Indus Valley Times

ଆଜି ମଧ୍ୟରାତ୍ରୀରୁ ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ ଲାଗୁ ହେବ

 Breaking News

ଆଜି ମଧ୍ୟରାତ୍ରୀରୁ ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ ଲାଗୁ ହେବ

November 05
09:33 2021

ଭୁବନେଶ୍ବର,୫/୧୧: ରାଜ୍ୟବାସୀଙ୍କ ପାଇଁ ଆସ୍ୱସ୍ତି କର ଖବର । କେନ୍ଦ୍ର ସରକାର ଦର କମ୍ କରିବା ପରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସେ କହିଛନ୍ତି, ଇନ୍ଧନ ମୂଲ୍ୟ ବୃଦ୍ଧିରୁ ସାଧାରଣ ଜନତାଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ ଆଜି ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ୩ ଟଙ୍କା ହ୍ରାସ କରାଯାଇଛି। ଏହା ନଭେମ୍ବର ୫ ତାରିଖ ମଧ୍ୟରାତ୍ରୀରୁ ଲାଗୁ ହେବ। ଏହି ଭାଟ୍ ହ୍ରାସ ଫଳରେ ରାଜ୍ୟ ସରକାର ପ୍ରାୟ ୨୦୦୦ କୋଟି ଟଙ୍କାର କ୍ଷତି ସହିବେ। ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରାଯିବା ସାରା ଦେଶରେ ସର୍ବନିମ୍ନ ତେଲ ଦର ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଅନ୍ୟତମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଘୋଷଣା କରିଥିବା ଏକ୍ସାଇଜ୍ ଡ୍ୟୁଟି ହ୍ରାସ ପରେ ଏହି ଘୋଷଣା କରାଯାଇଛି। ଦୀପାବଳିର ଦିନକ ପୂର୍ବରୁ ଭାରତ ସରକାର ଲୋକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଉତ୍ପାଦ ଶୁଳକ ପେଟ୍ରୋଲ ଉପରୁ ୫ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ହ୍ରାସ କରାଯାଇଛି। ଏହା ଫଳରେ ଦେଶରେ ତେଲଦର ଶସ୍ତା ହେବ। ଏହି ଦର ଗତ ମଧ୍ୟରାତ୍ରୀରୁ ଲାଗୁ ହୋଇଛି।
ଏଣେ ବୁଧବାର ଦିନ କେନ୍ଦ୍ର ସରକାର ଲିଟର୍ପିଛା ପେଟ୍ରୋଲ୍ ଉପରୁ ୫ଟଙ୍କା ଏବଂ ଲିଟର୍ପିଛା ଡିଜେଲ୍ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ‘ବିଜେପି’ ଶାସିତ ୯ଟି ରାଜ୍ୟ-: ଆସାମ, ତ୍ରିପୁରା, ମଣିପୁର, କର୍ଣ୍ଣାଟକ, ଗୋଆ, ଉତ୍ତର ପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଉକ୍ତ ଇନ୍ଧନ ମୂଲ୍ୟ ଉପରେ ଅତିରିକ୍ତ ହ୍ରାସ ମୂଲ୍ୟ (ଭ୍ୟାଟ୍) ଘୋଷଣା କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031