Indus Valley Times

ଆଜିଠୁ ବୁଲିଲା ସୁଭଦ୍ରା ରଥ

 Breaking News

ଆଜିଠୁ ବୁଲିଲା ସୁଭଦ୍ରା ରଥ

ଆଜିଠୁ ବୁଲିଲା ସୁଭଦ୍ରା ରଥ
September 07
18:25 2024

ଭୁବନେଶ୍ୱର, ୭/୯: ଶନିବାରଠାରୁ ରାଜ୍ୟର ଗଡ଼ିଛି ସୁଭଦ୍ରା ରଥ । ସୁଭଦ୍ରା ଯୋଜନାରେ ନେଇ ଲୋକଙ୍କୁ ସଚେତନ କରିବାକୁ ଗାଁ ଗାଁରେ ବୁଲୁଛି ରଥ । ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର ବିଧାୟକ ବାବୁ ସିଂହ, ମେୟର୍ ସୁଲୋଚନା ଦାସ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତିରେ ଏହାର ଶୁଭାରମ୍ଭ ହୋଇଛି । ସେହିପରି ବିଭିନ୍ନ ଜିଲ୍ଲା ମାନଙ୍କରେ ଜିଲ୍ଲାପାଳଙ୍କ ଅଫିସରେ ମଧ୍ୟ ଶୁଭାରମ୍ଭ କରାଯାଇଛି ।
ସେପ୍ଟେମ୍ବର ୭ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ରଥ ରାଜ୍ୟର ବିଭିନ୍ନ ଜିଲ୍ଲା ବୁଲିବ । ଏହି ସଚେତନତା ଭ୍ୟାନ ପରିକ୍ରମା ପାଇଁ ବ୍ଳକ, ଜିଲ୍ଲା ସହିତ କେବଳ ଭ୍ୟାନ ପାଇଁ ଜଣେ ଜଣେ ନୋଡାଲ ଅଧିକାରୀ ଦାୟିତ୍ୱରେ ରହିବେ । କେନ୍ଦ୍ରଗୁଡ଼ିକ ଯେପରି ଶୃଙ୍ଖଳିତ ଭାବେ ପରିଚାଳିତ ହେବ, ଅତ୍ୟଧିକ ଜନଗହଳି ହେବ ନାହିଁ, ସେଥିପ୍ରତି ଦୃଷ୍ଟି ଦିଆଯାଇଛି ।
ସେପ୍ଟେମ୍ବର ୧୭ ତାରିଖରେ ଏହି ଯୋଜନାର ପ୍ରଥମ କିସ୍ତି ହିତାଧିକାରୀଙ୍କୁ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆବେଦନ କରିବାକୁ ପର୍ଯ୍ୟାପ୍ତ ପରିମାଣରେ ସମୟ ଦିଆଯିବ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30