Indus Valley Times

ଆଜି ମହାଷଷ୍ଠୀ ପୂଜା

 Breaking News

ଆଜି ମହାଷଷ୍ଠୀ ପୂଜା

October 22
13:13 2020

ଭୁବନେଶ୍ୱର,୨୨/୧୦: ଆଜି ଶାରଦୀୟ ମା’ ଦୁର୍ଗାଙ୍କ ମହାଷଷ୍ଠୀ ପୂଜା । କୋଭିଡ କଟକଣା ଭିତରେ ରାଜ୍ୟର ବିଭିନ୍ନ ମଣ୍ଡପରେ ପୂଜା ପାଇବେ ଦୁର୍ଗତିନାଶିନୀ । ବିଧି ଅନୁଯାୟୀ ଷଷ୍ଠୀ ପୂଜା ପରେ ଆଜି ବେଲ ବରଣୀ ଏବଂ ପରେ ଚକ୍ଷୁଦାନ ଆଦି ନୀତିକାନ୍ତି ରହିଛି । ବିଧି ରକ୍ଷା ପାଇଁ ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ହୋଇଛି ।
ହେଲେ କୋଭିଡ କଟକଣା ପାଇଁ ଭକ୍ତ ଏଥର ମା’ଙ୍କୁ ସିଧାସଳଖ ଦର୍ଶନ କରିପାରିବେ ନାହିଁ। ଅଧିକାଂଶ ମଣ୍ଡପର କର୍ମକର୍ତ୍ତା ସ୍ୱର୍ଣ୍ଣ-ଚାନ୍ଦି ଅଳଙ୍କାରରେ ଆଭୂଷଣ ନକରି ତା ସ୍ଥାନରେ ନକଲି ଅଳଙ୍କାର ଓ ରଂଗୀନ ଜରି ମେଢରେ କାମ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031