Indus Valley Times

ଆଜି ହେଉଛି ଗୁଡ୍ ଫ୍ରାଇଡେ

 Breaking News

ଆଜି ହେଉଛି ଗୁଡ୍ ଫ୍ରାଇଡେ

ଆଜି ହେଉଛି ଗୁଡ୍ ଫ୍ରାଇଡେ
April 03
14:23 2026

ଭୁବନେଶ୍ୱର,୩/୪ : ଆଜି ଖ୍ରୀଷ୍ଟ ଧର୍ମଲମ୍ବୀମାନଙ୍କ ପାଇଁ ଏକ ବିଶେଷ ଦିନ। କାରଣ ଆଜି ହେଉଛି ଗୁଡ୍ ଫ୍ରାଇଡେ। ଆଜିର ଦିନରେ ପୁରା ବିଶ୍ୱରେ ଯୀଶୁଙ୍କୁ ସ୍ମରଣ କରି ବିଭିନ୍ନ ଚର୍ଚ୍ଚରେ ସ୍ୱତନ୍ତ୍ର ପ୍ରାର୍ଥନା କରିଥାନ୍ତି ଖ୍ରୀଷ୍ଟ ଧର୍ମଲମ୍ବୀ। ତେବେ ଯୀଶୁ ଖ୍ରୀଷ୍ଟଙ୍କ କୁଶବିଦ୍ଧ ଏବଂ ମହାପ୍ରୟାଣ ଦିବସକୁ ସମଗ୍ର ବିଶ୍ବର ଖ୍ରୀଷ୍ଟିଆନ ଧର୍ମାଲମ୍ବୀମାନେ ଗୁଡ ଫ୍ରାଇଡେ ଭାବରେ ପାଳନ କରୁଛନ୍ତି।
କାହିଁକି ପାଳନ ହୁଏ ଗୁଡ ଫ୍ରାଇଡେ:
ଖ୍ରୀଷ୍ଟ ଧର୍ମାବଲମ୍ବୀ ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନକୁ ମନେ ପକାଇ ଗୁଡ ଫ୍ରାଇଡେ ପାଳନ କରିଥାନ୍ତି। ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଚର୍ଚ୍ଚକୁ ଯାଇ ବାଇବେଲ ପାଠ କରିବା ସହ କ୍ୟାଣ୍ଡେଲ ଜାଳି ସମୂହ ପ୍ରାର୍ଥନା କରିଥାନ୍ତି। ବିଶେଷ କରି ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ଏହି ଦିନରେ ପ୍ରାର୍ଥନା କରିଥାନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ। ଇଷ୍ଟର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଇଷ୍ଟର ପୂର୍ବ ଶୁକ୍ରବାରକୁ ଗୁଡ ଫ୍ରାଇଡେ ପାଳନ କରାଯାଏ। ଗୁଡ ଫ୍ରାଇଡେକୁ ବ୍ଲାକ ଫ୍ରାଇଡେ, ଗ୍ରେଟ ଫ୍ରାଇଡେ ଏବଂ ହୋଲି ଫ୍ରାଇଡେ ବୋଲି ମଧ୍ୟ ପାଳନ କରାଯାଏ। ଏ ଦିନ ଆମିଷ ନ ଖାଇ ପାରମ୍ପିକ ଖାଦ୍ୟ ଖାଇଥାନ୍ତି ଏହି ସମ୍ପ୍ରଦାୟର ଲୋକେ।
ପୌରାଣିକ ତଥ୍ୟ ଅନୁଯାୟୀ:
ଇସାଇ ଧାର୍ମିକ ଗ୍ରନ୍ଥ ବାଇବେଲ ଅନୁସାରେ, ଜ୍ଞାନ, ପ୍ରେମ ଏବଂ ସମାନତା ସନ୍ଦେଶ ଦେଉଥିବା ଇସା ମସିହଙ୍କ ପ୍ରସିଦ୍ଧିରେ ଭୟଭୀତ ହୋଇ ତାଙ୍କୁ କୁଶବିଦ୍ଧ କରାଯାଇଥିଲା। ଆଜିର ଦିନରେ ଇସା ମସିହ ମାନବତା ପାଇଁ ବଳିଦାନ ଦେଇଥିଲେ। ତଥାପି ଏହି ଦିନକୁ ଆମେ ଗୁଡ ଫ୍ରାଇଡେ ଭାବେ ପାଳନ କରିଥାଉ। ଏହାକୁ ଗୁଡ ଫ୍ରାଇଡେ ଏଥି ପାଇଁ କୁହାଯାଏ ଇସା ମସିହ ମାନବ ଜାତିର ସୁରକ୍ଷା ପାଇଁ ଜୀବନ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031