Indus Valley Times

ଆଜି ମହାମାୟାଙ୍କ ମହାନବମୀ ପୂଜା : ସିଦ୍ଧିଦାତ୍ରୀ ରୂପରେ ଦର୍ଶନ ଦେବେ ମା’

 Breaking News

ଆଜି ମହାମାୟାଙ୍କ ମହାନବମୀ ପୂଜା : ସିଦ୍ଧିଦାତ୍ରୀ ରୂପରେ ଦର୍ଶନ ଦେବେ ମା’

ଆଜି ମହାମାୟାଙ୍କ ମହାନବମୀ ପୂଜା : ସିଦ୍ଧିଦାତ୍ରୀ ରୂପରେ ଦର୍ଶନ ଦେବେ ମା’
October 01
10:06 2025

ଭୁବନେଶ୍ୱର, ୧/୧୦ : ଆଜି ମଣ୍ଡପରେ ମହାମାୟାଙ୍କ ମହାନବମୀ । ମଣ୍ଡପରେ ଚାଲିଛି ନବମୀ ପୂଜା। କଟକ, ଭୁବନେଶ୍ବର, ବାଲେଶ୍ବର, ରାଉରକେଲା, ସମ୍ବଲପୁର ସବୁଠି ଦୁର୍ଗାପୂଜା ପାଇଁ ଆଧ୍ୟାତ୍ମିକ ପରିବେଶ । ସବୁଠି ଉଚ୍ଚ ତୋରଣ ମନମୋହୁଛି । ମାଆଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଚହଳି। ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ, ଘଣ୍ଟ ଘଣ୍ଟାରେ ଭାବ ଭକ୍ତିମୟ ପରିବେଶ।
ସ୍ବତନ୍ତ୍ର ରୀତିନୀତି ଅନୁସାରେ ଜଗତଜନନୀ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି। ମୁଖ୍ୟ ଆକର୍ଷଣ ସାଜିଛି ଲାଇଟ ସାଜସଜା। ଭିନ୍ନ ଭିନ୍ନ ଥିମରେ ସଜେଇ ହୋଇଛି ମଣ୍ଡପ ,ଯାହାକୁ ଦେଖିବାକୁ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଦିନ ଅପେକ୍ଷା ରାତିରେ ମେଢ଼ ବୁଲିବାକୁ ଭଲ ପାଉଛନ୍ତି ଲୋକମାନେ।
ଅଷ୍ଟମୀରେ ଦୁର୍ଗା ପୂଜା ମେଢ଼ ବୁଲିବାକୁ କଟକ ଭୁବନେଶ୍ବରରେ ଲୋକଙ୍କ ସୁଅ ଛୁଟିଥିଲା। ଭିଡ଼ ହେଉଥିବାରୁ ରାତିରେ ପରିବାର ସହିତ ମିଶି ଶାରଦୀୟ ଦୁର୍ଗାପୂଜା ର ମଜା ନେଉଛନ୍ତି। ରାତି ୧୨ ପରେ ମଧ୍ୟ ଲୋକମାନଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି । ଟ୍ରାଫିକ କଣ୍ଟ୍ରୋଲ କରିବାରେ ଟ୍ରାଫିକ ପୋଲିସ ନାକେଦମ ହୋଇପଡିଥିଲା। ଭିଡ଼ ହଟାଇବାକୁ ବ୍ୟାପକ ବ୍ୟବସ୍ଥା କରିଛି ପୋଲିସ୍। ତଥାପି ନିୟନ୍ତ୍ରଣ କରିବା ମୁସ୍କିଲ ହୋଇପଡୁଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930