Indus Valley Times

ଆଜିଠାରୁ ଆରମ୍ଭ ହେଲା ପଞ୍ଚୁକ, ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

 Breaking News

ଆଜିଠାରୁ ଆରମ୍ଭ ହେଲା ପଞ୍ଚୁକ, ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

ଆଜିଠାରୁ ଆରମ୍ଭ ହେଲା ପଞ୍ଚୁକ, ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼
November 01
11:29 2025

କନକବ୍ୟୁରୋ, ୧/୧୧ : ଆଜିଠୁ ଆରମ୍ଭ ହେବ କାର୍ତ୍ତିକ ମାସର ପଞ୍ଚକ ଓ ବଡଓଷା ଯାତ୍ରା । କଟକ ଜିଲ୍ଲାର ଅନ୍ୟତମ ଶୈବ ପୀଠ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିବେ ହଜାର ହଜାର ଶ୍ରଦ୍ଧାଳୁ। ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଶ୍ରଦ୍ଧାଳୁମାନେ ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିଵା ଲାଗି କଂକ୍ରିଟ ପୋଲ ଠାରୁ ଆରମ୍ଭ କରି ମନ୍ଦିର ବେଢା ପ୍ରଯ୍ୟନ୍ତ ବ୍ୟାରିକେଡ, ୩୨ ଟି ସ୍ଥାନରେ ସିସିଟିଭି ଲଗାଯିବ ସହିତ ଓଡ୍ରାଫ, ଅଗ୍ନିଶମ ବିଭାଗ ଙ୍କୁ ନିୟୋଜିତ କରାଯାଇଛି ।
ଚଳିତ ବର୍ଷ ୪ ଦିନ ପଞ୍ଚକ ପଡୁଥିବା ବେଳେ ଧବଳେଶ୍ୱର ଙ୍କ ପୀଠରେ ପଞ୍ଚକ ପାଞ୍ଚ ଦିନରେ ୫ଟି ବେଶ କରାଯିବା ପାଇଁ ପୂଜକ ସମିତି ପକ୍ଷରୁ ନିଷ୍ପତି କରାଯାଇଛି। ଭକ୍ତଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ପୋଲିସ ପ୍ରଶାସନ ପକ୍ଷରୁ ୧୫ ପ୍ଲାଟୁନ ଫୋର୍ସ ସମେତ ୨ ଜଣ ଅତିରିକ୍ତ ଏସ୍‌ପି, ୮ ଜଣ ଡିଏସ୍‌ପି, ୨୦ ଜଣ ଆଇଆଇସି ସମେତ ୨୦୦ ରୁ ଅଧିକ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930