Indus Valley Times

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି, ଅପରାହ୍ନ ୫ଟାରୁ ରାତି ୯ଟା ସର୍ବସାଧାରଣ ଦର୍ଶନ ବନ୍ଦ

 Breaking News

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି, ଅପରାହ୍ନ ୫ଟାରୁ ରାତି ୯ଟା ସର୍ବସାଧାରଣ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି, ଅପରାହ୍ନ ୫ଟାରୁ ରାତି ୯ଟା ସର୍ବସାଧାରଣ ଦର୍ଶନ ବନ୍ଦ
September 07
12:31 2022

ପୁରୀ, ୭/୯: ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି । ମଧ୍ୟାହ୍ନ ଧୂପ ବଢିବା ପରେ ବାମନ ଜନ୍ମ ନୀତି, ପବିତ୍ରା ଲାଗି ଓ ଇନ୍ଦ୍ରଧ୍ୱଜା ପୂଜା ବିଧି କରାଯିବ । ଏଥିପାଇଁ ଆଜି ଅପରାହ୍ନ ୫ଟାରୁ ରାତି ୯ଟା ପର‌୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ସେହିପରି ଆଜି ପବିତ୍ର ସୁନିଆ ଉତ୍ସବ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆଜିଠାରୁ ଆରମ୍ଭ ହୋଇଛି ୧୪୩୦ ସାଲ ୬୫ ଅଙ୍କର ପ୍ରବେଶ । ଏହି ଅବସରରେ ଆଜି ସନ୍ଧ୍ୟାରେ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ। ଏଥିପାଇଁ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031