Indus Valley Times

ଆଜି ହେଉଛି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ : ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ, ସବୁଠି ଚାଲିଛି ଅଗ୍ରପୂଜ୍ୟଙ୍କ ପୂଜାର୍ଚ୍ଚନା

 Breaking News

September 19
10:23 2023

ଭୁବନେଶ୍ୱର , ୧୯/୯: ଆଜି ହେଉଛି ଗଣେଶ ପୂଜା। ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କର ପୂଜା କରାଯାଏ। ବିଶେଷକରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏହି ପୂଜା କରାଯାଇଥାଏ।
ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜା ମଣ୍ଡପ ଗୁଡିକୁ ଏଥିପାଇଁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ଗଣେଶ ପୂଜାକୁ ନେଇ ଉତ୍ସବମୁଖର ପରିବେଶ । ଅନୁଗୁଳର ତାଳଚେର,ଭୁବନେଶ୍ୱର,କଟକ, ରାଉରକେଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଡ଼ ବଡ଼ ମେଢ଼ ଓ ତୋରଣ ନିର୍ମାଣ ହୋଇଛି ।
ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ବିଦ୍ୟାଦାତା ଶ୍ରୀ ଗଣେଶଙ୍କ ଆକର୍ଷଣୀୟ ପ୍ରତିକୃତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।୬ଟନ୍ ବାଲି ଓ ୧୦୦୦ଟି ଷ୍ଟିଲର ଛୋଟବଡ ବାସନକୁ ବ୍ୟବହାର କରି ୫ ଫୁଟ ଉଚ୍ଚତାର ବିଘ୍ନ ବିନାଶକଙ୍କ ପ୍ରତିକୃତି ନିର୍ମାଣ ହୋଇଛି। ବାଲୁକା କଳାରେ ବିଶ୍ୱଶାନ୍ତିର ବାର୍ତ୍ତା ଦେବା ସହ ସମଗ୍ର ବିଶ୍ୱରେ ଶାନ୍ତି ଓ ସୁଖ ବଜାୟ ରହୁ ବୋଲି ପ୍ରାର୍ଥନା କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031