Indus Valley Times

ଆଜି ହେଉଛି ପବିତ୍ର ରାମନବମୀ

 Breaking News

ଆଜି ହେଉଛି ପବିତ୍ର ରାମନବମୀ

ଆଜି ହେଉଛି ପବିତ୍ର ରାମନବମୀ
March 27
11:55 2026

ଭୁବନେଶ୍ବର, ୨୭/୩ : ବିଶ୍ବାସ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ହିନ୍ଦୁଧର୍ମରେ ରାମନବମୀର ରହିଛି ବିଶେଷ ମହତ୍ତ୍ବ। ଚୈତ୍ରମାସ ଶୁକ୍ଳପକ୍ଷର ନବମୀକୁ ରାମନବମୀ ଭାବରେ ପାଳନ କରାଯାଏ। ଏହିଦିନ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଏ।
ଏହିଦିନ ପୁନର୍ବସୁ ନକ୍ଷତ୍ର ଏବଂ କର୍କଟ ଲଗ୍ନରେ ଭଗବାନ ରାମଙ୍କର ଜନ୍ମ ହୋଇଥିଲା। ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ତ୍ରେତୟା ଯୁଗରେ ରଘୁକୂଳରେ ଜନ୍ମ ହୋଇଥିଲେ ପୁରୁଷୋତ୍ତମ ଶ୍ରୀରାମ।
ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ଶ୍ରୀରାମ ଅଯୋଧ୍ୟା ନରେଶ ଦଶରଥଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀରାମଙ୍କ ଜନ୍ମ ଦୁଷ୍ଟ ରାବଣର ବଧ ନିମନ୍ତେ ହୋଇଥିଲା।
ସେଥିପାଇଁ ରାମନବମୀ ଉତ୍ସବ ଧର୍ମ, ଶକ୍ତିର ମହିମା, ଭଲ ଓ ଖରାପ ମଧ୍ୟରେ ସଂଘର୍ଷକୁ ଦର୍ଶାଇଥାଏ। ରାମନବମୀ ଉପଲକ୍ଷେ ନବଦିନବ୍ୟାପୀ ଭଜନକୀର୍ତ୍ତନ, ଅଖଣ୍ଡପାଠ ଆଦି ଚାଲେ। ବିଶେଷକରି ରାମଚରିତମାନସ ପାଠ କରାଯାଏ। ଶ୍ରୀରାମଙ୍କ ଜନ୍ମଭୂମି ଅଯୋଦ୍ଧା ସମେତ ସାରା ଦେଶରେ ବଡ଼ ଧୁମ୍‌ଧାମ୍ ଜାକଜମକରେ ପାଳିତ ହୋଇଥାଏ ରାମନବମୀ। ଶ୍ରୀମନ୍ଦିରରେ ଶ୍ରୀରାମଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ। ବ୍ରତଧାରୀମାନେ ଏହିଦିନ ଉପବାସ କରନ୍ତି।
ସୂର୍ଯ୍ୟାସ୍ତ ପରେ ବ୍ରତ ସମାପନ କରିଥାଆନ୍ତି। ଏହି ଦିନ ପ୍ରାସାଦ ରୂପେ ଭଗବାନଙ୍କ ନିକଟରେ ପଞ୍ଚାମୃତ, ଶ୍ରୀଖଣ୍ଡ, ଖିରୀ ଓ ହାଲୁଆ ଭୋଗ ଅର୍ପଣ କରାଯାଇଥାଏ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31