Indus Valley Times

ଆଜି ସନ୍ଧ୍ୟାରେ ଅଯୋଧ୍ୟାରେ ଜଳିବ ୧୨ଲକ୍ଷ ମାଟି ଦୀପ,‘ଦୀପୋତ୍ସବ’ ଭାବେ ସୁପରିଚିତ ଦୀପାବଳି ଉତ୍ସବ ଉଦଘାଟନ କରିବେ ଯୋଗୀ ଆଦିତ୍ୟନାଥ

 Breaking News

ଆଜି ସନ୍ଧ୍ୟାରେ ଅଯୋଧ୍ୟାରେ ଜଳିବ ୧୨ଲକ୍ଷ ମାଟି ଦୀପ,‘ଦୀପୋତ୍ସବ’ ଭାବେ ସୁପରିଚିତ ଦୀପାବଳି ଉତ୍ସବ ଉଦଘାଟନ କରିବେ ଯୋଗୀ ଆଦିତ୍ୟନାଥ

ଆଜି ସନ୍ଧ୍ୟାରେ ଅଯୋଧ୍ୟାରେ ଜଳିବ ୧୨ଲକ୍ଷ ମାଟି ଦୀପ,‘ଦୀପୋତ୍ସବ’ ଭାବେ ସୁପରିଚିତ ଦୀପାବଳି ଉତ୍ସବ ଉଦଘାଟନ କରିବେ ଯୋଗୀ ଆଦିତ୍ୟନାଥ
November 03
10:34 2021

ଅଯୋଧ୍ୟା, ୩/୧୧: ଆଜି ଅଯୋଧ୍ୟାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଔପଚାରିକଭାବେ ‘ଦୀପୋତ୍ସବ’ ଭାବେ ସୁପରିଚିତ ଦୀପାବଳି ଉତ୍ସବ ଉଦ୍ଘାଟନ କରିବେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କେତେଗୁଡ଼ିଏ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ପ୍ରାଚୀନ ସହର ଅଯୋଧ୍ୟାର ସାମଗ୍ରିକ ବିକାଶ ଆଧାରିତ ‘ଅଯୋଧ୍ୟା ଭିଜନ୍ ଡକ୍ୟୁମେଣ୍ଟ୍’ ରିଲିଜ୍ କରିବେ।
ସୂଚନାଯୋଗ୍ୟ ସୋମବାର ସନ୍ଧ୍ୟାରୁ ପ୍ରାଚୀନ ନଗରୀ ଅଯୋଧ୍ୟାରେ ମହାଆଡ଼ମ୍ବରରେ ଦୀପୋତ୍ସବ ପାଳନ ଆରମ୍ଭ ହୋଇଛି। ଏହି ଅବସରରେ ‘ରାମ୍ କୀ ପୈଦୀ ଘାଟ’ରେ ରଙ୍ଗିନ ଆଲୋକମାଳିକାରେ ଉଦ୍ଭାସିତ ହୋଇଥିଲା।
ଏହି ଘାଟ ହେଉଛି ‘ଦୀପୋତ୍ସବ ୨୦୨୧’ର ମୁଖ୍ୟ ସ୍ଥାନ ଏବଂ ଦୀପାବଳି ଅବ୍ୟବହିତ ପୂର୍ବରୁ ଏଠାରେ ୯ ଲକ୍ଷ ମାଟିଦୀପ ପ୍ରଜ୍ଜ୍ୱଳନ କରାଯିବ।
ଏବର୍ଷକୁ ମିଶାଇ କ୍ରମାଗତ ୫ ବର୍ଷ ପାଇଁ ‘ଦୀପୋତ୍ସବ’ ପାଳନ କରାଯାଉଛି। ‘ରାମକଥା ଉଦ୍ୟାନ’ରେ ‘ଶିଳ୍ପ ବଜାର’ ଉଦ୍ଘାଟନ ସହ ଏହି ଉତ୍ସବ ପାଳନ ଆରମ୍ଭ ହେବ।
ଉଦ୍ଘାଟନୀ ଦିବସରେ ନାଗପୁରର ପ୍ରସିଦ୍ଧ ଓ୍ଵାତକର୍ ଭଗ୍ନୀ ଭାଗ୍ୟଶ୍ରୀ ଏବଂ ଧନଶ୍ରୀ ରାମାୟଣର କେତେକ ଅଂଶ ଗୀତ ଆକାରରେ ପରିବେଶଣ କରିବେ। ଲକ୍ଷ୍ନୌରର ଈଶା ରତନ ଓ ମିଶା ରତନ କଥକ ନୃତ୍ୟ ପରିବେଶଣ କରିବା ବେଳେ ପ୍ରଖ୍ୟାତ ଭଜନ ଗାୟକ ଅନୂପ ଜଲୋଟା ଭକ୍ତିସଙ୍ଗୀତ ଗାୟନ କରିବେ।
ନେପାଳର ଜନକପୁରରୁ ଆସିଥିବା ନାଟ୍ୟଦଳ ରାମାୟଣ ଆଧାରିତ ନାଟ୍ୟ ପରିବେଶଣ କରିବେ। ଦୀପୋତ୍ସବ ଅବସରରେ ଅଯୋଧ୍ୟାର ଗଳିପ୍ରଗଳିରେ ଥିବା ସମସ୍ତ ମନ୍ଦିରରେ ଦୀପାଳି ଜଳିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031