Indus Valley Times

ଆଜିଠୁ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

 Breaking News

ଆଜିଠୁ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଆଜିଠୁ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ
March 15
10:09 2023

ଭୁବନେଶ୍ବର/କଟକ,୧୫/୩: ୧୦ ଦଫା ଦାବିରେ ଅନିଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ବୁଧବାର ସକାଳୁ ଆରମ୍ଭ ହୋଇଯାଇଛି।
ମାଲବାହୀ ଗାଡ଼ିଗୁଡ଼ିକ କାଁଭାଁ ଚାଲୁଥିଲା ବେଳେ ଯାତ୍ରୀବାହୀ ବସ୍ଗୁଡ଼ିକ ଚଳାଚଳରେ ବାଧାପ୍ରାପ୍ତ ହୋଇଛି। ରାଜ୍ୟର ଅନେକ ସ୍ଥାନରେ ବସ୍ଷ୍ଟାଣ୍ଡରୁ ବସ୍ ବାହାରୁଛି ସତ, କିନ୍ତୁ ଆଗକୁ ବଢ଼ିପାରୁ ନାହିଁ। ଅର୍ଥାତ ଅଧବାଟରେ ଅଟକିଯାଉଛି।
ଫଳରେ ନିୟମିତ ଭାବେ ବସ୍ରେ ଯିବାଆସିବା କରୁଥିବା ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ ଭାବରେ ମହିଳା କର୍ମୀମାନେ ନିଜନିଜ କାର‌୍ୟ୍ୟାଳୟକୁ ଯିବା ପାଇଁ ଯାତ୍ରୀବାହୀ ବସ୍ ଉପରେ ନିର୍ଭର କରୁଥିବାରୁ ଘୋର ଅସୁବିଧାର ସାମ୍ନା କରୁଛନ୍ତି। ଅନ୍ୟପଟରେ କିଛି ସ୍ଥାନରେ ବସ୍ ଚାଲୁଛି, କିନ୍ତୁ ଏଥିରେ ଯାତ୍ରୀ ନାହିଁ।
ରାଜ୍ୟର ବୃହତ୍ତମ ବସ୍ଷ୍ଟାଣ୍ଡ ବରମୁଣ୍ଡାରେ ମଧ୍ୟ ଯାତ୍ରୀମାନେ ହଇରାଣର ସମ୍ମୁଖୀନ ହେଉଛନ୍ତି। ଏଠାରୁ ପ୍ରତି ୨ ମିନିଟରେ ବସ୍ ବାହାରିଥାଏ। କିନ୍ତୁ ଆଜି ଧର୍ମଘଟ ଯୋଗୁଁ ବସ୍ ଚଳାଚଳ କରୁ ନାହିଁ। ଧର୍ମଘଟ ସଂପର୍କରେ ଆଗୁଆ ଅବଗତ ନଥିବା ଯାତ୍ରୀମାନେ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଅଟକି ରହିଛନ୍ତି।
ବାଦାମବାଡ଼ି କଟକରେ ମଧ୍ୟ ସମାନ ଅବସ୍ଥା। ଏଠାରୁ ବସ୍ ଚାଲୁ ନାହିଁ କି ଯାତ୍ରୀ ନାହାନ୍ତି। ବାଦାମବାଡ଼ି ବସ୍ଷ୍ଟାଣ୍ଡ ସକାଳ ୫ଟା ଠାରୁ ରାତି ୧୧ଟା ପର‌୍ୟ୍ୟନ୍ତ ଚଳଚଞ୍ଚଳ ଦେଖାଯାଉଥିବା ବେଳେ ଆଜି ଖାଁଖାଁ ଲାଗୁଛି। କିଛି ବସ୍ ଷ୍ଟାଣ୍ଡରୁ ବାହାରି ଯାଉଛି। କିନ୍ତୁ ଅଧା ବାଟରେ ଅଟକି ଯାଉଛି। ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି ଯେ, ଏମିତି ପ୍ରଭାବ ପଡ଼ିବ ବୋଲି ଜାଣି ନଥିଲୁ। ଡ୍ରାଇଭରମାନେ ଆନ୍ଦୋଳନ କରୁଥିବାରୁ ଯାତ୍ରୀମାନେ ଆସୁନାହାନ୍ତି।
ସେହିପରି ଦକ୍ଷିଣ ଓଡ଼ିଶାର ବ୍ୟବସାୟିକ ସହର ବ୍ରହ୍ମପୁରରେ ମଧ୍ୟ ଯାତ୍ରୀମାନେ ହଟ୍ଟହଟା ହେଉଛନ୍ତି। ବ୍ରହ୍ମପୁର ସିଟି ବସ୍ଷ୍ଟାଣ୍ଡରୁ ବସ୍ ଯିବାଆସିବା କରୁନାହିଁ। ବଲାଙ୍ଗୀର-ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥରେ ବସ୍ ଚଳାଚଳ କରୁନାହିଁ। ବଲାଙ୍ଗୀରରେ ସକାଳୁ ବସ୍ ଚଳାଚଳ ସ୍ବାଭାବିକ ଥିଲା। କିନ୍ତୁ ୮ଟା ପରଠାରୁ ପ୍ରଭାବିତ ହୋଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଠାରେ ଡ୍ରାଇଭରମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031