Indus Valley Times

ଆଜିଠୁ ମା’ ଦୁର୍ଗତିନାଶିନୀ ଦୁର୍ଗାଙ୍କ ଶାରଦୀୟ ନବରାତ୍ରି ପୂଜା ଆରମ୍ଭ

 Breaking News

ଆଜିଠୁ ମା’ ଦୁର୍ଗତିନାଶିନୀ ଦୁର୍ଗାଙ୍କ ଶାରଦୀୟ ନବରାତ୍ରି ପୂଜା ଆରମ୍ଭ

September 22
10:42 2025

ଓଡ଼଼ିଶା, ୨୨/୯ : ଆଜିଠୁ ମା’ ଦୁର୍ଗତିନାଶିନୀ ଦୁର୍ଗାଙ୍କ ଶାରଦୀୟ ନବରାତ୍ରି ପୂଜା ଆରମ୍ଭ। ତେବେ ନବ ଦିନାତ୍ମକ ପୂଜାରେ ପ୍ରଥମ ଦିନରେ ମା\’ ଶ୍ରଦ୍ଧାଳୁଙ୍କୁ ଶୈଳପୁତ୍ରୀ ରୂପରେ ଦର୍ଶନ ଦେବେ।
ଏହାସହିତ ନବ ଦିନାତ୍ମକ ପୂଜା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଏଥିପାଇଁ ବିଭିନ୍ନ ଶକ୍ତିପୀଠରେ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ହାତରେ ଭୋଗଡ଼ାଲା ଧରି ମା\’ଙ୍କ ପୂଜା କରିବା ପାଇଁ ଅପେକ୍ଷାରେ ରହିଛନ୍ତି ମାନସିକଧାରୀ ଭକ୍ତ।
ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଆରମ୍ଭ ହୋଇଛି ମାଆଙ୍କ ଆରଧାନା। ରୀତିନୀତି ପରମ୍ପରା ଅନୁସାରେ ଚାଲିଛି ମଆଙ୍କ ପୂଜାର୍ଚ୍ଚନା। ଆଜି ମାଆ ସମଲେଶ୍ୱରୀ ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।
ମାଆଙ୍କୁ ଏହି ବେଶରେ ଦର୍ଶନ କରିବାକୁ ଭକ୍ତଙ୍କ ଭିଡ଼ ଜମିଛି। ବଲାଙ୍ଗିର ମନ୍ତ୍ର ଯନ୍ତ୍ର ଓ ତନ୍ତ୍ରର ମାଟି ହୋଇଥିବାରୁ ଏଠି ଶକ୍ତି ଉପାସନା ସ୍ୱତନ୍ତ୍ରତା ରହିଛି।
ସେହିପରି ଜଗତସିଂହପୁର ଜିଲ୍ଲା ଝଙ୍କଡ଼ର ମାଆ ଶାରଳାଙ୍କ ପୀଠରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି। ତେଣୁ କରି ସ୍ବତନ୍ତ୍ର ନୀତିକାନ୍ତିରେ ନବ ଦିନାତ୍ମକ ପୂଜା ଚାଲିଛି।
ଅନ୍ୟପଟେ କଟକ ଚଣ୍ଡି ମାଆ ହରଚଣ୍ଡି ବେଶରେ ଦର୍ଶନ ଦେବେ। ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ଗଡ଼ଚଣ୍ଡି। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆଜିଠାରୁ ନବ ଦିନାତ୍ମକ ରଥଯାତ୍ରା ଆରମ୍ଭ ହେବାର ପରମ୍ପରା ରହିଛି।
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆଜିଠାରୁ ନବ ଦିନାତ୍ମକ ରଥଯାତ୍ରା ଆରମ୍ଭ ହେବାର ପରମ୍ପରା ରହିଛି। ଅପରାହ୍ନରେ ରଥ ପ୍ରତିଷ୍ଠା ହେବା ପରେ ମା’ଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ମାଙ୍କ’ ଷୋଡଶ ଉପଚାର ପୂଜା ଜାରି ରହିଥିବା ବେଳେ ନବରାତ୍ରି ଅବସରରେ ମାଙ୍କ ଗର୍ଭ ଗୃହ କୁ ଯାଇ ଶ୍ରଦ୍ଧାଳୁ ପାଦ ଏବଂ ମୁଖ ଦର୍ଶନ କରିବାର ସୁଯୋଗ ପାଇବେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930