Indus Valley Times

ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା

 Breaking News

ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା

ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା
March 01
10:02 2023

ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା
ଭୁବନେଶ୍ୱର,୧/୩: ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା। ଏଥର ପରୀକ୍ଷା ଦେବେ ପ୍ରାୟ ସାଢେ଼ ତିନି ଲକ୍ଷ ଛାତ୍ରଛାତ୍ରୀ । ଚଳିତ ବର୍ଷ ସାରା ରାଜ୍ୟରେ ମୋଟ୍ ୧୧ ଶହ ୪୫ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ହବ୍ କରାଯାଇଛି।
ଏଥର କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ପରୀକ୍ଷାର୍ଥୀ ଏଥର ପରୀକ୍ଷା ହଲରେ ବସିବେ। ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେବେ ବିଜ୍ଞାନ ଛାତ୍ରଛାତ୍ରୀ।
ଗତ ଫେବୃଆରୀ ୨୫ତାରିଖରୁ ସମସ୍ତ ହବକୁ ପ୍ରଶ୍ନପତ୍ର ପଠାସରିଛି। ଆଜି ସକାଳ ୭ଟାରେ ହବ୍ରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଉଛି। ଦିନ ୧୦ଟାରେ ଆରମ୍ଭ ହେବ ପରୀକ୍ଷା।
ସକାଳ ୯ଟା ରେ କେନ୍ଦ୍ରକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ। ଆଡମିଟ୍ କାର୍ଡ, ବ୍ଲାକ୍ ବଲ୍ ପଏଣ୍ଟ ପେନ୍, ପାଣି ବୋତଲ ଛାଡି ଅନ୍ୟ କୌଣସି ସାମଗ୍ରୀ ପରୀକ୍ଷା ହଲକୁ ନିଆଯାଇପାରିବ ନାହିଁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031