Indus Valley Times

ଆଗାମୀ ୩ ଦିନ ପ୍ରବଳ ଜାଡ଼ ଓ ହାଡ଼ଭଙ୍ଗା ଶୀତରେ ଥରିବ ଓଡ଼ିଶା

 Breaking News

ଆଗାମୀ ୩ ଦିନ ପ୍ରବଳ ଜାଡ଼ ଓ ହାଡ଼ଭଙ୍ଗା ଶୀତରେ ଥରିବ ଓଡ଼ିଶା

December 21
18:46 2020

ଭୁବନେଶ୍ୱର,୨୧/୧୨: ପ୍ରବଳ ଜାଡ଼ ସାଙ୍ଗକୁ ହାଡ଼ଭଙ୍ଗା ଶୀତରେ ଥରୁଚି ସାରା ଓଡ଼ିଶା । ଉପକୂଳ ଓଡ଼ିଶାରେ ଆଗାମୀ ୩ଦିନ ପ୍ରର୍ଯ୍ୟନ୍ତ ପ୍ରବଳ ଶୀତ ଅନୁଭବ ହେବ । ବିଶେଷ କରି ରାଜ୍ୟର ମୟୁରଭଞ୍ଜ,ସୁ୍‌ନ୍ଦଋଜ୍ଞଙ୍ଗ,ଝାରସୁଗୁଡାଓ ଅନୁଗୁଳୁ ଜିଲ୍ଲାରେ ରାତିର ତାପମାତ୍ରା ୪ରୁ୬ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ଘଟିବ । ସେହିପରି ଦେବଗଡ, ନୂଆପଡା, ଢ଼େଙ୍କାନାଳ ଜିଲ୍ଲାରେ ମଧ୍ୟ ଶୀତର ପ୍ରକୋପ ଜାରି ରହିବ ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
ବିଶେଷ କରି ରାଜ୍ୟର ମୟୂରଭଞ୍ଜ, ଅନୁଗୁଳ, ଝାରସୁଗୁଡା, ସୁନ୍ଦରଗଡ ଜିଲ୍ଲାରେ ରାତିର ତାପମାତ୍ରାରେ ୪ରୁ ୬ ଡିଗ୍ରି ପର‌୍ୟ୍ୟନ୍ତ ହ୍ରାସ ଘଟିବ। ସେହିପରି ଦେବଗଡ, ନୂଆପଡା, ଢ଼େଙ୍କାନାଳ ଜିଲ୍ଲାରେ ମଧ୍ୟ ଶୀତର ପ୍ରକୋପ ଜାରି ରହିବ ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ, ଅନୁଗୁଳ, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲା ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଦେଓଗଡ, ନୂଆପଡା, ଢ଼େଙ୍କାନାଳ, କୋରାପୁଟ, କନ୍ଧମାଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନବରଙ୍ଗପୁର, କଟକ, କାଳାହାଣ୍ଡି ଏବଂ ବରଗଡ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
ପ୍ରବଳ ଶୀତ ସହ ସନ୍ଧ୍ୟା ପରେ ଏହି ସମସ୍ତ ଜିଲ୍ଲାଗୁଡ଼ିକରେ ପ୍ରବଳ କୁହୁଡ଼ି ପଡ଼ିବାର ମଧ୍ୟ ସମ୍ଭାବନା ରହିଛି। ତେଣୁ, ସନ୍ଧ୍ୟା ପରେ ଘରେ ରହିବାକୁ ପରାମର୍ଶ ଦେବା ସନ୍ଧ୍ୟା ପରେ ରାଜରାସ୍ତାରେ ଗାଡ଼ି ଚାଳନା କଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବରକୁ କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930