଲେ। ହେଲେ ୨୦୦୦ ମସିହାରେ ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ ‘କାଶିଆ କପିଳା’ ସିନେମା ଜରିଆରେ ନିଜର ସିନେ ସଂଗୀତ ଯାତ୍ରା ଆରମ୍ଭ କରିଥିଲେ ଅଭିଜିତ୍‌। ସେ ପ୍ରାୟ ୬୦ରୁ ଅଧିକ ସିନେମାରେ ସଂଗୀତ ଦେଇଥିବା ବେଳେ ୧୦୦ ଊର୍ଦ୍ଧ୍ବ ଆଲବମ୍ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରେ ରହିଛି ‘ମାଧବ ହେ ମାଧବ’, ‘ଟ୍ବିଙ୍କଲ୍ ଟ୍ବିଙ୍କ୍‌ଲ ଲିଟିଲ୍ ଷ୍ଟାର୍‌’, ‘ନାଚିବ ଗବର ସିଂହ’, ‘ବାଳୁଙ୍ଗା ଟୋକା’, ‘ସଜନୀ ସଜନୀ’, ‘ଆମେ ତ ଟୋକା ଷଣ୍ଡ ମାର୍କା’। ତାଙ୍କର ଅନେକ ଆଇଟମ୍ ଗୀତ ରହିଛି; ଯାହା ସଂଗୀତପ୍ରେମୀଙ୍କ ମୁହଁରେ ରହିଛି। ‘ତୋର କଞ୍ଚା ହଳଦୀ ଦେହଟା ଗୋରୀ ଲୋ’ ଗୀତରେ ସେ ନିଜେ କଣ୍ଠଦାନ ମଧ୍ୟ କରିଛନ୍ତି। ଅଭିଜିତ୍‌ଙ୍କ ‘ରାତିି ସାରା ବାର୍ ଲାଇଟ୍ ଦୁକୁ ଦୁକ’ ଗୀତ ତାଙ୍କ ଖୁବ୍ ଲୋକପ୍ରିୟ କରାଇଛି।
ତାଙ୍କୁ ୨୦୧୦ ମସିହାରେ ‘ତୁ ଥା ମୁଁ ଯାଉଛି ରୁଷି’ ସିନେମା ପାଇଁ ଓ ୨୦୨୨ ମସିହାରେ ‘ତୃଷ୍ଣା’ ସିନେମା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930