Legatus

ଆଜିଠୁ ଜି-୨୦ ଶିଖର ସମ୍ମିଳନୀ; ଭାରତ ମଣ୍ଡପମରେ ଏକାଠି ହେବେ ବିଶ୍ୱସ୍ତରୀୟ ନେତା

 Breaking News

ଆଜିଠୁ ଜି-୨୦ ଶିଖର ସମ୍ମିଳନୀ; ଭାରତ ମଣ୍ଡପମରେ ଏକାଠି ହେବେ ବିଶ୍ୱସ୍ତରୀୟ ନେତା

September 09
10:38 2023

ନୂଆଦିଲ୍ଲୀ,୯/୯: ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ବିଶ୍ବର ବିଭିନ୍ନ ଦେଶର ନେତାମାନଙ୍କୁ ସ୍ବାଗତ କରିବା ଲାଗି ଆଜି ସକାଳ ୯ଟା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଗତି ମୈଦାନରେ ନିର୍ମିତ ‘ଭାରତ ମଣ୍ଡପମ୍’ରେ ଉପସ୍ଥିତ ହୋଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ସହିତ ଉପସ୍ଥିତ ଅଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ‘ଜାତୀୟ ସୁରକ୍ଷା ପରାମର୍ଶଦାତା’ ଅଜିତ ଡୋଭାଲ୍। ସେଠାରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ରାଷ୍ଟ୍ର ଓ ସରକାରୀ ପ୍ରତିଷ୍ଠାନର ମୁଖ୍ୟମାନଙ୍କୁ ସ୍ବାଗତ କରିବେ।
ସଦ୍ୟତମ ସୂଚନା ଅନୁସାରେ, ପ୍ରମୁଖ ବିଶ୍ବନେତା, ‘ଜି୨୦’ର ବିଶ୍ବର ପ୍ରମୁଖ ସଙ୍ଗଠନର ମୁଖ୍ୟ, ଅତିଥି ଦେଶମାନଙ୍କର ପ୍ରତିନିଧି ଦଳ ସବୁ ‘ଭାରତ ମଣ୍ଡପମ୍’ରେ ଉପସ୍ଥିତ ହେଲେଣି। ସେମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ପାଛୋଟି ନେଉଛନ୍ତି।
ପ୍ରଥମେ ସମ୍ମିଳନୀ ସ୍ଥଳରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ କରମର୍ଦ୍ଦନ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷମାନେ ହେଲେ, ‘ଆଇଏମ୍ଏଫ୍’ର ପରିଚାଳନା ନିର୍ଦେଶକ କ୍ରିଷ୍ଟାଲିନା ଜର୍ଜିଏଭା, ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ୍ ଆଧନମ୍ ଗେବ୍ରେୟେସସ୍।
ଏହି ଅବସରରେ, ‘ଏକ୍ସ୍’ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି: ନୂଆଦିଲ୍ଲୀରେ ଅନୁଷ୍ଠିତ ‘ଜି୨୦’ର ୧୮ଶ ଶିଖର ସମ୍ମିଳନୀକୁ ‘ଜି୨୦’ ରାଷ୍ଟ୍ରର ପ୍ରତିନିଧି ଦଳର ମୁଖ୍ୟ, ଅତିଥି ରାଷ୍ଟ୍ର ଓ ଅଂଶଗ୍ରହଣକାରୀ ଆନ୍ତର୍ଜାତିକ ସଙ୍ଗଠନମାନଙ୍କୁ ହାର୍ଦ୍ଦିକ ସ୍ବାଗତ। ଭାରତର ‘ଜି୨୦’ ଅଧ୍ୟକ୍ଷତାର ଭାବଧାରା ହେଉଛି ‘ବସୁଧୈବ କୁଟୁମ୍ବକମ୍’। ଦୀର୍ଘସ୍ଥାୟୀ, ସାମଗ୍ରିକ ଓ ମାନବକେନ୍ଦ୍ରିକ ବିକାଶର ବୈଶ୍ବିକ ମାର୍ଗ ହେଉଛି ଏକ ବିଶ୍ବ, ଏକ ପରିବାର ଓ ଏକ ଭବିଷ୍ୟତ। ଏହି ବିଚାରଧାରାକୁ ହୃଦୟଙ୍ଗମ କରିବା ଉଦ୍ୟମରେ ‘ଜି୨୦’ ଶିଖର ସମ୍ମିଳନୀର ଅଂଶଗ୍ରହଣକାରୀମାନେ ସଫଳ ହେବେ ବୋଲି ଆଶା।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ସକାଳ ୯.୩୦ରୁ ୧୦.୩୦ ମଧ୍ୟରେ ନେତା ଓ ପ୍ରତିନିଧିମାନେ ‘ଭାରତ ମଣ୍ଡପମ୍’ରେ ପହଞ୍ଚିବେ। ତା’ପରେ ‘ଟ୍ରି ଅଫ୍ଲାଇଫ୍ ଫର୍ ଫୟର୍’ରେ ପ୍ରଧାନମନ୍ତ୍ରୀଙ୍କ ସହିତ ସ୍ବାଗତକାଳୀନ ଫଟୋ ଉତ୍ତୋଳନ କରିବେ। ଏବଂ ତା’ପରେ ‘ସଭିଏଁ ଲାଉଞ୍ଜ୍ ଲେଭଲ୍୨’ ସମବେତ ହେବେ।
ପୂର୍ବାହ୍ନ ୧୦.୩୦ରେ ପ୍ରଥମ ଅଧିବେଶନ ଆରମ୍ଭ ହେବ ବୋଲି ଆଶା କରାଯାଉଛି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930